ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହିଳା ମହାବିଦ୍ୟାଳୟ ଓ ସ୍ୱୟଂଶାସିତ ମହାବିଦ୍ୟାଳୟ, ଢେଙ୍କାନାଳରେ ଜାତୀୟ ଅନ୍ତରିକ୍ଷ ଦିବସ ଓ ଭାରତରେ ବିଜ୍ଞାନ ପାଇଁ ପଦଯାତ୍ରା -୨୦୨୫ ଉପଲକ୍ଷେ ବିଜ୍ଞାନ ଆଲୋଚନାଚକ୍ର ଅନୁଷ୍ଠିତ 

ମାନବୀୟ ଉତ୍କର୍ଷର ଆଧାର ହେଉଛି ବିଜ୍ଞାନ :
ବିଜ୍ଞାନ ଆମ ଚେତନାକୁ ବିସ୍ତାରିତ କରେ :
ଭାରତୀୟ ବିଜ୍ଞାନୀ ବିଶ୍ୱକୁ ବାଟ ଦେଖାଇବେ :
ମାନବ ପାଇଁ ବିଜ୍ଞାନ,ସମାଜ ପାଇଁ ଵିଜ୍ଞାନ,ଚିନ୍ତାରେ ବିଜ୍ଞାନ :
ମହିଳା ମହାବିଦ୍ୟାଳୟ ଓ ସ୍ୱୟଂଶାସିତ ମହାବିଦ୍ୟାଳୟ, ଢେଙ୍କାନାଳରେ ଜାତୀୟ ଅନ୍ତରିକ୍ଷ ଦିବସ ଓ ଭାରତରେ ବିଜ୍ଞାନ ପାଇଁ ପଦଯାତ୍ରା -୨୦୨୫ ଉପଲକ୍ଷେ ବିଜ୍ଞାନ ଆଲୋଚନାଚକ୍ର ଅନୁଷ୍ଠିତ 

