ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବସନ୍ତପୁର ର ଢିପାସାହି ରାସ୍ତା ବେହାଲ / ସାହି ରେ ସ୍କୁଲ ଏବଂ ଆଶ୍ରମ ରହି ମଧ୍ୟ ରାସ୍ତା କାଦୁଅ ରେ ପଚ ପଚ

ବସନ୍ତପୁର ର ଢିପାସାହି ରାସ୍ତା ବେହାଲ / ସାହି ରେ ସ୍କୁଲ ଏବଂ ଆଶ୍ରମ ରହି ମଧ୍ୟ ରାସ୍ତା କାଦୁଅ ରେ ପଚ ପଚ

଼ମୟୂରଭଂଜ – ୨୦/୮ — ୫-ଜି ଯୁଗରେ ହାତ ପାହାନ୍ତାରେ ସବୁ ସୁବିଧାରେ ମିଳୁଥିବା ବେଳେ ଆଜି ବି ମୌଳିକ ସୁବିଧାରୁ ବଞ୍ଚିତ ଅଛନ୍ତି ଅନେକ ଗାଁ। ପିଇବା ପାଣି ଠାରୁ ଆରମ୍ଭ କରି ଶିକ୍ଷା, ସ୍ଵାସ୍ଥ୍ୟ, ଗମନାଗମନ, ଭତ୍ତା, ଆବାସ ଓ ବିଦ୍ୟୁତ ଭଳି ଅନେକ ସୁବିଧାରୁ ବଞ୍ଚିତ ହୋଇଛନ୍ତି  ଗାଁଗୁଡ଼ିକ। ସେହି ଗାଁଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ଖଣିଖାଦାନ ଭରା ଆଦିବାସୀ ବହୁଳ ମୟୁରଭଞ୍ଜ ଜିଲ୍ଲାର ଜାମଦା ବ୍ଲକ ର ହେଁସଡା ପଂଚାୟତ ର ବସନ୍ତ ପୁର ଗାଁ ର ଢ଼ିପା ସାହି।ଗାଁକୁ ଯିବା ପାଇଁ ଭଲ ରାସ୍ତା ଖଣ୍ଡିଏ ନାହିଁ। ସୂଚନା ଯେ ଏହି ସାହି ରେ ୫୨ ପରିବାର ରହୁଛନ୍ତି lଏହି ସାହିରେ ସ୍କୁଲ ଏବଂ ଆଶ୍ରମ ଅଛି। ସ୍ୱାଧୀନତା ଏତେ ଦିନ ପରେ ବି ଏହି ସାହି କୁ କଂକ୍ରିଟ ରାସ୍ତା ହୋଇ ପାରି ନାହିଁ lବର୍ତ୍ତମାନର ବର୍ଷା ଦିନରେ ଗାଁ ଲୋକମାନେ ଯିବା ଆସିବା ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଫଳରେ ଲୋକମାନଙ୍କୁ ଯିବା ଆସିବାରେ ଅନେକ ଅସୁବିଧା ହେଉଛି ବିଶେଷ କରି ସ୍କୁଲ, କଲେଜରମାନେ ଛାତ୍ରଛାତ୍ରୀମାନେ ଦୈନିକ ଯିବାଆସିବା ପାଇଁ ହଇରାଣ ହରକତ ହେଉଛନ୍ତି। ବର୍ଷା ଯୋଗୁଁ  ରାସ୍ତା ସଂପୂର୍ଣ୍ଣ ଖରାପ୍ ହୋଇଯାଇଛି। ରୋଗୀ ଏବଂ ଗର୍ଭବତୀ ମହିଳାମାନେ ଡ଼ାକ୍ତର ଖାନା ଯିବା ପାଇଁ ନାହିଁ ନଥିବା ହଇରାଣ ହରକତ ହେଉଛନ୍ତି। ଏହି ରାସ୍ତାରେ ସ୍ଥାନୀୟ ଲୋକମାନେ ଯେପରି ସୁରୁଖୁରୁରେ ଯିବା ଆସିବା କରି ପାରିବେ, ସେଥିପାଇଁ ବ୍ଳକ ଓ ପଂଚାୟତ ପ୍ରଶାସନ ତରଫରୁ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି l

ମୟୂରଭଂଜ ରୁ ଅକ୍ଷୟ ଵିଶ୍ବାଳ ମସିହା ନିଉଜ

Related posts

ଭବାନୀପାଟଣା ବ୍ରଜବିହାର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା

Sunil Chandra Nayak

ତେଲୁଗୁ ଅଞ୍ଚଳରେ ଓଡିଆ ଭାଷା ପ୍ରୀତି

କିଆଜୋଡି ଠାରେ ପୋଲ ନାଳରେ କାର ଲେଉଟି ଅଳ୍ପକେ ବର୍ତ୍ତିଲେ ତିନିଜଣ ଯାତ୍ରୀ

masiha

Leave a Comment

error: Content is protected !!