ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରବୀଣ ଖମାରୀ (ମୁନା)ଙ୍କ ଦେହାନ୍ତ ରେ ବିଜେଡ଼ି ପକ୍ଷରୁ ଶୋକ 

ପ୍ରବୀଣ ଖମାରୀ (ମୁନା)ଙ୍କ ଦେହାନ୍ତ ରେ ବିଜେଡ଼ି ପକ୍ଷରୁ ଶୋକ 

କଳାହାଣ୍ଡି ବିଜେଡି ପୂର୍ବତନ ଟାଉନ କାର୍ଯ୍ୟକାରୀ ସଭାପତି ତଥା ଘରୋଇ ବସ ମାଲିକ ସଂଘର ସାଧାରଣ ସମ୍ପାଦକ ପ୍ରବୀଣ ଖମାରୀ (ମୁନା)ଙ୍କ ଗତ ଶୁକ୍ରବାର ବ୍ରେନ୍ ଷ୍ଟ୍ରୋକ୍ ହୋଇ ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ୱରକୁ ନିଆଯାଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କ ପରଲୋକରେ ଆଜି କଳାହାଣ୍ଡି ବିଜୁ ଜନତା ଦଳ ପକ୍ଷରୁ ସ୍ଥାନୀୟ ସର୍କିଟ ହାଉସ ଠାରେ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ସହ ତାଙ୍କର ଅମର ଆତ୍ମାର ସଦଗତି କାମନା କରି ୨ମି ନିରବ ପ୍ରାର୍ଥନା କରାଯାଇଛି । ଏଥି ସହିତ ବିଜେଡି କର୍ମୀ ତାଙ୍କ ଶୋକସନ୍ତପ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ଏହି କ୍ରମ ରେ ଜିଲ୍ଲା ବିଜେଡି ସଭାପତି ତଥା ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ, ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକ, ନଗରପାଳ ବିଷ୍ଣୁ ପ୍ରଧାନ, ବରିଷ୍ଠ ବିଜେଡି ନେତା ପ୍ରଦୀପ ମୁଣ୍ଡ, ବିସିସି ବ୍ୟାଙ୍କ ସଭାପତି ଗିରୀଶ ଚନ୍ଦ୍ର ବେହେରା, ପୂର୍ବତନ ପୌରାଧ୍ୟକ୍ଷା ସଂଯୁକ୍ତା ବେହେରା, ରାଜ୍ୟ ଛାତ୍ର ବିଜେଡି କାର୍ଯକାରୀ ସଭାପତି ଅବିନାଶ ଠାକୁର, ଯୁବନେତା ମନିନ୍ଦ୍ର ମହାନ୍ତି, ଧବଳେଶ୍ଵର ମହାପାତ୍ର, ପ୍ରଶାନ୍ତ ନାଏକ, ଉଦୟ ସୁନାନୀ, ସାମନ୍ତ ଖମାରୀ, ବଦ୍ରିନାରାୟଣ ପଟ୍ଟନାୟକ, ତ୍ରିଲୋଚନ ପାଣିଗ୍ରାହୀ, ପରମାନନ୍ଦ ମାଝୀ, କ୍ଷୀରସିନ୍ଧୁ ନାଏକ, ଚକ୍ର ସେଠୀ, ରଞ୍ଜୁକ୍ତା ପ୍ରଧାନ, ପିତବାସ ବେହେରା, ହୀରାମଣି ଗଣ୍ଡ , ସୁରଥ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।

 ବିଷ୍ନୁ ଚରଣ ସ୍ଵାଇଁ ଙ୍କ ରିପୋଟିଂ

 

Related posts

ଶ୍ରାବଣୀ ମେଳା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ଅଗଷ୍ଟ ୨ରୁ ପ୍ରସିଦ୍ଧ ବେଦବ୍ୟାସ ପୀଠରେ ଆରମ୍ଭ ହେବ ଶ୍ରାବଣୀ ମେଳା 

Sunil Chandra Nayak

ଵିଜାତଳା ଵ୍ଳକ! ବାଘିଆଟାଙ୍ଗରରେ ନୂତନ ବସଷ୍ଟାଣ୍ଡ ନିର୍ମାଣ ,ଚଢେଇପାହାଡି-ସାରସକଣା ସଂଯୋଗୀକରଣ,ତାଣ୍ଡିପାଣି- ବଡବିଲ- ଗୋରୁମହିଷାଣୀ ସଂଯୋଗୀକରଣ ରାସ୍ତା ନିର୍ମାଣ ଶିଳାନ୍ୟାସ ଶୁଭାରମ୍ଭ କଲେ ବିଧାୟକ ଭାଦବ ହାଁସଦାଃ  

ପାରମ୍ପରିକ ଲୋକକଳା “ପାଲା” କୁ ଲୋକାଭିମୁଖୀ କରିବାକୁ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ପ୍ରୋତ୍ସାହନ ଓ ଜନ ଜାଗରଣ 

Sunil Chandra Nayak

Leave a Comment

error: Content is protected !!