ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରକ୍ତ ହୀନତା ମୁକ୍ତ ଗ୍ରାମ ପଞ୍ଚାୟତ ନେଇ ତାଲିମ୍ କାର୍ଯ୍ୟକ୍ରମ

ରକ୍ତ ହୀନତା ମୁକ୍ତ ଗ୍ରାମ ପଞ୍ଚାୟତ ନେଇ ତାଲିମ୍ କାର୍ଯ୍ୟକ୍ରମ

 ଡାବୁଗାଁ, ୨୧/୮ (ମ. ନି. ସ.) – ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଳକ ସମ୍ମିଳନୀ କକ୍ଷରେ ଦୀର୍ଘସ୍ଥାୟୀ ବିକାଶ ସ୍ଥାନୀୟକରଣ ପରିପ୍ରେକ୍ଷୀରେ ରକ୍ତ ହୀନତା ମୁକ୍ତ ଗ୍ରାମ ପଞ୍ଚାୟତ ନେଇ ଏକ ତାଲିମ୍କା କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ବି ଡି ଓ ଶରତ ମାଝୀ ଙ୍କ ସଭାପତିତ୍ବରେ ସମ୍ମାନୀତ ଅତିଥି ଡଙ୍ଗରିଗୁଡ଼ା ସରପଞ୍ଚ ରାମ କୁମାର ଗଣ୍ଡ, ଅଞ୍ଚଳା ସରପଞ୍ଚ ରମେଶ ମାଝୀ, ଜୁନାପାଣି ସରପଞ୍ଚ ଦୟାନିଧି ଭତ୍ରl, ସ୍ଵାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ପୁଷ୍ପାରାଣୀ ସାମଲ, ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ପଦ୍ମନାଭ ଭାଲ୍ଲା,ସି ଏଚ ଓ ଇତିଶ୍ରୀ ମହାରଣା ଆକାଂକ୍ଷା ବ୍ଳକ ସହଭାଗୀ ମୋନାଲ ପରିଡା, ପଞ୍ଚାୟତ ନିର୍ବାହୀ ଅଧିକାରୀ ଏ ଡି ପ୍ରସାଦ ପ୍ରମୂଖ ମଞ୍ଚ ରେ ଉପସ୍ଥିତ ଥିବା ବେଳେ ଆଶା ୭୦ ଜଣ,ମହିଳା ସ୍ଵାସ୍ଥ୍ୟ କର୍ମୀ ୪ ଜଣ ଉପସ୍ଥିତ ରହି ଥିଲେ l ଅଧ୍ୟକ୍ଷ ଙ୍କ ସହ ସମସ୍ତ ଅତିଥି ଗଣ ରକ୍ତ ହୀନତା ହେବାର ଲକ୍ଷଣ ଓ ନିରାକରଣ କରିବା ପାଇଁ ଗ୍ରାମ ପଞ୍ଚାୟତ ଗୁଡିକୁ ରକ୍ତ ହୀନତା ମୁକ୍ତ ଗ୍ରାମ ପଞ୍ଚାୟତ ଗଢି ତୋଳିବା ଉକ୍ତ କାର୍ଯ୍ୟକ୍ରମ ର ମୁଖ୍ୟ ଲକ୍ଷ୍ୟ l ରକ୍ତ ହୀନତାରେ ଆଖି ହଳଦିଆ ହୋଇଯିବା ଓଠ ଫାଟିଯିବା, ଦୁର୍ବଳ ହେବା, ବାନ୍ତି କରିବା, ମୁଣ୍ଡ ବିନ୍ଧିବା ପ୍ରଭୃତି ଲକ୍ଷଣମାନ ପ୍ରକାଶ ପାଇବା କ୍ଷଣି ସ୍ଥାନୀୟ ଡାକ୍ତରଖାନା କୁ ଆଣି ତୁରନ୍ତ ଚିକିତ୍ସା କରାଇବାକୁ ଆଶା ଓ ମହିଳା ସ୍ୱାସ୍ଥ୍ୟ କର୍ମୀ ମାନଙ୍କୁ ପରାମର୍ଶ ଦିଆଯାଇଥିଲା l ଯେପରି ସ୍ୱାସ୍ଥ୍ୟ ସେବା ରୁ କେହି ବଞ୍ଚିତ ନ ହୁଅନ୍ତି ସେଥିପ୍ରତି ସମସ୍ତ ଙ୍କ ଦୃଷ୍ଟି ପକାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା l ଉକ୍ତ କାର୍ଯ୍ୟକ୍ରମ କୁ ସଫଳ କରାଇ ପାରିଲେ ରକ୍ତ ହୀନତା ଗ୍ରାମ ପଞ୍ଚାୟତ ନିଶ୍ଚୟ କରିପାରିବା, ଏଥିରେ ସଂଶୟ ରହିବ ନାହିଁ l ଉକ୍ତ କାର୍ଯ୍ୟକ୍ରମ କୁ ପେସା ସଂଯୋଜକ ଶୁଭଶ୍ରୀ ମହାଙ୍କୁଡ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l

ଡାବୁଗାଁ ରୁ ପ୍ରଜ୍ଞା ରଞ୍ଜନ ପରିଡା ଙ୍କ ରିପୋର୍ଟ

Related posts

ତେନ୍ତୁଳିଖୁଣ୍ଟି ଥାନା ର ନୂତନ କୋଠା ଦକ୍ଷିଣ ପଶ୍ଚିମଞ୍ଚଳ ଡି ଆଇ ଜି ଙ୍କ ଦ୍ଵାରା ଉଦ୍ ଘାଟିତ

Sunil Chandra Nayak

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ , ରାଉରକେଲା ପକ୍ଷରୁ ଆନ୍ତର୍ଜାତୀୟ ନିଶା ନିବାରଣ ଓ ବେଆଇନ ଚାଲାଣ ଦିବସ ପାଳନ 

masiha

ବର୍ଷା ପାଇଁ ବଡ଼ଓଲମା ରେ ବେଙ୍ଗ ବେଙ୍ଗୁଲି ବାହାଘର

masiha

Leave a Comment

error: Content is protected !!