ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାସନ୍ତୀ ପାଠାଗାର ଆନୁକୂଲ୍ୟରେ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଓ ଉତ୍କଳ ଗୌରବ ମଧୁସୂଦନ ଦାସ ଙ୍କ ଜୟନ୍ତୀ ଓ କବିତା ପାଠୋତ୍ସବ କାର୍ଯ୍ୟକ୍ରମ

ରାଉରକେଲା/ ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ବାସନ୍ତୀ ପାଠାଗାର ତରଫରୁ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଓ ଉତ୍କଳ ଗୌରବ ମଧୁସୂଦନ ଦାସ ଙ୍କ ଜୟନ୍ତୀ ପାଠାଗାର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ପାଠାଗାର ସଭାପତି ପ୍ରଫେସର ଜେ କେ ରାଓଙ୍କ ଅଧ୍ୟକ୍ଷତା,ସାଧାରଣ ସଂପାଦକ ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟ ଙ୍କ ଆବାହକତ୍ବରେ ଆୟୋଜିତ ପ୍ରଥମ ଅଧିବେଶନରେ କବିତା ପାଠୋତ୍ସବ କାର୍ଯ୍ୟକ୍ରମ କରାଯାଇଥିଲା। କବିତା ପାଠୋତ୍ସବ କାର୍ଯ୍ୟକ୍ରମରେ କାର୍ଯ୍ୟକାରୀ ସଭାପତି ବିଭୁଦତ୍ତ ବେହେରା ଙ୍କ ସଭପତିତ୍ବ ଓ ମଞ୍ଜୁଳା ରଥ ତଥା ସୁସ୍ମିତା ମହାପାତ୍ରଙ୍କ ସଂଯୋଜନାରେ କବିତା ପାଠୋତ୍ସବ କାର୍ଯ୍ୟକ୍ରମ କରାଯାଇଥିଲା। ସର୍ବଶ୍ରୀ ସ୍ବରୂପ ମହାପାତ୍ର, ଡଃ ସୁମନ ଦତ୍ତ, ମୀନକେତନ ପଶାୟତ, ବଳରାମ ରାଉଳ,କୁଞ୍ଜବିହାରୀ ରାଉତ, ବ୍ରହ୍ମାନନ୍ଦ ପାଢୀ, ଗଦାଧର ରଥ,ଉପେନ୍ଦ୍ର ବସ୍ତିଆ,ପ୍ରକାଶ ସେଠୀ, କିଶୋରୀ ମୋହନ କର, ଅଶୋକ ପଟ୍ଟନାୟକ, ଗୌତମ ଦାସ, ପ୍ରତାପ ରାୟ,ତ୍ରିଲୋଚନ ସ୍ବାଇଁ, ପ୍ରଣତୀ ବେହେରା, ସଂଜୁକ୍ତା ଦାଶ, ସୁଭାଷିନୀ ସାହୁ, କାଶୀନାଥ ନନ୍ଦୀ, ରାଜୀବ ପାଣି, ଡଃ କିଶୋରୀ ଦାଶ, ସୁସ୍ମିତା ମହାପାତ୍ର, ମଞ୍ଜୁଳା ରଥ ପ୍ରମୁଖ କବିତା ପାଠୋତ୍ସବରେ ଯୋଗଦେଇ ସ୍ବରଚିତ କବିତା ପାଠ କରିଥିଲେ। ଦ୍ବିତୀୟ ପର୍ଯ୍ୟାୟ ଆଲୋଚନାଚକ୍ର ରେ ସଭାପତି ଶ୍ରୀ ରାଓ ସଭାପତିତ୍ବ କରିଥିବା ବେଳେ ପାଠାଗାର ସଂପାଦକ ଶ୍ରୀ ଆଚାର୍ଯ୍ୟ ଆଲୋଚ୍ୟ ବିଷୟ ସଂପର୍କରେ ସଂପର୍କରେ ସମ୍ୟକ ଧାରଣା ପ୍ରଦାନ କରିଥିଲେ। ଆଲୋଚକ ପ୍ରାକ୍ତନ ପ୍ରଧ୍ଯାପକ ଡଃ ଅଶ୍ବିନୀ କୁମାର ରାୟ କୃଷ୍ଣଚନ୍ଦ୍ର ଗଜପତି ଓ ସାମ୍ବାଦିକ ସତ୍ୟାନନ୍ଦ ବେହେରା ମଧୁସୂଦନ ଦାସଙ୍କ ସଂପର୍କରେ ଆଲୋଚନା କରିଥିଲେ । ଶ୍ରୀ ରାୟ ତାଙ୍କ ବକ୍ତବ୍ଯରେ କହିଲେ ଯେ ସ୍ବାଧୀନତା ପୂର୍ବର ଗୋଲଟେବୁଲ ବୈଠକ ଓ ୨୩୬୩ ଜଣଙ୍କ ଦସ୍ତଖତ ସମ୍ବଳିତ ପତ୍ର ଦିଲ୍ଲୀ ଦରବାର ପଠାଇବା ସହ ସ୍ବତନ୍ତ୍ର ଉତ୍କଳ ପ୍ରଦେଶର ଅନ୍ୟତମ ବିନ୍ଧାଣୀ କୃଷ୍ଣଚନ୍ଦ୍ର ଗଜପତି ସମୁଦାୟ ବିଚ୍ଛିନ୍ନାଙ୍ଚଳକୁ ଏକାଠି କରି ସ୍ବତନ୍ତ୍ର ଓଡିଶା ପ୍ରଦେଶ ଗଠନ କରିବା ନିମନ୍ତେ ପ୍ରୟାସ କରିଥିଲେ। ଅନ୍ୟତମ ଆଲୋଚକ ଶ୍ରୀ ବେହେରା ମଧୁସୂଦନ ଦାସଙ୍କ ତ୍ୟାଗପୂତ ଜୀବନୀ ସଂପର୍କରେ ଆଲୋଚନା କରି କହିଲେ ଯେ ସେଥିଲେ ପ୍ରଚଣ୍ଡ ସ୍ବାଭିମାନୀ, ଜାତିପ୍ରାଣ,ପ୍ରକୃତରେ ଉତ୍କଳମାତାର ସୁଯୋଗ୍ୟ ସନ୍ତାନ। ଶୈଶବରୁ ଶେଷ ନିଶ୍ବାସ ତ୍ୟାଗ ପର୍ଯ୍ୟନ୍ତ ନିଃସ୍ବାର୍ଥପରତାର ଚରମ ନିଦର୍ଶନ ପ୍ରଦର୍ଶନ କରିଥିବା ମଧୁ ବାରିଷ୍ଟର ନିଜର ବିଦ୍ୟା,ବୁଦ୍ଧି, ବିବେକ ଏବଂ ଅଧ୍ୟବସାୟ ବଳରେ ଜାତିର ଚେତନାରେ ନବଜାଗରଣ ଆଣିବା ସହ ଭାଷା ଭିତ୍ତିକ ସ୍ବତନ୍ତ୍ର ପ୍ରଦେଶ ଗଠନରେ ସେଥିଲେ ଅନ୍ୟତମ ଶ୍ରେଷ୍ଠ ବିନ୍ଧାଣୀ। ଶେଷରେ ସାଂସ୍କୃତିକ ସଂପାଦକ ଅଜୟ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିବା ବେଳେ ପାଠାଗାରର ସମସ୍ତ ସଦସ୍ୟ, ବହୁ ବୁଦ୍ଧିଜୀବୀ, ସାହିତ୍ୟିକ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ।

Related posts

ଆରପାରିରେ_ରାଇମୋହନ_ପରିଡା

Sunil Chandra Nayak

ସାଧନା ପଣ୍ଡା  ଙ୍କ କବିତା କେମିତି କୁହତ ଥରେ … !!

Sunil Chandra Nayak

ମୃତ୍ୟୁ ଏମିତିବି ଆସେ – ବିଲକୁ ଚାଷ କାମରେ ଯାଇ ହଠାତ୍ ମହିଳାଙ୍କ ପରଲୋକ 

Sunil Chandra Nayak

Leave a Comment

error: Content is protected !!