ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାମାଜିକ ସଂଗଠନ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ସେବା କାର୍ଯ୍ୟ 

ସାମାଜିକ ସଂଗଠନ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ସେବା କାର୍ଯ୍ୟ 

 କଟକ : ସାମାଜିକ ସଂଗଠନ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ସହ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ୪୨ ମୌଜା ପଟଣା ଗ୍ରାମରେ ଥିବା କିଛି କଞ୍ଚା ମାଟି ରାସ୍ତା ଉପରେ ବାଲି ମାଟି ପକାଇ ସମତୁଲ କରିବା ସହ ରାସ୍ତାର ଉଭୟ ପାର୍ଶ୍ଵରେ ଥିବା ଅନାବନା ଗଛ କାଟି ସଫା କରିଥିଲେ ଯାହାକି ସାଧାରଣ ଲୋକଙ୍କ ଯାତାୟାତ ପାଇଁ ଖୁବ୍ ସୁବିଧା ହୋଇ ପାରିଛି । ଏହି ମହତ୍ କାର୍ଯ୍ୟକ୍ରମରେ ଉପଦେଷ୍ଟା ଡକ୍ଟର ଚିତ ରଞ୍ଜନ ଦାସ,ସମାଜସେବୀ ସମୀର କୁମାର ପଣ୍ଡା,ସମିତି ସଭ୍ୟ ବିନୋଦ ବିହାରୀ ବେହେରା, ପ୍ରତିଷ୍ଠାନ ସଭାପତି ସରୋଜ ନଳିନୀ ପରିଜା,ସାଧାରଣ ସଂପାଦକ ନାରାୟଣ ଚନ୍ଦ୍ର ମହାନ୍ତି,ଶିକ୍ଷକ ସନ୍ତୋଷ କୁମାର ଭୋଇ,ସପନି ବେହେରା,ଅଚ୍ୟୁତା ନନ୍ଦ ଦାସ , କ୍ଷୀରୋଦ ଚନ୍ଦ୍ର ଦାସ,ବିଜୟ କୁମାର ମହାନ୍ତି,ଚକ୍ରଧର ବେହେରା, ବୁଟୁ,ନଖିଆ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ପ୍ରତ୍ୟେକ ବ୍ୟକ୍ତି ବିଶେଷ ତାଙ୍କ ଚର୍ତୁପାର୍ଶ୍ଵ ସ୍ୱଚ୍ଛ ରଖିବାକୁ ପ୍ରତିଷ୍ଠାନର ସାଧାରଣ ସଂପାଦକ ବରିଷ୍ଠ ସଂଗ୍ରାହକ ତଥା ସମାଜସେବୀ ନାରାୟଣ ଚନ୍ଦ୍ର ମହାନ୍ତି ସାଧାରଣରେ ନିବେଦନ କରିଛନ୍ତି । 

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ସମ୍ଭାବ୍ୟ ମରୁଡ଼ି ପରିସ୍ଥିତି, ଦାବିପତ୍ର ଦେବେ କୋକସରା ବ୍ଲକ ଚାଷି

masiha

ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକଙ୍କ ପାଇଁ ସ୍ବତନ୍ତ୍ର ଚିକିତ୍ସା ସେବା ଆସନ୍ତା ୮ ରେ…..

ରାଉରକେଲା କଲେଜରେ ନାଟକ ସଂପର୍କରେ ଆଲୋଚନାଚକ୍ର ଅନୁଷ୍ଠିତ

masiha

Leave a Comment

error: Content is protected !!