ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଇଣ୍ଡିଆ ଟୁଡେ ପକ୍ଷରୁ କଳାହାଣ୍ଡି ଜିଲ୍ଲା କୁ ପୁରସ୍କାର

ପରିମଳ କ୍ଷେତ୍ରରେ ଉନ୍ନତି ପାଇଁ ଇଣ୍ଡିଆ ଟୁଡେ ପକ୍ଷରୁ କଳାହାଣ୍ଡିକୁ ଶ୍ରେଷ୍ଠ ଜିଲ୍ଲା ରୂପେ ପୁରସ୍କୃତ କରାଯାଇଛି। ବିଗତ ପାଞ୍ଚ ବର୍ଷ ମଧ୍ୟରେ ପରିମଳ ବ୍ୟବସ୍ଥାରେ ବ୍ୟାପକ ସୁଧାର ଆଣିଥିବା ନେଇ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା।କଳାହାଣ୍ଡି ଜିଲ୍ଲାପାଳ ଡକ୍ଟର ହର୍ଷଦ ପରାଗ ଗାଭାଲି,ଆଇଏଏସ ଭୁବନେଶ୍ୱର ଠାରେ ଆୟୋଜିତ ଏକ ସମାବେଶରେ ପୁରସ୍କାର ଗ୍ରହଣ କରିଥିଲେ। ସେହିପରି ୨୦୨୦-୨୧ ମସିହାରେ ସର୍ବାଧିକ ଡାକ୍ତରଖାନା କାୟାକଳ୍ପ ପୁରସ୍କାର ପାଇଥିବା ଯୋଗୁଁ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ସଚିବ ରାଜକୁମାର ଶର୍ମା କଳାହାଣ୍ଡି ଜିଲ୍ଲାପାଳ ଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି। କଳାହାଣ୍ଡି ଜିଲ୍ଲାର ୭୧.୫୯% ଡାକ୍ତରଖାନା ବିଭିନ୍ନ ଇଂଡ଼େକ୍ସ ରେ ପୁରସ୍କୃତ ହୋଇଛି ଏନେଇ ସ୍ୱାସ୍ଥ୍ୟ ସଚିବ ଶ୍ରୀ ଶର୍ମା କଳାହାଣ୍ଡି ଜିଲ୍ଲାପାଳ ଙ୍କୁ ପତ୍ର ଲେଖି ଉତ୍ସାହିତ କରିଛନ୍ତି।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

କୁମ୍ଭାର ସମାଜକୁ ପୁନଃ ଅନୁସୂଚିତ ଜାତି ମାନ୍ୟତା ନେଇ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ ଜରିଆରେ ଲିଖିତ ଦାବିପତ୍ର 

Sunil Chandra Nayak

କାଶିବାହଲ ଗାଁରେ ଡକାୟତି,ଗୁଳି ମାଡ଼ରେ ଘର ମାଲିକ ଙ୍କ ପୁଅ ଗୁରୁତର, ପୋଲିସ ର ତଦନ୍ତ ଜାରି

Sunil Chandra Nayak

ମଝିଆ ଗୁଡି ଜଗନ୍ନାଥ ମନ୍ଦିରରେ ଅକ୍ଷୟ ତୃତୀୟା ଅବସରରେ ଛପନ ଭୋଗ ଲାଗି

Leave a Comment

error: Content is protected !!