ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଢେଙ୍କାନାଳରେ ଜାତୀୟ କ୍ରୀଡ଼ା ଦିବସ ପାଳିତ 

ଢେଙ୍କାନାଳରେ ଜାତୀୟ କ୍ରୀଡ଼ା ଦିବସ ପାଳିତ 

 ଢେଙ୍କାନାଳ (ମନିସ)29/8/25 –  ଢ଼େଙ୍କାନାଳରେ ଆଜି ଜାତୀୟ କ୍ରୀଡା ଦିବସ ପାଳିତ ହୋଇଯାଇଛି l ଏହି ଅବସରରେ ଢେଙ୍କାନାଳ ମୁଖ୍ୟ ଷ୍ଟାଡ଼ିୟମ ଠାରେ ଏକ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ ପୌର ଅଧ୍ୟକ୍ଷା ଜୟନ୍ତ୍ରୀ ପାତ୍ର, ସାଂସଦଙ୍କ ପ୍ରତିନିିଧି ରୁଦ୍ର ନାରାୟଣ ତ୍ରିପାଠୀ, ଜିଲ୍ଲାପାଳ ଆଶିଷ ଇଶ୍ୱର ପାଟିଲ , ଆରକ୍ଷୀ ଅଧିକ୍ଷକ ଅଭିନବ ସୋନକର, ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠୀ, ବନଖଣ୍ଡ ଅଧିକାରୀ ସୁମିତ କୁମାର କର, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଦିପ୍ତି ରଂଜନ ସେଠୀ, କ୍ରୀଡ଼ା ଅଧିକାରୀ ସୁଦିପ୍ତ କୁମାର ସାହୁ, କ୍ରୀଡ଼ା ସଂଘର ସଂପାଦକ ନଳିନୀ କୁମାର ଦାସ ପ୍ରମୁଖ ଯୋଗ ଦେଇ କ୍ରୀଡ଼ା ଜଗତର ପ୍ରବାଦ ପୁରୁଷ ଧ୍ୟାନଚାନ୍ଦ ସିଂଙ୍କ ଫଟୋଚିତ୍ରରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଏହି ଅବସରରେ କ୍ରୀଡ଼ାବିତ୍ ମାନେ କ୍ରୀଡ଼ା କ୍ଷେତ୍ରରେ ଉତ୍କର୍ଷ ପ୍ରଦର୍ଶନ ନିମନ୍ତେ ଶପଥ ପାଠ କରିଥିଲେ । ଷ୍ଟାଇଡ଼ିୟମ ଠାରେ ଆୟୋଜିତ ବନ୍ଧୁତ୍ୱପୂର୍ଣ୍ଣ ହକି ମ୍ୟାଚ (ଢ଼େଙ୍କାନାଳ- ଏ ବନାମ ଢ଼େଙ୍କାନାଳ- ବି) ଓ ଫୁଟବଲ ମ୍ୟାଚ ( ସିଆରିଆ ବନାମ ନରଣପୁର) କୁ ଅତିଥି ମାନେ ଶୁଭାରମ୍ଭ କରିଥିଲେ ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ବିଦ୍ୟୁତ ଆଘାତରେ ତିନି ଦଣ୍ଡୁଆ ମୃତ

Sunil Chandra Nayak

ମନ ମୋହିନେଲେ ମୋହିନୀ “ମା”

masiha

ହିଞ୍ଜିଳିରେ ଗର୍ଭବତୀ ମହିଳାଙ୍କୁ ହତ୍ୟା: ମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କ ଚିଠି, ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ସହ ଶିଶୁକୁ ସହାୟତା ଦାବି 

Leave a Comment

error: Content is protected !!