ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମମତା ସାହୁ ଙ୍କ କବିତା ଆମ ସଂସ୍କୃତିରେ ଅକ୍ଷୟ ତୃତୀୟା

ଆମ ସଂସ୍କୃତିରେ ଅକ୍ଷୟ ତୃତୀୟା

 

ଆମ ସଂସ୍କୃତିରେ ଅକ୍ଷୟ ତୃତୀୟା

    ଏକ ମହାନ ପରବ

କୃଷି ଭିତିକ ଓ ଧାର୍ମିକ ପର୍ବ ସେ

     ଗଣା ଶ୍ରେଷ୍ଠ ପର୍ବ ଭାବ।।

ବୌଶାଖ ଶୁକ୍ଳ ପକ୍ଷ ତୃତୀୟାରେ

     ଏହି ପର୍ବଟି ପାଳିତ

ସତ୍ୟ ଯୁଗର ପ୍ରଥମ ଦିବସ

    ବୋଲି ରହିଚି କଥିତ।।

ଅକ୍ଷୟ ତୃତୀୟା ଦିନଠୁ ଶ୍ରୀକ୍ଷେତ୍ରେ

     ଚନ୍ଦନ ଯାତରା ହୁଏ

ମହାପ୍ରଭୁ ଜଗନ୍ନାଥଙ୍କର ରଥ

    ନିର୍ମାଣ ଆରମ୍ଭ ହୁଏ।।

ଏହି ଦିନଟିରେ କୃଷକ ଭାଇ ଯେ

     କରେ ମୁଠି ଅନୁକୂଳ

ପାହାନ୍ତ ପହରୁ ଶେଯରୁ ଉଠି ସେ

    ନିତ୍ୟକର୍ମ ସାରେ ଚଞ୍ଚଳ।।

ବିହନର ପୂର୍ଣ୍ଣ ନୂଆ ଗଉଣି କୁ

    ମୁଣ୍ଡରେ ମୁଣ୍ଡେଇ ଥାଏ

ହଳ ଲଙ୍ଗଳକୁ ଧରି ଚଷାଭାଇ

     ନିଜର କ୍ଷେତକୁ ଯାଏ।।

ଲକ୍ଷ୍ମୀ ମାତା ଙ୍କୁସେ ସ୍ମରଣ କରିକି

    କ୍ଷେତେ ଲଙ୍ଗଳ ବୁଲାଏ

ମୁଠା ମୁଠା କରି ବିହନ ଗୁଡିକୁ

     କିଆରିରେ ବୁଣି ଦିଏ।।

ଅଧିକ ଫସଳ ଅମଳ ଆଶାରେ

      କରେ ମୁଠି ଅନୁକୂଳ

ଅକ୍ଷୟ ତୃତୀୟା ଅମୃତ ବେଳାରେ

      କାର୍ଯ୍ୟରେ ମିଳେ ସଫଳ।।

ଆମ ସଂସ୍କୃତିରେ ଅକ୍ଷୟ ତୃତୀୟା

      ଏକ ଶୁଚିମନ୍ତ ପ୍ରତୀକ

ପ୍ରେରଣା ଦାୟକ ଆମ ପରମ୍ପରା

     ପାଳିତ ପର୍ବ ଗୁଡିକ।।

         

ମମତା ସାହୁ

       ଗାଈଗଁ,କଳାହାଣ୍ତି

Related posts

ସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା ପ୍ରେମ

Sunil Chandra Nayak

ସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା କଲମ

ନୂଆପଡା ଜିଲ୍ଲା ଯାଦବ ସମାଜ ର ନୂତନ କର୍ମକର୍ତ୍ତା ଚୟନ

Leave a Comment

error: Content is protected !!