ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆରୋଗ୍ୟ ମନ୍ଦିର ପରିଦର୍ଶନ କରି ବିନା ଛୁଟି ଦରଖାସ୍ତରେ ଅନୁପସ୍ଥିତ ଥିବା କର୍ମଚାରୀଙ୍କୁ କୈଫିୟତ ମାଗିବାନିମନ୍ତେ ଉପରିସ୍ଥ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ ବିଧାୟକ 

ଆରୋଗ୍ୟ ମନ୍ଦିର ପରିଦର୍ଶନ କରି ବିନା ଛୁଟି ଦରଖାସ୍ତରେ ଅନୁପସ୍ଥିତ ଥିବା କର୍ମଚାରୀଙ୍କୁ କୈଫିୟତ ମାଗିବାନିମନ୍ତେ ଉପରିସ୍ଥ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ ବିଧାୟକ 

ନବରଙ୍ଗପୁର:( ତା୧୮-୮-୨୫) ବିଧାୟକ ଶ୍ରୀ ଗୌରୀଶଙ୍କର ମାଝୀ ନିଜ ବିଧାନସଭା ଅଞ୍ଚଳର କୋଷାଗୁମୁଡା ବ୍ଲକର ବିଞ୍ଜିଲି ଗ୍ରା.ପ. ର ଟିକିରାକୁସୁମି,ଆଳୁପଦର,ଉକିଆପାଲି,ବରଗାଁ, ଉକିଆପାଲି ମାରାଥାନ ଗସ୍ତ କରି ଅଂଗନବାଡି କେନ୍ଦ୍ର, ବିଦ୍ୟାଳୟ, ଆରୋଗ୍ୟ ମନ୍ଦିର ପରିଦର୍ଶନ କରି ବିନା ଛୁଟି ଦରଖାସ୍ତରେ ଅନୁପସ୍ଥିତ ଥିବା କର୍ମଚାରୀଙ୍କୁ କୈଫିୟତ ମାଗିବା ନିମନ୍ତେ ଉପରିସ୍ଥ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।ଇତି ମଧ୍ୟରେ ଲଘୁଚାପ ଜନିତ ବର୍ଷାରେ ଭାଙ୍ଗି ଯାଇଥିବା ଘର ବୁଲି ଦେଖିଲେ।ରେଲିନ୍ୟୁ ଇନ୍ସପେକ୍ଟର ଓ ତହସିଲଦାରଙ୍କୁ ତତକ୍ଷଣାତ୍ ପଦକ୍ଷେପ ନେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ତାଗିଦ୍ କରିଥିଲେ। ତତ୍ ପରେ ପଞ୍ଚାୟତ ସମିତି ବୈଠକ ଗୃହରେ ସମସ୍ତ ବିଭାଗର ସମୀକ୍ଷା ବୈଠକ ରେ ଯୋଗ ଦେଇ ବିଭାଗୀୟ କାର୍ଯ୍ୟ ସମୀକ୍ଷା କରିବା ସହ ଅଧିକାରୀ ଭାବେ କାର୍ଯ୍ୟ ନ କରି ତୃଣମୂଳ ସ୍ତରରେ ଯାଇ ଜନ ସାଧାରଣଙ୍କ ସମସ୍ୟା ତୁରନ୍ତ ସମାଧାନ କରିବାକୁ କହିଥିଲେ। ସମୀକ୍ଷା ବୈଠକରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆଶିଷ କୁମାର ତ୍ରିପାଠୀ, ତହସିଲଦାର ତୁଳା ରାମ ମୁଦୁଲି, ଚିକିତ୍ସାଧିକାରୀ ଆଦିତ୍ୟ ବେହେରା ଓ ପଞ୍ଚାୟତ ସମିତିର ସମସ୍ତ ପଦାଧିକାରୀ ଉପସ୍ଥିତ ଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ବିଦ୍ୟୁତ ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସି ଅଜଣା ବ୍ୟକ୍ତିଙ୍କ ମୃତୁ 

masiha

ଲକ୍ଷ୍ମୀ ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ୍ ପକ୍ଷରୁ ଡିଗ୍ରୀ କ୍ୟାମ୍ପସ ପରିସରରେ ଜାତୀୟ ମତଦାତା ଦିବସ ପାଳିତ

masiha

କିନ୍ନର ମାନଂକ ଇଷ୍ଟ ଦେବୀ ପୁଜା ପାଳିତ

Sunil Chandra Nayak

Leave a Comment

error: Content is protected !!