ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧୯୬୯ ମସିହା ମାଟ୍ରିକ ବ୍ୟାଚ ଦ୍ୱାରା ଆଦର୍ଶ ଶିକ୍ଷକ ସ୍ବର୍ଗତ ଲକ୍ଷ୍ମୀନାରାୟଣ ମହାପାତ୍ର ସ୍ମୃତି ସମ୍ମାନ : ଶ୍ରେଷ୍ଠ ବିଦ୍ୟାର୍ଥୀ ଭାବେ ସିପ୍ରା ବେହେରା ସମ୍ମାନିତ 

୧୯୬୯ ମସିହା ମାଟ୍ରିକ ବ୍ୟାଚ ଦ୍ୱାରା ଆଦର୍ଶ ଶିକ୍ଷକ ସ୍ବର୍ଗତ ଲକ୍ଷ୍ମୀନାରାୟଣ ମହାପାତ୍ର ସ୍ମୃତି ସମ୍ମାନ : ଶ୍ରେଷ୍ଠ ବିଦ୍ୟାର୍ଥୀ ଭାବେ ସିପ୍ରା ବେହେରା ସମ୍ମାନିତ 

କଟକ : କଟକ ସଦର ବ୍ଲକ ଅନ୍ତର୍ଗତ କନ୍ଦରପୁର ପଞ୍ଚାୟତର ସିଦ୍ଧେଶ୍ୱରପୁର ସ୍ଥିତ ଐତିହସମ୍ପନ୍ନ ସର୍ବପୁରାତନ ଶିକ୍ଷାନୁଷ୍ଠାନ ଗୋପାଳ ସ୍ମୃତି ବିଦ୍ୟାପୀଠର ଅବସରପ୍ରାପ୍ତ ଶିକ୍ଷକ ସ୍ଵର୍ଗତ ଲକ୍ଷ୍ମୀନାରାୟଣ ମହାପାତ୍ରଙ୍କ ୫ମ ଶ୍ରାଦ୍ଧବାର୍ଷିକୀରେ ଏହି ବିଦ୍ୟାପୀଠର ୧୯୬୯ ମସିହା ମାଟ୍ରିକ ବ୍ୟାଚର ପୁରାତନ ଛାତ୍ରଛାତ୍ରୀ ମାନଙ୍କ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ ସଭା ବିଦ୍ୟାପୀଠର ସଭଗୃହରେ ଅନୁଷ୍ଠିତ ହୋଇଯାଇଛି। ଏହି ବ୍ୟାଚର ପୁରାତନ ଛାତ୍ର ଅବସରପ୍ରାପ୍ତ ପ୍ରଫୁଲ୍ଲ ଚନ୍ଦ୍ର କରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ବିଦ୍ୟାପୀଠର ପ୍ରଧାନ ଶିକ୍ଷୟତ୍ରୀ ମନୋରମା ତ୍ରିପାଠୀ ମୁଖ୍ୟଅତିଥି ଭାବେ ଯୋଗଦେଇଥିବାବେଳେ ମୁଖ୍ୟବକ୍ତା ଭାବେ ଏହି ବ୍ୟାଚର ପୁରାତନ ଛାତ୍ର ଉଚ୍ଚଶିକ୍ଷା ବିଭାଗର ଅବସରପ୍ରାପ୍ତ ଉପନିର୍ଦ୍ଦେଶକ ଡ. ହେମନ୍ତ କୁମାର ଦାସ, ବରିଷ୍ଠ ଚିକିତ୍ସକ ଡ ଲିଙ୍ଗରାଜ ହୋତା, ଶ୍ରୀମତୀ ଜାନକୀ ପ୍ରଧାନ ପ୍ରମୁଖ ଯୋଗଦେଇ ଆଦର୍ଶ ଶିକ୍ଷକ ସ୍ବର୍ଗତ ମହାପାତ୍ରଙ୍କ ସ୍ମୃତିଚାରଣ କରିବାସହ ତାଙ୍କ କର୍ମମୟ ଜୀବନ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ଗତ ମାଟ୍ରିକ ପରୀକ୍ଷାରେ ବିଦ୍ୟାପୀଠ ପକ୍ଷରୁ ଏ- ୧ ସହିତ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରୀ ସିପ୍ରା ବେହେରାଙ୍କୁ ଉତ୍ତରୀୟ, ଟ୍ରଫି ଓ ନଗଦ ଅର୍ଥରାଶି ପ୍ରଦାନ ସହ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ୫ମ ‘ଲକ୍ଷ୍ମୀନାରାୟଣ ମହାପାତ୍ର ସ୍ମୃତି ସମ୍ମାନ’ ରେ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ‘୬୯ ବ୍ୟାଚର ପୁରାତନ ଛାତ୍ର ଗୌରାଙ୍ଗ ଶତପଥୀ, ରାଧା ଚରଣ ଭୂୟାଁ, ବୀରେନ୍ଦ୍ର ନାଥ ଦାସ, ନନ୍ଦକିଶୋର ରାଉଳ, ନେତ୍ରାନନ୍ଦ ତରାଇ, ନିରଞ୍ଜନ ପଣ୍ଡା,ପୁରାତନ ଛାତ୍ରୀ ସତ୍ୟଭାମା ବିଶ୍ୱାଳ ପ୍ରମୁଖ ଯୋଗଦେଇଥିବା ବେଳେ ବିଦ୍ୟାପୀଠର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ପୁରାତନ ଛାତ୍ର ସଂସଦର ସଂଗଠନ ସମ୍ପାଦକ ସାମ୍ବାଦିକ ତାପସ ରାଉତରାୟ ମଞ୍ଚ ସଂଚାଳନ କରିଥିବାବେଳେ ରବୀନ୍ଦ୍ର ନାଥ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ। 

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

୭୪ ତମ ସାଧାରଣତନ୍ତ୍ର ଦିବସ ପାଳନ 

Sunil Chandra Nayak

ଭବାନୀପାଟଣା ଠାରେ ଜିଲ୍ଲାସ୍ତରୀୟ ଏନ.ଜି.ଓ ସମନ୍ନୟ ବୈଠକ ଅନୁଷ୍ଠିତ

Sunil Chandra Nayak

ରାଇରଙ୍ଗପୁରରେଭାରତୀୟ ମଜଦୁର ସଂଘର ୭୦ ତମ ଜିଲ୍ଲାସ୍ତରୀୟ ପ୍ରତିଷ୍ଠା ଦିବସ

masiha

Leave a Comment

error: Content is protected !!