ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଙ୍କଟକାଳୀନ ପ୍ରବାସ ହ୍ରାସ ପାଇଁ ଜିଲ୍ଲା ସ୍ତରୀୟ ସମନ୍ନୟ ବୈଠକ 

ସଙ୍କଟକାଳୀନ ପ୍ରବାସ ହ୍ରାସ ପାଇଁ ଜିଲ୍ଲା ସ୍ତରୀୟ ସମନ୍ନୟ ବୈଠକ 

ନବରଙ୍ଗପୁର:( ତା ୧୯.୮.୨୦୨୫) ଆଜି ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ ଗୃହରେ ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲାରେ ଶ୍ରମିକଙ୍କ ସଙ୍କଟ କାଳୀନ ପ୍ରବାସ କୁ ହ୍ରାସ କରିବା ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲା ଶ୍ରମ ଅଧିକାରୀ ଛୋଟରାୟ ଟୁଡୁ ଏଯେଣ୍ଡା ଅନୁଯାୟୀ ସଭା ପରିଚାଳନା କରିଥିଲେ।ଜିଲ୍ଲାର ଅନେକ ଲୋକ ତେଲେଙ୍ଗାନା, ତାମିଲନାଡୁ,କର୍ଣ୍ଣାଟକ,କେରଳ ଆଦି ରାଜ୍ୟକୁ ଦାଦନ ଶ୍ରମିକ ଭାବେ ଯାଇ କାମ କରୁଛନ୍ତି ଏବଂ କାର୍ଯ୍ୟସ୍ଥଳରେ ଠିକାଦାର ମାନଙ୍କ ଦ୍ଵାରା ଶୋଷଣର ଶିକାର ହେବା,ବିଭିନ୍ନ ଅସୁବିଧାର ସମ୍ମୁଖିନ ହେବା,ରୋଗ, ଦୁର୍ଘଟନା ର ଶିକାର,ଅକାଳ ମୃତ୍ୟୁ, କମ୍ ମଜୁରୀ ପାଇବା ଓ ନିଜର ସୁରକ୍ଷା,ଅଧିକାର ସମ୍ଭନ୍ଧରେ ଅଜ୍ଞତା ଯୋଗୁ ପ୍ରତାରଣା ର ଶିକାର ହେଉଛନ୍ତି।ଏହିସବୁ ଅସୁବିଧା ବିଷୟରେ ଆଲୋଚନା ସହ ଆନ୍ତରାଜ୍ୟ ପ୍ରବାସୀ ଶ୍ରମିକ ( ନିଯୁକ୍ତି ନିୟନ୍ତ୍ରଣ ଓ ସେବାସର୍ତ୍ତ)ଆଇନ ୧୯୭୯ ରେ ବିଭିନ୍ନ ବ୍ୟବସ୍ଥା,ଶ୍ରମିକ ଠିକାଦାର ର ଲାଇସେନ୍ସ ଉପରେ ଆଲୋଚନା ହୋଇଥିଲା।ପ୍ରତ୍ୟେକ ଶ୍ରମିକ କୁ ଲାଇସେନ୍ସ ଠିକାଦାର ଏକ ପରିଚୟ ପତ୍ର ଦେବେ,ଯେଉଁଥିରେ ଶ୍ରମିକର ନିଜର ନାମ,ମୋବାଇଲ ନମ୍ବର, ସମ୍ପୂର୍ଣ୍ଣ ଠିକଣା,କାର୍ଯ୍ୟସ୍ଥଳ ର ବିବରଣୀ,ନିଯୁକ୍ତି ତାରିଖ,କେତେ ଦିନ ପାଇଁ ଯିବେ,କେବେ ଫେରିବେ ଏହି ସବୁ ତଥ୍ୟ ରହିବ।ସ୍ତ୍ରୀ ଓ ପୁରୁଷ ଙ୍କ ର ସମାନ କାମ ପାଇଁ ସମାନ ମଜୁରୀ,ରହିବ ପାଇଁ ଉପଯୁକ୍ତ ବାସଗୃହ,ଶୌଚାଳୟ, ପାନୀୟ ଜଳ ଯୋଗାଇବା,ଶୋଷଣ ର ଶିକାର ହେଲେ ନିଜ ଜିଲ୍ଲା ର ଶ୍ରମ ଅଧିକାରୀ କିମ୍ବା ସେହି ରାଜ୍ୟ ର ଶ୍ରମ ଅଧିକାରୀ ଙ୍କୁ ଜଣାଇବା,ଶ୍ରମିକର ଦୁର୍ଘଟନା,ଦେହ ଅସୁସ୍ଥ ହେଲେ ସଙ୍ଗେ ସଙ୍ଗେ ଚିକିତ୍ସା ବ୍ୟବସ୍ଥା,ଠିକାଦାରଙ୍କ ଦ୍ବାରା ଯାତାୟାତ ଓ ଖାଇବା ଖର୍ଚ୍ଚ ବହନ ଉପରେ ବିଶେଷ ଆଲୋଚନା ହୋଇ ଯେଭଳି ଏହି ବିଷୟ ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ରେ ପହଞ୍ଚିପାରିବ ତା ଉପରେ ଆଲୋଚନା ହୋଇଥିଲା।ଏଥିପାଇଁ ନିଶୁଳ୍କ ଶ୍ରମିକ ସହାୟତା ନମ୍ୱର ୧୫୫୩୬୮( ରାଜ୍ୟ ଭିତରେ) ଏବଂ ରାଜ୍ୟ ବାହାରେ ସହାୟତା ନମ୍ୱର ୧୮୦୦୩୪୫୬୭୦୩ ସମସ୍ତଙ୍କୁ ଅବଗତ କରାଯିବ।