ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗଳ୍ପ ପ୍ରତିଯୋଗିତାର ଫଳାଫଳ ପ୍ରକାଶ, ପ୍ରଥମ ସ୍ଥାନରେ ପ୍ରତିମା ପାତ୍ର

ଗଳ୍ପ ପ୍ରତିଯୋଗିତାର ଫଳାଫଳ ପ୍ରକାଶ, ପ୍ରଥମ ସ୍ଥାନରେ ପ୍ରତିମା ପାତ୍ର

ଖଇରା,୨୨/୮/୨୫- ଗଦ୍ୟ ସାହିତ୍ୟର ଉନ୍ନତି ପାଇଁ ” ମୋ ଅନୁଷ୍ଠାନ ସାହିତ୍ୟ ସଂସଦ ” ଗଠିତ ହୋଇଥିଲେ ମଧ୍ୟ ପ୍ରବନ୍ଧ, କବିତା, ମେଧାଅନ୍ବେଷଣ ଓ ଫଟୋ ପ୍ରତିଯୋଗିତା ଭଳି ବିଭିନ୍ନ ପ୍ରତିଯୋଗିତାକୁ ପ୍ରାଧାନ୍ୟ ଦେଇଥାଏ । ଏହା ମାଧ୍ୟମରେ ସମସ୍ତଙ୍କୁ କିଛି ନା କିଛି ଶିକ୍ଷା ଦେବା ଅନୁଷ୍ଠାନର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ । ଏପରିକି ବାର୍ଷିକ ଉତ୍ସବର ସାହିତ୍ୟ ମଞ୍ଚ ଗଦ୍ୟ ପାଠରୁ ହିଁ ଆରମ୍ଭ ହୋଇଥାଏ । ମଞ୍ଚାସୀନ ଅତିଥି ମାନଙ୍କ ଦ୍ବାରା ବିଭିନ୍ନ ସାରସ୍ୱତ ସାଧିକା, ସାଧକ, ସମାଜସେବୀ, ସାମ୍ବାଦିକ ଏବଂ କଳାକାର ମାନଙ୍କୁ ସମ୍ବର୍ଦ୍ଧିତ କରିଥାଏ ଅନୁଷ୍ଠାନ । ଏହି ପରିପ୍ରେକ୍ଷୀରେ ଗତ ତା ୨୭/୭/୨୫ ରିଖରେ ମୋ ଅନୁଷ୍ଠାନ ହ୍ଵାଟ୍ସଆପ୍ ଗୃପ୍ ରେ ଗଳ୍ପ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ବିଭିନ୍ନ ସ୍ଥାନରୁ ପ୍ରତିଯୋଗୀ ମାନେ ଅଂଶ ଗ୍ରହଣ କରିଥିଲେ । ଗଳ୍ପର ପ୍ରସଙ୍ଗ ଥିଲା ” ଅପରାଧୀ ଦୁନିଆ । ” ସେମାନେ ହେଲେ (୧) ରାଜେଶ୍ବରୀ ସ୍ବାଇଁ, ପାରଳାଖେମୁଣ୍ଡି, ଗଜପତି (୨) ଦିଗମ୍ବର ବେହେରା, ଭାଗରାଇ, ବାଲେଶ୍ବର (୩) ସ୍ମୃତି ପ୍ରିୟଦର୍ଶିନୀ ପ୍ରଧାନ, ପୂରଣ, ଜଗତସିଂହପୁର (୪) ଲକ୍ଷ୍ମୀପ୍ରିୟା ଜେନା, ରାଣ୍ଡଖେଜୁରୀ, ଖଇରା, ବାଲେଶ୍ବର (୫) ଡଃ ଅନୁପମା ବିଶ୍ବାଳ, ସମ୍ବଲପୁର (୬) ଶାନ୍ତିଲତା ରଣା, କଲ୍ଯାଣପୁର, ଯାଜପୁର (୭) କଳ୍ପନା