ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରମେଶ ଚନ୍ଦ୍ର ମହାନ୍ତିଙ୍କ ଶୁଦ୍ଧି କ୍ରିୟା ପାଇଁ ଆର୍ଥିକ ସହାୟତା ଯୋଗେଇ ଦେଲେ  ଶ୍ରୀ ସତ୍ୟ ନାରାୟଣ ସେବା ଟ୍ରଷ୍ଟ

ରମେଶ ଚନ୍ଦ୍ର ମହାନ୍ତିଙ୍କ ଶୁଦ୍ଧି କ୍ରିୟା ପାଇଁ ଆର୍ଥିକ ସହାୟତା ଯୋଗେଇ ଦେଲେ  ଶ୍ରୀ ସତ୍ୟ ନାରାୟଣ ସେବା ଟ୍ରଷ୍ଟ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ର ରମେଶ ଚନ୍ଦ୍ର ମହାନ୍ତି ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇ ଥିବା ବେଳେ, ହାଇଦ୍ରାବାଦ ରେ, ଏକ ହୋଟେଲରେ କାମ କରି ନିଜର ପରିବାର ପ୍ରତିପୋଷଣ କରୁଥିଲେ।ତେବେ ବହୁତ ଦିନ ଧରି ସେ ଡାଇବେଟିସ ରୋଗ ରେ ପୀଡ଼ିତ ଥିବା ଯୋଗୁ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ମଧ୍ୟ ଭଲ ନଥିଲା। ଏପଟେ ପରିବାର ବୋଝ ମୁଣ୍ଡାଇଵାକୁ ଯାଇ ରାଜ୍ୟ ବାହାରକୁ ହାଇଦ୍ରାବାଦ ରେ ସେ ଏକ, ହୋଟେଲକୁ କାମ କରିବାକୁ ଯିବା ପାଇଁ ଘରୁ ବାହାରି ଭୁବନେଶ୍ୱର ରେଳ ଷ୍ଟେସନ୍ ରେ ପହଞ୍ଚିବା ପରେ ତାଙ୍କ ର ସ୍ବାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେଵା ସହିତ ରେଳ ଷ୍ଟେସନ୍ ରେ ହିଁ ଇହଧାମ ତ୍ୟାଗକରି ଥିଲେ। ପରିବାର କହିଲେ ସ୍ତ୍ରୀ ଏବଂ ଦୁଇ ଝିଅ, ପରିବାର ରେ ଅନ୍ୟ କେହି ରୋଜଗାର କ୍ଷମ ନାହାନ୍ତି, ସ୍ୱର୍ଗତ ରମେଶ ଚନ୍ଦ୍ର ମହାନ୍ତି ଙ୍କ ଶୁଦ୍ଧି କ୍ରିୟା କରିବା ପାଇଁ ଉକ୍ତ ପରିବାର ଅସମର୍ଥ ଥିବାବେଳେ, ଏହିଭଳି ଏକ ଦୁଃଖଦ ଖବର ପାଇବା ପରେ, ଆଜି ସ୍ୱେଚ୍ଛାସେବୀ ସଙ୍ଗଠନ, ଶ୍ରୀ ସତ୍ୟ ନାରାୟଣ ସେବା ଟ୍ରଷ୍ଟ ତରଫରୁ  ସଭାପତି, ଚନ୍ଦନ କୁମାର ମହାରଣାଙ୍କ ନେତୃତ୍ୱରେ, ଟ୍ରଷ୍ଟ ର ସମସ୍ତ ସଦସ୍ୟ, ସଦସ୍ୟା ଙ୍କ ମିଳିତ ସାହାଯ୍ୟ ଓ ସହ ଯୋଗ ରେ ଆଜି ତାଙ୍କ (ଶ୍ରୀରାମ ପୁର ମଠସାହି,)ବାସ ଭବନ ନିକଟରେ ପହଞ୍ଚି,ଶୁଦ୍ଧିକ୍ରିୟା ପାଇଁ ଅସମର୍ଥ ଥିବା ସ୍ବର୍ଗତ ମହାନ୍ତି ଙ୍କ ଧର୍ମ ପତ୍ନୀ ଶ୍ରୀମତୀ ସଂଯୁକ୍ତା ମହାନ୍ତି ଓ ଦୁଇ ଝିଅ ଙ୍କୁ ସମବେଦନା ଜ୍ଞାପନ କରି ଥିଲେ ସ୍ବର୍ଗତ ମହାନ୍ତି ଙ୍କର ଅମର ମହାନ୍ ଆତ୍ମା ର ସଦଗତି ନିମିତ୍ତ ଶୁଦ୍ଧିକ୍ରିୟା ପାଇଁ କିଛି ଆର୍ଥିକ ସହାୟତା ଯୋଗାଇଦେଵା ସହିତ ଏତାଦୃଶ ବିପଦ ସମୟରେ ପରିବାର ବର୍ଗ ଙ୍କୁ ପ୍ରଭୁ ଧୈର୍ଯ୍ୟ ଏବଂ ସାହାସ ପ୍ରଦାନ କରନ୍ତୁ ବୋଲି ଟ୍ରଷ୍ଟ ତରଫରୁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରିଥିଲେ!ଆଜିର ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ, ଟ୍ରଷ୍ଟ ର ସଭାପତି, ଚନ୍ଦନ କୁମାର ମହାରଣା, ସେକ୍ରେଟାରୀ, ପ୍ରଦୁମ୍ନ ରାଉତ୍, ଉପଦେଷ୍ଟା, ଡ,କୈଳାସ ଚନ୍ଦ୍ର ମଲିକ, ରଜତ ରଞ୍ଜନ ବେହୁରା, ଶିଶିର କୁମାର ସେନ୍, ସୌମ୍ୟରଞ୍ଜନ ସାହୁ, ଅନିଲ କୁମାର ନାୟକ, ବାସୁଦେବ ସେଠୀ, ଓ ଅନ୍ୟ ସଭ୍ୟ ସଭ୍ୟା ମାନେ ଉପସ୍ଥିତ ଥିଲେ ।

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ

Related posts

ଟିପିଏନ୍ ଓଡି ଏଲ୍ ତରଫରୁ OTS ସମାଧାନ ମାରାଥନ ଶିବିର 

masiha

ଭୈରବ ସ୍ନାତକ ମହାବିଦ୍ୟାଳୟ ରେ ଇଗ୍ନୋ ପାଠ୍ୟକ୍ରମ ତରଫରୁ ଛାତ୍ର ଅଧିଗ୍ରହଣ କାର୍ଯ୍ୟକ୍ରମ

ଗଣେଷ ପୂଜା ଉପଲକ୍ଷେ ଫ୍ରେଣ୍ଡସ ଗ୍ରୁପ ତରଫରୁ ଶୁଭଖୁଣ୍ଟି ସ୍ଥାପନ  

masiha

Leave a Comment

error: Content is protected !!