ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆଗାଁ ଗ୍ରାମରେ ହାତୀଙ୍କ ଧାନ କିଆରୀ ନଷ୍ଟ 

ନୂଆଗାଁ ଗ୍ରାମରେ ହାତୀଙ୍କ ଧାନ କିଆରୀ ନଷ୍ଟ 

ମୟୂରଭଂଜ – ୨୬/୦୮ — ମୟୂରଭଂଜ ଜିଲ୍ଲାର ବଣ ଜଙ୍ଗଲ ଘେରା ବିଜାତଳା ବ୍ଳକ ଅନ୍ତର୍ଗତ ମାଣିକପୁର ପଞ୍ଚାୟତର ନୂଆଗାଁ ଗ୍ରାମରେ ସୋମବାର ରାତିରେ ହାତୀ ୨ ଜଣ ଚାଷୀଙ୍କ ଧାନ କ୍ଷେତ ନଷ୍ଟ କରିଥିବା ଅଭିଯୋଗ ହୋଇଛି ।  ଦୁର୍ଗମ ବଣ ଜଙ୍ଗଲରେ ଆଶ୍ରୟ ନେଇଛନ୍ତି ହାତୀପଲ । ଦିନରେ ଜଙ୍ଗଲରେ ହାତୀ ଲୁଚୁଥିବାବେଳେ ରାତିରେ ଆସି ଗାଁମୁହାଁ ହୋଇ ଧାନବିଲ ନଷ୍ଟ କରି ଦେଉଛନ୍ତି ।ବର୍ଷା ଯୋଗୁଁ ଚାଷ ଭାଦ୍ରବ ମାସରେ ଚାଷ କାମ ପଛେଇ ଯାଇଛି ।ଚାଷୀମାନେ ତରତର ହୋଇ ବିଲରେ ଧାନ ରୁଆ କରିବା ସହ ସାର ପକାଇ ସବୁଜ କରିବାକୁ ବସିଥିବାବେଳେ ଜଙ୍ଗଲୀ ହାତୀ ରାତି ଅଧରେ ଚୁପେ ଚୁପେ ଆସି ଧାନ କିଆରୀରେ ଧାନ କ୍ଷେତକୁ ଉଚ୍ଚ ଦଳି ଚକଟି ଦେଉଛି ।ବିଚରା ଚାଷୀ ମୁଣ୍ଡରେ ହାତ ମାରି ବସିଛି ।ସୂଚନାଯୋଗ୍ୟ ସୋମବାର ରାତିରେ ଏକ ଦନ୍ତା ହାତୀ, ଏକ ମାକନା  ହାତୀ ମାଣିକପୁର ପଞ୍ଚାୟତର ନୂଆଗାଁ ଗ୍ରାମର ୨ ଜଣ ଚାଷୀଙ୍କ ଚାଷକ୍ଷେତ ନଷ୍ଟ କରି ଦେଇଛି ।  ଚାଷୀମାନେ ଦୁଇ ଜଣ ହେଲେ ମଂଗଲ ମୁଣ୍ଡା ଏବଂ ପାର୍ବତୀ ମୁଣ୍ଡା ର କ୍ଷେତକୁ ନଷ୍ଟ କରି ଦେଇଛି ।ଆଜି ସକାଳେ ବିଲରେ  ନଷ୍ଟ ଧାନ ଦେଖି ଭାଙ୍ଗି ପଡିଛନ୍ତି ଚାଷୀ।ବିଜାତଳାରେ ଚାଷୀମାନଙ୍କର ଧାନ ଚାଷ ଛଡ଼ା ବିକଳ୍ପ କିଛି ନାହିଁ ।ତେଣୁ ଧାନ କ୍ଷେତ ହାତୀ ଦ୍ଵାରା ନଷ୍ଟ ହେଉଥିବାବେଳେ ଚାଷୀ କେମିତି ତା’ର ର ଗୁଜୁରାଣ ମେଣ୍ଟାଇବ !

ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ (SIR) ସଚେତନତା ଧର୍ମୀ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ସରକାରୀ ଅନୁଦାନ ଜୀନା ପାଇଁ ସାତ ସପନ

Sunil Chandra Nayak

ଉତ୍କଳ ଦିବସ ଅବସରରେ ଜଗନ୍ନାଥଙ୍କ ଦର୍ଶନ ପାଇଁ ସୀତାରାମଙ୍କ ନେତୃତ୍ୱରେ ସାଇକେଲ ରାଲି : ପ୍ରଥମେ ବାଣପୁର ମାଆ ଭଗବତୀଙ୍କୁ କଲେ ଦର୍ଶନ

Sunil Chandra Nayak

Leave a Comment

error: Content is protected !!