ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲା ଖବରକାଗଜ ବିକ୍ରେତା ସଙ୍ଘ ଦ୍ୱାରା ଗଣେଷ ପୂଜା ଆୟୋଜିତ

ରାଉରକେଲା ଖବରକାଗଜ ବିକ୍ରେତା ସଙ୍ଘ ଦ୍ୱାରା ଗଣେଷ ପୂଜା ଆୟୋଜିତ

ରାଉରକେଲା ୨୭/୮, ଆଜି ପଵିତ୍ର ଗଣେଷ ପୂଜା ଅବସରରେ ରାଉରକେଲା ତଥା ଏହାର ଆଖପାଖ ଅଞ୍ଚଳରେ ଖବରକାଗଜ ବିକ୍ରୀ କରୁଥିବା ବିକ୍ରେତାମାନଙ୍କ ଦ୍ୱାରା ରାଉରକେଲା ସ୍ଥିତ ନୂଆ ବସଷ୍ଟାଣ୍ଡଠାରେ ଭଗବାନ ଶ୍ରୀ ଗଣେଶଙ୍କ ପୂଜାର୍ଚ୍ଚନା ମହାଆଡମ୍ବର ସହକାରେ କରାଯାଇଛି । ଏହି ଅବସରରେ ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ନିଜ ସହକର୍ମୀଙ୍କ ସହ ପୂଜା ସ୍ଥଳରେ ପହଞ୍ଚି ବିଘ୍ନ ବିନାଶକ ଭଗବାନ ଗଜାନନଙ୍କ ପୂଜାର୍ଚ୍ଚନା କରିବା ସହ ସମସ୍ତଙ୍କର ସର୍ବାଙ୍ଗୀନ ମଙ୍ଗଳ ପାଇଁ ଆଶୀର୍ବାଦ ଭିକ୍ଷା କରିଥିଲେ । ଏହି ଅବସରରେ ଖବରକାଗଜ ବିକ୍ରେତା ସଂଘର ମନୋଜ ପଟ୍ଟନାୟକ, ଆର୍ତ୍ତତ୍ରାଣ ବେହେରା,ମିହିର ପାତ୍ର,କିଶୋର ରାଉତ, ଅନିରୁଦ୍ଧ ଜେନା,ପୂର୍ଣଚନ୍ଦ୍ର ବେହେରା, ଅଶୋକ ସାହୁଙ୍କ ସହିତ ବରିଷ୍ଟ ସାମ୍ବାଦିକ ମନୋରଞ୍ଜନ ଦାଶ, ସଂଗ୍ରାମ କିଶୋର ଭୂୟାଁ,ବିଜେପି ନେତା ଅଜୟ କଂସାରୀ, ଅକ୍ଷୟ ଦାସଙ୍କ ସମେତ ଖବରକାଗଜ ବିକ୍ରେତା ସଂଘର ବହୁ ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ମୋ ଅନୁଷ୍ଠାନ ନିକଟକୁ ଛୁଟି ଆସୁଛି ବିଦେଶରୁ ପ୍ରଶଂସାର ସୁଅ, ଆବଶ୍ୟକ ପଡିଲେ ରାଜ୍ୟ ଓ ଦେଶ ବାହାରେ କମ୍ବଳ ବାଣ୍ଟିବ ମୋ ଅନୁଷ୍ଠାନ

masiha

ଧୋବେନପଡା ଠାରେ ବିଦ୍ୟାଳୟ ଓ ଗୋଷ୍ଠି ଶିକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

କୋଇଡ଼ା ବ୍ଲକରେ ଜାତୀୟ ପଂଚାୟତ ରାଜ ଦିବସ ମହାସମାରୋହରେ ପାଳିତ 

masiha

Leave a Comment

error: Content is protected !!