ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶ୍ୱ ହିନ୍ଦୁ ପରିଷଦ ର ସ୍ଥାପନା ଓ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ବଳିଦାନ ଦିବସ ପାଳନ 

ବିଶ୍ୱ ହିନ୍ଦୁ ପରିଷଦ ର ସ୍ଥାପନା ଓ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ବଳିଦାନ ଦିବସ ପାଳନ 

ରାଉରକେଲା: ବିଶ୍ବ ହିନ୍ଦୁ ପରିଷଦର ସ୍ଥାପନା ଓ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ଙ୍କ ବଳିଦାନ ଦିବସ ସେକ୍ଟର ୩ ସ୍ଥିତ ଶ୍ରୀ ଶ୍ରୀ ସୀତାରାମ ମନ୍ଦିର ଠାରେ ପାଳନ କରାଯାଇଛି। ଏହି ଅବସରରେ ମୁଖ୍ୟ ବକ୍ତା ସତ୍ୟାନନ୍ଦ ଦାସ, ସହ ସମ୍ପାଦକ ପ୍ରାନ୍ତୀୟ କାର୍ଯ୍ୟକାରିଣୀ ସମିତିର ସର୍ବେଶ୍ୱର ଦାସ, ବିଶ୍ଵହିନ୍ଦୁ ପରିଷଦ ପଶ୍ଚିମ ପ୍ରାନ୍ତ ଉପ ସଭାପତି ଅମୁଲ୍ୟ ମିଶ୍ର, ବୀର ସୁରେନ୍ଦ୍ର ସାଏ ପ୍ରଖଣ୍ଡ ସମ୍ପାଦକ ପ୍ରଭାତ ପ୍ରଧାନ ମଞ୍ଚାସୀନ ରହି ଏହି ଅବସରରେ ବକ୍ତବ୍ୟ ରଖିଥିଲେ । ସୂଚନାଯୋଗ୍ୟ ଯେ ୧୯୬୪ ମସିହାର ଜନ୍ମାଷ୍ଟମୀ ଦିନ ପରିଷଦର ସ୍ଥାପନା ଓ ୨୦୦୮ ମସିହାରେ ସେହି ଜନ୍ମାଷ୍ଟମୀ ଦିନ ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ଦେହତ୍ୟାଗ ,ଏହି ଦିବସ ରେ ତାଙ୍କର ଅବଦାନ କୁ ମନେପକାଇବା ପାଇଁ ପାଳନ କରାଯାଇ ଆସୁଅଛି । କାର୍ଯ୍ୟକ୍ରମକୁ ଅରୁଣ କୁମାର ମଣ୍ଡଳ ମଞ୍ଚ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ରେ ସଂଘ ପରିବାରର ସର୍ବଶ୍ରୀ ହରେକୃଷ୍ଣ ମାଝୀ,ଗଗନବିହାରୀ ବେହେରା, ମାଧବ ନଗର ସେବା ପରିଚାଳକ ସମାଜପତି ରାୟ ରାଉରକେଲା ମହାନଗର ଧର୍ମ ଜାଗରଣ ପ୍ରମୁଖ ଚନ୍ଦ୍ରଭାନୁ ମୁଣ୍ଡା, ଉପେନ୍ଦ୍ର ନାୟକ, କାହ୍ନୁ ଚରଣ ଓଝା, ବିଜୟ ରାୟ, ଗୋଦାବରୀ ଶତପଥି, ପୁର୍ଣଚନ୍ଦ୍ର ପ୍ରଧାନଙ୍କ ସହ ଶତାଧିକ ସଦସ୍ୟ ଯୋଗ ଦେଇଥିଲେ । 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଢେଙ୍କାନାଳ ଜିଲ୍ଲା ଶ୍ରମ ବିଭାଗ ତରଫରୁ ଓଡିଆ ପକ୍ଷ ପାଳନ ଅବସରରେ ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନମାନଙ୍କରେ ଓଡିଆ ନାମଫଳକ ପ୍ରଦର୍ଶନ

masiha

ରାସ୍ତା ପାଲଟିଛି ମରଣଯନ୍ତା

Sunil Chandra Nayak

ନଦୀରେ ବୁଡି ଦୁଇ ଯୁବକଙ୍କ ନିଖୋଜ , ଗାଧୋଉଥିବାବେଳେ ଖସିଗଲା ଗୋଡ

masiha

Leave a Comment

error: Content is protected !!