ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବୀର ବଜରଙ୍ଗୀ ଯୁବକ ସଂଘ ତରଫରୁ ରକ୍ତଦାନ ଶିବିର 

ବୀର ବଜରଙ୍ଗୀ ଯୁବକ ସଂଘ ତରଫରୁ ରକ୍ତଦାନ ଶିବିର 

କୋଇଡା – ୨୬/୦୮ —  ସୁନ୍ଦରଗଡ଼ ଜିଲ୍ଲାର କୋଇଡା ବ୍ଲକର ପାଟମୁଣ୍ଡା ପଂଚାୟତ ଅନ୍ତର୍ଗତ ବଳଡିହି ଗ୍ରାମ ରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି I ବୀର ବଜରଙ୍ଗୀ ଯୁବକ ସଂଘ ଦ୍ୱାରା ଆୟୋଜିତ ଏହି ରକ୍ତଦାନ ଶିବିର ରେ ମୋଟ ୪୭ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା I ଆଖପାଖ ଗ୍ରାମ ର ପାଟମୁଣ୍ଡା, ସଣୁଆ, ରାଣୀଶାଳ ଏବଂ ତେହେରାଇ ରୁ ଅନେକ ଜନସାଧାରଣ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇ ରକ୍ତଦାନ କରିଥିବା ବେଳେ କୋଇଡା ପ୍ରେସ କ୍ଲବ ର ସମ୍ପାଦକ ବିଜୟ ନନ୍ଦ ଜେନା,ବରିଷ୍ଠ ସାମ୍ବାଦିକ ସମ୍ବିତ ଜେନା, ସୁରେଶ ଦାସ,ଦାମୁ ପାତ୍ର ଜୟରାମ ପାତ୍ର ଯୋଗଦାନ କରିଥିଲେ I ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ କୋଇଡା ଗୋଷ୍ଟୀ ଉନ୍ନୟନ ଅଧିକାରୀ ସମେନ୍ଦ୍ର ସାରା କୋଇଡା ତହସିଲଦାର ନିର୍ମଳ ବିଶ୍ୱାଳ ଯୋଗ ଦେଇଥିଲେ I ସମ୍ମାନିତ ଅତିଥି ଭାବେ ପାଟମୁଣ୍ଡା ଗ୍ରାମ ପଂଚାୟତ ର ପୂର୍ବତନ ସରପଞ୍ଚ ଅବିନାଶ ସୁମନ ବାଗେ ଉପସ୍ଥିତ ଥିଲେ I ମୁଖ୍ୟ ଅତିଥି କୋଇଡା ଗୋଷ୍ଟୀ ଉନୟନ ଅଧିକାରୀ ସମେନ୍ଦ୍ର ସାରା ନିଜର ଅଭିଭାଷଣ ରେ କହିଥିଲେ ଯେ ରକ୍ତଦାନ ମହତ ଦାନ । ମଣିଷ ସମାଜ ଅମ୍ଳଜାନ ଠାରୁ ଆରମ୍ଭ କରି ଜୀବନ ବଞ୍ଚାଇବା ପାଇଁ ଦରକାର ପଡୁଥିବା ଅଧିକାଂଶ ଜିନିଷ ତିଆରି କରି ପାରୁଥିବା ବେଳେ କେବଳ ରକ୍ତ ର କୌଣସି ବିକଳ୍ପ ନାହିଁ I ଏହାକୁ କେବଳ ଜଣେ ମନୁଷ୍ୟ ରକ୍ତଦାନ ଦ୍ୱାରା ଆଉ ଜଣକୁ ଦେଇପାରିବ I ଜଣଙ୍କ ରକ୍ତରେ ୩ ଜଣଙ୍କ ଜୀବନ ରକ୍ଷା ରେ ସାହାଯ୍ୟ କରିବ ।ତେଣୁ ବଳଡ଼ିହି ପରି ଏକ ଉପାନ୍ତ ଅଂଚଳ ରେ ଏହି କାର୍ଯ୍ୟକ୍ରମ ହେଉଥିବାରୁ ଆୟୋଜକ ସଂଘ ର ସମସ୍ତ ସଦସ୍ୟ ମାନଙ୍କୁ ଏହି ମହତ କାର୍ଯ୍ୟ ପାଇଁ ପ୍ରଶଂସା କରିଥିଲେ I ଏହି କାର୍ଯ୍ୟକ୍ରମ ର ସଫଳ ଆୟୋଜନ ରେ ବଣାଇ ରକ୍ତ ଭଣ୍ଡାର ର ଡାକ୍ତର ଓ କୋଇଡା ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଡାକ୍ତର ସନତ ପଶୁପାଳକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ I ବୀର ବଜରଙ୍ଗୀ ଯୁବକ ସଂଘ ର ସଭାପତି ନକୁଳ ପାତ୍ର ସମ୍ପାଦକ ତପନ ପାତ୍ର ଓ ସଂଘ ର ସମସ୍ତ ସଦସ୍ୟ ରକ୍ତ ଶିବିର ସଫଳ ଆୟୋଜନ ରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ I

କୋଇଡାରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଦଶମ ଦିନରେ ପହଞ୍ଚିଲା ଜୁନାଗଡ଼ କୁ ଜିଲ୍ଲା ମାନ୍ୟତା ଦାବୀ ନେଇ ଧାରଣା

masiha

ପାଣି ଟ୍ୟାଙ୍କରକୁ ଧକ୍କା ଦେଲା ବାଇକ୍‌, ଜଣେ ମୃତ, ଜଣେ ଗୁରୁତର 

masiha

ଶିଶୁ ଦିବସ ଅବସରରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!