ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୂଜାରିଗୁଡ଼ା ଗ୍ରାମରେ ନୂଆଖାଇ ନିମନ୍ତେ ଭୋଜିଭାତର ମାହୋଲ 

ପୂଜାରିଗୁଡ଼ା ଗ୍ରାମରେ ନୂଆଖାଇ ନିମନ୍ତେ ଭୋଜିଭାତର ମାହୋଲ 

ନବରଙ୍ଗପୁର:(୨୯|୮)(ରବିନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅଧିନ ଭଣ୍ଡାରିଗୁଡ଼ା ଗ୍ରାମପଞ୍ଚାୟତସ୍ଥ ପୂଜାରିଗୁଡ଼ା ଗ୍ରାମରେ ନୂଆଖାଇ ଅନୁଷ୍ଟିତ ହୋଇଯାଇଛି l ଏହି ଅବସରରେ ପୂଜକ ଗୌତମ ପୂଜାରୀ ,ଗ୍ରାମର ମୁଖ୍ୟ କାର୍ତ୍ତିକ ପାତ୍ର, ଅକ୍ଷୟ ପାତ୍ର,ପପୁ ଶିରା ସମେତ ଗ୍ରାମର ମୁଖ୍ୟ ବ୍ୟକ୍ତିଙ୍କ ସହିତ ସମସ୍ତ ମହିଳା ଓ ପିଲାମାନେ ଯୋଗଦେଇଥିଲେ।ମହା ଆଡ଼ମ୍ବରରେ ଏହି ନୂଆ ଖାଇ ଉତ୍ସବ ପାଳନ କରାଯାଇଛି, ଯାହାକି ଆଜି ଜୁହାର ଭେଟ କାର୍ଯ୍ୟକ୍ରମ ରହିଥିବା ବେଳେ ସମସ୍ତ ଗ୍ରାମବାସୀ ଏକତ୍ରିତ ହୋଇ ଭୋଜିଭାତ ର ଆୟୋଜନ କରିଛନ୍ତି, ଭୋଜିଭାତ ଖାଇସାରିବା ପରେ ଜୁହାର କାର୍ଯ୍ୟକ୍ରମ ମହା ଆନନ୍ଦ ଉଲ୍ଲାସ ସହ ପାଳନ ହେବ l ପ୍ରତି ପ୍ରତ୍ୟେକ ଜୁହାର ହୋଇ ନୂଆଖାଇ ନୂଆ ଜୁହାର ର ମଜ୍ଜା ନେବେ ଓ ବଡ଼ ମାନେ ସାନ ମାନଙ୍କୁ ଆଶିର୍ବାଦ ପ୍ରଦାନ କରି ଆନନ୍ଦିତ ହେବେ l 

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଜିଲ୍ଲା ପରିଷଦ ସମୀକ୍ଷା ବୈଠକ “ଏକ ପେଡ୍ ମା କେ ନାମ୍ “ର ଶୁଭାରମ୍ଭ

masiha

ଲାଇଫରେଚର ମିଳନ ମେହଫିଲ ‘ଇତି ଅଭିବ୍ୟକ୍ତି’ ଅନୁଷ୍ଠିତ

masiha

ରାସ୍ତାରେ ପଡିରହିଛି ଅସଂଖ୍ୟ ଭୋଟରଙ୍କ ପରିଚୟ ପତ୍ର

masiha

Leave a Comment

error: Content is protected !!