ଯେହେତୁ ଜିଲ୍ଲାରେ ଦାଦନ ଶ୍ରମିକ ସଂଖ୍ୟା ପ୍ରାୟ ଅଧିକ ରହିଛି ଏବଂ ଶ୍ରମିକମାନେ ସ୍ୱଇଚ୍ଛା ରେ ବା ଲାଇସେନ୍ସ ପ୍ରାପ୍ତ ଠିକାଦାର ମାନଙ୍କ ଦ୍ଵାରା ବାହାରକୁ ଯାଉଛନ୍ତି ଏବଂ କୌଣସି ଦୁର୍ଘଟଣା ,ଦେହ ଅସୁସ୍ଥ,ଶୋଷଣ, ନିର୍ଯାତନା,ମୃତ୍ୟୁ ଯୋଗୁ ହଇରାଣ ହେଉଛନ୍ତି,ଏହାର ନିରାକରଣ ନିମିତ୍ତ ଜିଲ୍ଲା ସାରା ସଚେତନତା ରଥ,ପୋଷ୍ଟର, ବ୍ୟାନର , ଲିଫ୍ଲେଟ୍,ଶ୍ରମ କାନ୍ଥ,ଗ୍ରାମପଞ୍ଚାୟତ ସ୍ତରରେ ମାଇକିଙ୍ଗ ଉପରେ ଗୁରୁତ୍ୱ ଦେଇ ବ୍ୟାପକ ସଚେତନତା ସୃଷ୍ଟି କରିବା ପାଇଁ ଜିଲ୍ଲାପାଳ ଡ ମହେଶ୍ଵର ସ୍ବାଇଁ ଜିଲ୍ଲା ଶ୍ରମ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ।ପ୍ରତ୍ୟେକ ବ୍ଲକରେ ପି ଇ ଓ ମାନେ ଶ୍ରମ ରେଜିଷ୍ଟର ପ୍ରସ୍ତୁତ କରି ବ୍ଲକ୍ ରୁ କେତେ ଶ୍ରମିକ ଦାଦନ ଯାଉଛନ୍ତି ତାର ସମସ୍ତ ତଥ୍ୟ ଲିପିବଦ୍ଧ କରିବାକୁ ଏବଂ ଏଥିପାଇଁ ସହ ଶ୍ରମ ଅଧିକାରୀ ମାନେ ବ୍ଲକ୍ କୁ ଯାଇ କାମ ତଦାରଖ କରିବେ ଏବଂ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।ସେଭଳି ଜିଲ୍ଲା ଶ୍ରମ ଅଧିକାରୀ ପୋଲିସର ସାହାଯ୍ୟ ନେଇ ଦୂର ରାଜ୍ୟକୁ ଅବୈଧ୍ୟ ଭାବେ ଦାଦନ ଶ୍ରମିକ ଚାଲାଣ ହେଉଥିବା ବସ କୁ ଅଚାନକ ତନଖି କରି ଚଢ଼ାଉ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଏବଂ ଏହାର ରିପୋର୍ଟ ପ୍ରତି ମାସରେ ଦେବାକୁ କହିଥିଲେ।ଜିଲ୍ଲାରେ ଅନେକ ନିର୍ମାଣ , ବ୍ୟବସାୟିକ, ଶିଳ୍ପ ଅନୁଷ୍ଠାନ କାର୍ଯ୍ୟ ରେ ଶିଶୁ ଶ୍ରମିକ ମାନଙ୍କୁ ବିପଦସଂକୁଳ କାର୍ଯ୍ୟ ରେ ଲଗାଯାଇଥିବା ଅଭିଯୋଗ ଆସୁଛି ତାକୁ ତଦନ୍ତ କରି ରିପୋର୍ଟ ଦେବାକୁ କହିଥିଲେ।ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତପନ କୁମାର ଖୁଣ୍ଟିଆ ଙ୍କ ସମେତ ବିଭିନ୍ନ ବିଭାଗୀୟ ,ଡି ଆଇ ପି ଆର୍ ଓ, ଅତିରିକ୍ତ କୃଷି ଅଧିକାରୀ, ନିର୍ବାହୀ ଅଧିକାରୀ, ପୌରପାଳିକା,ଶିଶୁ ମଙ୍ଗଳ କମିଟି କର୍ମକର୍ତ୍ତା ଉପସ୍ଥିତ ଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଜଳସେଚନ ଦାବି ରେ ପୁଣି ଧର୍ମଗଡ ଠାରେ ପ୍ରସ୍ତୁତି ବୈଠକ। ଆସନ୍ତାକାଲି ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ନିକଟରେ ଧାରଣା ନିଷ୍ପତ୍ତି….

masiha

ନୂଆପଡା ଜିଲ୍ଲା ସଦର ମହକୁମା ଏବଂ ଖଡ଼ିଆଳ ଠାରେ ଆଜି ବିଶ୍ୱ ହକି କପ ଟ୍ରଫି କୁ ସ୍ବାଗତ ସମ୍ବର୍ଦ୍ଧନା

Sunil Chandra Nayak

ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ (ଜନ ମଙ୍ଗଳ), ରାସୋଳ ପ୍ରଚେଷ୍ଟାରେ ଭିନ୍ନକ୍ଷମ ମାନଙ୍କୁ ଭ୍ରାମ୍ଯମାଣ ଚୌକି ପ୍ରଦାନ

Sunil Chandra Nayak

Leave a Comment

error: Content is protected !!