ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମ୍ବଲପୁରୀ ଦିନ ପାଳନ 

ସମ୍ବଲପୁରୀ ଦିନ ପାଳନ 

ରାଉରକେଲା: ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ ହାପି ମୋମେଣ୍ଟସ ଇଣ୍ଡିଆ ତରଫରୁ ସମ୍ବଲପୁରୀ ଦିନ ଭଞ୍ଜଭବନ ସ୍ଥିତ ଆଦର୍ଶ ସାହିତ୍ୟ ଘର ଠାରେ ପାଳିତ ହୋଇଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ଆବାହକତ୍ଵ ଓ ଟ୍ରଷ୍ଟି ରଶ୍ମିତା ପଣ୍ଡା, ସଂଗୀତା ଦୀପ ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ସମାଜସେବୀ କମଲ ଅଗ୍ରୱାଲ, ଜର୍ଣ୍ଣାଲିଷ୍ଟ ଆସୋସିଏସନ ର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ, ମନୋଜ ଆଚାର୍ଯ୍ୟ, ସବିତା ପରିଡ଼ା, କାମିନୀ ମହନ୍ତ, ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ,ମଞ୍ଜୁ ମେହେର ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ପଶ୍ଚିମ ଓଡିଶାର ସଂସ୍କୃତି, ପରମ୍ପରା କୁ ବଞ୍ଚାଇବା ପାଇଁ ଏଭଳି ପ୍ରୟାସ ଅନ୍ୟମାନଙ୍କ ପାଇଁ ଉଦାହରଣ ବୋଲି ମତ ରଖିଥିଲେ। ଏହି ଅବସରରେ ସତ୍ୟନାରାୟଣ ବହିଦାର ସ୍ମୃତି ସମ୍ମାନ ୨୦୨୫ ସର୍ବଶ୍ରୀ ସ୍ଵରୁପ ପାଣିଗ୍ରାହୀ, ପ୍ରକାଶ ଚନ୍ଦ୍ର ପାଢ଼ୀ, ଛଗନଲାଲ ଜୈନ୍, ପୀତବାସ ପ୍ରଧାନ ଓ ଅର୍ଚ୍ଚନା ଦେବତା ଓ ଡାକ୍ତର ରାମଚନ୍ଦ୍ର ମେହେର ଙ୍କୁ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ସମ୍ବଲପୁରୀ ଡ୍ୟାନ୍ସ ଫେଷ୍ଟିଭାଲ କାର୍ଯ୍ୟକ୍ରମରେ ଏକକ ନୃତ୍ୟ, ସାମୁହିକ ନୃତ୍ୟ ଓ ମଡେଲିଙ୍ଗ ଆଦି କରାଯାଇ ଏଥିରେ କୃତିତ୍ବ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଅତିଥି ମାନଙ୍କ ଦ୍ଵାରା ସମ୍ମାନିତ କରାଯାଇଥିଲା। ଏହି ପ୍ରତିଯୋଗିତାରେ ରବର୍ଟ ହାଇଫିଲ ଓ ପୂଜା ନାୟକ ପ୍ରମୁଖ ବିଚାରକ ଦାୟିତ୍ଵ ତୁଲାଇଥିଲେ। ଏହି କାର୍ଯ୍ୟକ୍ରମ ପରିଚାଳନାରେ ମନିଷା ଭଞ୍ଜ,ରାଧାଶ୍ୟାମ ଦୀପ, ସୁନ୍ଦର ସାହୁ, ଅନୀତା ନାୟକ, ସତ୍ୟମ ମୋଦକ ପ୍ରମୁଖ ସହଯୋଗ କରିଥିଲାବେଳେ ଶେଷରେ କାର୍ଯ୍ୟକ୍ରମର ସଫଳତା ପାଇଁ ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ମକା ଫସଲ କ୍ଷେତ୍ର ପ୍ରଦର୍ଶନ କାର୍ଯ୍ୟକ୍ରମ 

Sunil Chandra Nayak

କଳାହାଣ୍ଡି ର ଯୁବକବି ସନ୍ତୋଷ କୁମାର ମେହେର ପାଇଲେ ଚଳିତବର୍ଷ ର ସର୍ବଶ୍ରେଷ୍ଠ କବିତା ପ୍ରତିଭା ସମ୍ମାନ

masiha

ବକୃତା ପ୍ରତିଗୋଗିତା ରେ ଜିଲ୍ଲାରେ ପ୍ରଥମ ସ୍ଥାନ ହାସଲ କଲେ ଶୁଭଦର୍ଶୀ ବେରୁକ୍ 

Sunil Chandra Nayak

Leave a Comment

error: Content is protected !!