ଢେଙ୍କାନାଳ : ତା.୨୬.୦୮.୨୦୨୫ ରିଖ:( ): ନିକଟରେ ଭାରତର ବ୍ରେକ୍ ଥ୍ରୁ ସାଇନ୍ସ ସୋସାଇଟି ଅନୁବନ୍ଧିତ ବିଜ୍ଞାନ ଚେତନା ମଞ୍ଚ,ଓଡ଼ିଶାର ଢେଙ୍କାନାଳ ଶାଖା ପକ୍ଷରୁ ମହିଳା ମହାବିଦ୍ୟାଳୟ ଓ ସ୍ୱୟଂଶାସିତ ମହାବିଦ୍ୟାଳୟ, ଢେଙ୍କାନାଳରେ ଜାତୀୟ ଅନ୍ତରିକ୍ଷ ଦିବସ ଓ ଭାରତରେ ବିଜ୍ଞାନ ପାଇଁ ପଦଯାତ୍ରା -୨୦୨୫ ଓ ସାଇନ୍ସ ସୋସାଇଟି ମିଳିତ ଆନୁକୁଲ୍ୟରେ ଏକ ବିଜ୍ଞାନ ଆଲୋଚନାଚକ୍ର ଅପରାହ୍ନ ୧୨.୩୦ ମିନିଟ୍ ସମୟରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ପ୍ରାଧ୍ୟାପକ ଡ.କୁମାର ସିଦ୍ଧାର୍ଥ କେଶବ ଭରଦ୍ୱାଜ ବ୍ରେକ୍ ଥ୍ରୁ ସାଇନ୍ସ ସୋସାଇଟିର ସର୍ବଭାରତୀୟ ଉପସଭାପତି,ବିଜ୍ଞାନ ଚେତନା ମଞ୍ଚର ଓଡ଼ିଶା ରାଜ୍ୟ ସମ୍ପାଦକ ତଥା ପ୍ରଫେସର୍, ରସାୟନ ବିଜ୍ଞାନ ବିଭାଗ,ରେଭେନ୍ସା ବିଶ୍ଵବିଦ୍ୟାଳୟ,କଟକ ମୁଖ୍ୟଅତିଥି ଭାବରେ ଯୋଗଦାନ କରି ସ୍ଵୀୟ ବକ୍ତବ୍ୟରେ ନିର୍ବୋଧତା ଆମର ସବୁଠୁ ବଡ ଶତ୍ରୁ,କାର୍ଯ୍ୟ-କାରଣ ସମ୍ପର୍କ ଖୋଜିବା ହିଁ ବିଜ୍ଞାନ,ସତ୍ୟର ପାହାଡ ଉପରେ ଠିଆ ହୋଇଥାଏ ବିଜ୍ଞାନ,ମାନବ ପାଇଁ ବିଜ୍ଞାନ,ସମାଜ ପାଇଁ ଵିଜ୍ଞାନ,ଚିନ୍ତାରେ ବିଜ୍ଞାନ ଆଜି ଯୁଗର ଆବଶ୍ୟକତା।କୌଣସି କଥାକୁ ଅନ୍ଧ ଭାବେ ଗ୍ରହଣ ନକରି ତା ପଛରେ ଥିବା କାରଣ ଖୋଜିବା ଓ କାରଣ ଆଧାରରେ ସିଦ୍ଧାନ୍ତରେ ଉପନୀତ ହେବାକୁ ବିଜ୍ଞାନ କୁହାଯାଏ।ବିଜ୍ଞାନ କଦାପି ବିଶ୍ୱାସ ହୋଇ ନ ପାରେ ବରଂ ସତ୍ୟର ଚଟାଣ ଉପରେ ଏକ ସୁନ୍ଦର ଉପଲବ୍ଧିକୁ ବୁଝାଏ।ପ୍ରଶ୍ନ ପଚାରିବା,କାରଣ ଖୋଜିବା,ପରୀକ୍ଷା ନିରୀକ୍ଷା କରିବା,ଯୁକ୍ତି କରିବା ଆଦି ପ୍ରକ୍ରିୟା ଗୁଡିକ ବିଜ୍ଞାନର ପରିଭାଷା ଅଟନ୍ତି।ତେଣୁ,ଆଜିର ଛାତ୍ରଛାତ୍ରୀମାନଙ୍କୁ ଏ ଦିଗରେ ଉତ୍ସାହିତ କରିବା ଶିକ୍ଷକ,ଶିକ୍ଷିକା,ଅଧ୍ୟାପିକା,ଅଧ୍ୟାପକମାନଙ୍କର ପ୍ରଧାନ କର୍ତ୍ତବ୍ୟ ବୋଲି ଦୃଢ଼ ଅଭିବ୍ୟକ୍ତି ପ୍ରଦାନ କରିଥିଲେ।ଅସମ୍ଭବ ଆଉ କିଛି ନାହିଁ।ଯାହା ପରୀ ରାଇଜର କାହାଣୀ ପରି ଲାଗୁଥିଲା ତାହା ଆଜି ବାସ୍ତବତାରେ ପରିଣତ ହୋଇଛି।ମଣିଷ ସମଗ୍ର ବିଶ୍ୱକୁ ନିଜ ହାତ ମୁଠାରେ ରଖିବାର ସାମର୍ଥ୍ୟ ହାସଲ କରିଛି।