ବିନ୍ଧାଣୀ, ଦରିପାଳ, ମୟୂରଭଞ୍ଜ (୮) ଅନିତା ପଣ୍ଡା, ବ୍ରହ୍ମପୁର, ଗଞ୍ଜାମ (୯) ପ୍ରଫେସର ପ୍ରତିମା ଷଡ଼ଙ୍ଗୀ, ଭୁବନେଶ୍ୱର, ଖୋର୍ଦ୍ଧା (୧୦) ସୁଦେଷ୍ଟା ପାତ୍ର, ଆଳଦା, ଖରାସାହାପୁର, ସୋର, ବାଲେଶ୍ବର (୧୨) ସ୍ବର୍ଣ୍ଣପ୍ରଭା ମହାପାତ୍ର, ସୁବର୍ଣ୍ଣପୁର (୧୩) ପ୍ରତିମା ପାତ୍ର, ବରଗଡ଼ (୧୪) ରଞ୍ଜୁଲତା ପାଢ଼ୀ, ରାଉରକେଲା, ସୁନ୍ଦରଗଡ଼ । ସମସ୍ତ ଗଳ୍ପ ଗୁଡିକୁ ସମୀକ୍ଷା କରିଥିଲେ ଝାରସୁଗୁଡ଼ାର କବୟିତ୍ରୀ ଓ ସୁ-ସାହିତ୍ୟିକା ମାଧୁରୀ ମିଶ୍ର । ତାଙ୍କ ସମୀକ୍ଷାରୁ ପ୍ରତିମା ପାତ୍ର, ବରଗଡ଼ ପ୍ରଥମ ସ୍ଥାନ, ସୁଦେଷ୍ଟା ପାତ୍ର, ଆଳଦା, ସୋର, ବାଲେଶ୍ଵରଙ୍କୁ ଦ୍ବିତୀୟ ସ୍ଥାନ ଓ ପ୍ରଫେସର ପ୍ରତିମା ଷଡ଼ଙ୍ଗୀ, ଭୁବନେଶ୍ୱରଙ୍କୁ ତୃତୀୟ ସ୍ଥାନ ମିଳିଛି । ଚଳିତ ବର୍ଷ ଡିସେମ୍ବର ମାସ ୨୭ ତାରିଖରେ ଅନୁଷ୍ଠିତ ୬ଷ୍ଠ ବାର୍ଷିକ ଉତ୍ସବରେ ସମ୍ବର୍ଦ୍ଧିତ କରାଯିବ ବୋଲି ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ଏବଂ ସଭାପତି ଭଉଣୀ କୁଞ୍ଜଲତା ମାହୁଁନ୍ତ ଘୋଷଣା କରିଛନ୍ତି । ଏଥିସହିତ ସମସ୍ତ ପ୍ରତିଯୋଗୀଙ୍କ ସାହିତ୍ୟ ଜୀବନ ଚଲାପଥ କୁସୁମିତ ନିମନ୍ତେ ଈଶ୍ବରଙ୍କ ନିକଟରେ ପ୍ରାର୍ଥନା କରିଛି ମୋ ଅନୁଷ୍ଠାନ ପରିବାର ।।

ବାଲେଶ୍ଵର ଖଇରାରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଚଳିତ ମଇ ମାସ ୧୧ତାରିଖ ରାଇରଙ୍ଗପୁରରେ ଅନୁଷ୍ଠିତ ହେବ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର

ପବିତ୍ର ଶିବରାତ୍ରିରେ ମଶାରୀ ବଣ୍ଟନର ଶୁଭାରମ୍ଭ କରିବ ମୋ ଅନୁଷ୍ଠାନ

masiha

ଦଣ୍ଡପାଟ ଅଞ୍ଚଳ ବେହେରା କୁ ବ୍ଲକ ଦାବି ତେଜିଲା

masiha

Leave a Comment

error: Content is protected !!