ଆମର ଜୀବନକୁ ସହଜ,ସରଳ ଓ ପ୍ରlଚୁର୍ଯ୍ୟମୟ କରିବାରେ ବିଜ୍ଞାନ ସହାୟକ ହୋଇଛି।ଈଶ୍ୱରଙ୍କ ଅସ୍ତିତ୍ବକୁ ନେଇ ମଣିଷ ପ୍ରଶ୍ନ କରିବା ଆରମ୍ଭ କରିଛି।ମଣିଷର ଚେତନାରେ ଉନ୍ନତି ଆସିଛି।ବିଜ୍ଞାନ ବଳରେ ବଳିୟାନ ମଣିଷ ଆଜି ଜିତେନ୍ଦ୍ରିୟ ବୋଲି ଜାତୀୟ ବିଜ୍ଞାନ ଦିବସ ପାଳନ ଅବସରରେ ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟର ବିଜ୍ଞାନ ସଂସଦର ଉପସଭାପତି ତଥା ଉଦ୍ଭିଦ ବିଜ୍ଞାନ ଓ ବାୟୋଟେକ୍ନୋଲୋଜି ବିଭାଗୀୟ ମୁଖ୍ୟ ପ୍ରଫେସର ଡ.ଦେବରାଜ ପରିଡା କହିଛନ୍ତି।ସ୍ଥାନୀୟ ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟ ନୂତନ ପଠନ ଗୃହ ମଧ୍ୟରେ ଅଧ୍ୟକ୍ଷ ଡ.ପୂର୍ଣ୍ଣଚନ୍ଦ୍ର ବରାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଡ.ଦେବରାଜ ପରିଡା ବିଜ୍ଞାନକୁ ଆମର ଉତ୍କର୍ଷର ଆଧାର ବୋଲି କହିବା ସହ ଆଗାମୀ ଦିନ ଵୟୋଟେକ୍ନୋଲୋଜିର ସମୟ ହେବ ବୋଲି ମତବ୍ୟକ୍ତ କରିଥିଲେ।ରାଷ୍ଟ୍ରପତି ସ୍କାଉଟ୍ ,ମୁଖ୍ୟମନ୍ତ୍ରୀ ପୁରସ୍କାରପ୍ରାପ୍ତ, ଅନ୍ୟତମ ସମ୍ମାନିତ ଅତିଥି ଭାବେ ଶତାୟୁ,ପିଏମ୍ ଶ୍ରୀ ବି.ବି.ସରକାରୀ ହାଇସ୍କୁଲ,ଢେଙ୍କାନାଳର ଅବସରପ୍ରାପ୍ତ ବରିଷ୍ଠ ଗଣିତ ଓ ବିଜ୍ଞାନ ଶିକ୍ଷକ ତଥା ରାଜ୍ୟ ପୁରସ୍କାରପ୍ରାପ୍ତ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ଢେଙ୍କାନାଳ ଜିଲ୍ଲା ସଂଯୋଜକ, ବିଜ୍ଞାନ ଚେତନା ମଞ୍ଚ,ଓଡ଼ିଶାର ଆଜୀବନ ସଦସ୍ୟ ତଥା ଢେଙ୍କାନାଳ ଜିଲ୍ଲା ଆବାହକ ଡ଼ା.ଦେବୀ ପ୍ରସାଦ ମିଶ୍ର ଯୋଗଦେଇ ଜାତୀୟ ଅନ୍ତରିକ୍ଷ ଦିବସ ଓ ଭାରତରେ ବିଜ୍ଞାନ ପଦଯାତ୍ରାର ଲକ୍ଷ୍ୟ,ଉଦ୍ଦେଶ୍ୟ,ଆଭିମୁଖ୍ୟ ମହତ୍ୱ ପ୍ରତିପାଦନ କରିବା ସଙ୍ଗେ ସଙ୍ଗେ ବିଜ୍ଞାନ ଦ୍ଵାରା ହିଁ ବିଶ୍ବରେ ସମସ୍ତ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ସମ୍ଭବ ହୋଇ ପାରିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ।ଅନ୍ୟତମ ସମ୍ମାନିତ ଅତିଥିଭାବେ ବିଜ୍ଞାନ ଚେତନା ମଞ୍ଚ ଭୁବନ ଶାଖାର ଆବାହକ ଶ୍ରୀଧର ପୃଷ୍ଟି,ବିଜ୍ଞାନ ସଂଗଠିକା ଡ.ଶୁଭ୍ରା ରାୟ,ବିଜ୍ଞାନ ସଙ୍ଗଠକ ବିନୋଦ ସେଠୀ ପ୍ରମୁଖ ଯୋଗଦାନ କରିଥିଲେ।

ସଭାପତି ଅଧ୍ୟକ୍ଷ ଡ.ପୂର୍ଣ୍ଣଚନ୍ଦ୍ର ବରାଳ ସ୍ଵୀୟ ଅଭିଭାଷଣରେ ବିକଶିତ ଭାରତରେ ବିଜ୍ଞାନ ଓ ଯୁବକମାନଙ୍କ ଭୂମିକା ସମ୍ପର୍କରେ ମତବ୍ୟକ୍ତ କରିବାକୁ ଯାଇ କହିଥିଲେ ଯେ ଆମର ବୈଜ୍ଞାନିକମାନେ ସମଗ୍ର ବିଶ୍ୱର ନେତୃତ୍ୱ ନେବେ।ସଭା ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ଵଳନ ପୂର୍ବକ ପ୍ରଭୁ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ଅତିଥିମାନେ ମାଲ୍ୟାର୍ପଣ କରିଥିଲେ।ବିଜ୍ଞାନ ସଂସଦର ସହକାରୀ ଉପସଭାପତି ତଥା ପ୍ରାଣୀବିଜ୍ଞାନ ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପିକା ଡ.ନିର୍ଲିପ୍ତା ସ୍ୱାଇଁ ସ୍ଵାଗତ ଅଭିଭାଷଣ,ଅତିଥି ପରିଚୟ ପ୍ରଦାନ,ଅତ୍ୟନ୍ତ ଚିତ୍ତାକର୍ଷକ ଭାବରେ ସଭା ସୁସଂଯୋଜନା କରିବା ସଙ୍ଗେ ସଙ୍ଗେ ପରିଶେଷରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ପ୍ରକାଶ ଥାଉକି ଦିନ ୧୧ ଘଟିକା ସମୟରେ ବିଜ୍ଞାନ ଚେତନା ମଞ୍ଚର ଜିଲ୍ଲା ସଂଯୋଜକ ଡ଼ା.ଦେବୀ ପ୍ରସାଦ ମିଶ୍ରଙ୍କ ସଂଯୋଜନାରେ ଢେଙ୍କାନାଳ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମହିଳା ମହାବିଦ୍ୟାଳୟର ଛାତ୍ରୀମାନଙ୍କୁ ନେଇ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା।ଏହି ଶୋଭାଯାତ୍ରାକୁ ଅଧ୍ୟକ୍ଷା ପ୍ରାଧ୍ୟାପିକା ଡ.ଶକୁନ୍ତଳା ସାହୁ ସବୁଜ ପତାକା ଦେଖାଇ ଅୟ ଆରମ୍ଭ କରିଥିଲେ।ଏଥିରେ ପଦାର୍ଥ ବିଜ୍ଞାନ ବିଭାଗର ପ୍ରାଧ୍ୟାପିକା ଡ.ସ୍ଵାତୀ ସୁଚରିତା ପ୍ରଧାନ, ରସାୟନ ବିଜ୍ଞାନ ବିଭାଗର ଅତିଥି ଅଧ୍ୟାପିକା ସୁଶ୍ରୀ ଜ୍ୟୋତିର୍ମୟୀ ସାହୁ ଓ ସୁଶ୍ରୀ ରାମେଶ୍ୱରୀ ଗାଏନ୍,କମ୍ପ୍ୟୁଟର ବିଭାଗର ଅତିଥି ଅଧ୍ୟାପିକା ସୁଶ୍ରୀ ତପସ୍ଵିନୀ ଆଚାର୍ଯ୍ୟ ପ୍ରମୁଖ ସମସ୍ତ ଅଧ୍ୟାପିକା ଓ କର୍ମଚାରୀବୃନ୍ଦ ଉପସ୍ଥିତ ଥିଲେ। ଅନ୍ୟତମ ସମ୍ମାନିତ ବକ୍ତା ପ୍ରାଧ୍ୟାପକ ଡ.କୁମାର ସିଦ୍ଧାର୍ଥ କେଶବ ଭରଦ୍ୱାଜ ବ୍ରେକ୍ ଥ୍ରୁ ସାଇନ୍ସ ସୋସାଇଟିର ସର୍ବଭାରତୀୟ ଉପସଭାପତି, ବିଜ୍ଞାନ ଚେତନା ମଞ୍ଚର ଓଡ଼ିଶା ରାଜ୍ୟ ସମ୍ପାଦକ ତଥା ପ୍ରଫେସର୍,ରସାୟନ ବିଜ୍ଞାନ ବିଭାଗ,ରେଭେନ୍ସା ବିଶ୍ଵବିଦ୍ୟାଳୟ,କଟକ ଓ ବିଜ୍ଞାନ ଚେତନା ମଞ୍ଚ,ଓଡ଼ିଶାର ଆଜୀବନ ସଦସ୍ୟ ତଥା ଢେଙ୍କାନାଳ ଜିଲ୍ଲା ଆବାହକ ଡ଼ା.ଦେବୀ ପ୍ରସାଦ ମିଶ୍ର ଯୋଗଦେଇ ଜାତୀୟ ଅନ୍ତରିକ୍ଷ ଦିବସ ଓ ଭାରତରେ ବିଜ୍ଞାନ ପଦଯାତ୍ରାର ଲକ୍ଷ୍ୟ,ଉଦ୍ଦେଶ୍ୟ,ଆଭିମୁଖ୍ୟ ମହତ୍ୱ ପ୍ରତିପାଦନ କରିଥିଲେ।ଅନ୍ୟତମ ସମ୍ମାନିତ ଅତିଥିଭାବେ ବିଜ୍ଞାନ ଚେତନା ମଞ୍ଚ ଭୁବନ ଶାଖାର ଆବାହକ ଶ୍ରୀଧର ପୃଷ୍ଟି,ବିଜ୍ଞାନ ସଂଗଠିକା ଡ.ଶୁଭ୍ରା ରାୟ, ବିଜ୍ଞାନ ସଙ୍ଗଠକ ବିନୋଦ ସେଠୀ ପ୍ରମୁଖ ଯୋଗଦାନ କରିଥିଲେ।ଆଜିର କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ବିଭିନ୍ନ ବିଭାଗର ଛାତ୍ରୀ,ଛାତ୍ରବୃନ୍ଦ,ଅଧ୍ୟାପିକା,ଅଧ୍ୟାପକବୃନ୍ଦ ଓ କର୍ମଚାରୀ ବୃନ୍ଦ ଶତାଧିକ ସଂଖ୍ୟାରେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରି ଏହାର ସଫଳ ରୂପାୟନରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ।

ଡ଼ା.ଦେବୀ ପ୍ରସାଦ ମିଶ୍ର ଙ୍କ ରିପୋର୍ଟ୍ 

Related posts

ପ୍ରକାଶ ପାଇଲା ଗଳ୍ପ ପ୍ରତିଯୋଗିତାର ଫଳାଫଳ, ପ୍ରଥମ ସ୍ଥାନରେ ସୁବର୍ଣ୍ଣପୁର

masiha

ବର୍ଷା ବିତ୍ପାତ ଯୋଗୁଁ ଫିକା ପଡ଼ିଲା ଯାମଦା- କଇଁପୁର ପାକଣାପାଟ ଯାନ୍ତାଳ ପର୍ବ; କମିଟି ନିଷ୍ପତ୍ତି କ୍ରମେ ଆସନ୍ତା ସେପ୍ଟେମ୍ବର ୨୨ ଓ ୨୩ ରେ ପୁନଃ ହେବ ଯାନ୍ତାଳ ମେଳା

masiha

କଳାହାଣ୍ଡି ଜିଲ୍ଲା ସ୍ତରୀୟ ଗାନ୍ଧିଜୀ ଓ ଶାସ୍ତ୍ରୀଜି ଙ୍କ ଜୟନ୍ତୀ ପାଳିତ

Sunil Chandra Nayak

Leave a Comment

error: Content is protected !!