ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚାରି ଦିବସୀୟ ଷଷ୍ଠ ରାଜ୍ୟ ସ୍ତରୀୟ ନାଟକ ମହୋତ୍ସବ ଆରମ୍ଭ l ପ୍ରଥମ ଦିନ ରେ ନାଟକ”ନିଶା” ମଞ୍ଚସ୍ଥ

ଚାରି ଦିବସୀୟ ଷଷ୍ଠ ରାଜ୍ୟ ସ୍ତରୀୟ ନାଟକ ମହୋତ୍ସବ ଆରମ୍ଭ l ପ୍ରଥମ ଦିନ ରେ ନାଟକ”ନିଶା” ମଞ୍ଚସ୍ଥ

ନବରଙ୍ଗପୁର:(୩୦|୮)(ରବିନାରାୟଣ ମହାନ୍ତି)ନବରଙ୍ଗପୁର ଜିଲାର ଅଗ୍ରଣୀ କଳା ଓ ସାଂସ୍କୃତିକ ଅନୁଷ୍ଠାନ ଭାରତୀ କଳା ନିକେତନ, ଉମରକୋଟ ଦ୍ୱାରା ଚାରି ଦିବସୀୟ ତଥା ଷଷ୍ଠ ରାଜ୍ୟ ସ୍ତରୀୟ ନାଟକ ମହୋତ୍ସବ କୋଣ୍ଡାଗାଁ ରୋଡ଼ ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଉଦଘାଟିତ ହୋଇ ଯାଇଛି। ଉକ୍ତ ଉଦଘାଟନ କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ସମ୍ପାଦକ ରମେଶ ଚନ୍ଦ୍ର ସାହୁ, ମନ୍ତ୍ରୀ ପ୍ରତିନଧି ଅଶୋକ ପାଢ଼ୀ, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଆଲୋକ କୁମାର ଅନୁଗୁଳିଆ, ଆଇନଜୀବୀ ସଙ୍ଘର ସଭାପତି ପ୍ରଶାନ୍ତ ସାହୁ ଉପସ୍ଥିତ ରହିଥିଲେ। ଆଜିର ଏହି ପ୍ରଥମ ସନ୍ଧ୍ୟାରେ ନାଟକ “ନିଶା” ଭାରତୀ କଳା ନିକେତନ ର କଳାକାର ମାନଙ୍କ ଦ୍ୱାରା ପରିବେଷଣ କରାଯାଇଥିଲା। ଆଜିର ଉଚ୍ଚ ଶିକ୍ଷିତ ଯୁବକ ଯୁବତୀ ସମୟ ଚକ୍ରରେ ପଡି ମଦ, ଗଂଜେଇ, ବିଡି, ସିଗାରେଟ ଭଳି ନିଶାକୁ କିପରି ନିଜର ଶ୍ରେଷ୍ଠ ମିତ୍ର ମାନି ନିଅନ୍ତି ଏବଂ ଶେଷରେ ସେମାନଙ୍କ ସ୍ବପ୍ନ ସହ ସୁନା ଭଳି ସଂସାର କିପରି ଧୂଳିସାତ ହୁଏ ଏମିତି ଏକ ସମ୍ବେଦନ ଶିଳ କଥା ବସ୍ତୁକୁ ନେଇ ପାରିବେଷିତ ନାଟକ ଦର୍ଶକ ଙ୍କୁ ଭାବ ବିହ୍ଵଳ କରିଥିଲା। ଅଧ୍ୟାପକ ଗୋପାଳ ମହାରଣା ଙ୍କ ରଚିତ, ଅଧ୍ୟାପିକା ମଧୁସ୍ମିତା ଙ୍କ ବଳିଷ୍ଠ ନିର୍ଦେଶନା ଏବଂ ଏମ. ମାଧବ ପାତ୍ର ଙ୍କ ଚମତ୍କାର ସଂଗୀତ ପରିଚାଳନା ନାଟକକୁ ଜୀବନ୍ତ କରିଥିଲା। ନାଟକକୁ ସହ ନିର୍ଦେଶନା ରବୀନ୍ଦ୍ର ନାଥ ମହାରଣା ଦେଇଥିବା ସ୍ଥଳେ ଧନେଶ୍ୱର ପୁହାଣ ଶାନ୍ତିଲତା ମହାନ୍ତି, ନଳିନୀ ରଞ୍ଜନ ମିଶ୍ର, ବିବେକାନନ୍ଦ ପଟନାୟକ, ସାଗର କୁମାର ପରିଡା, ପ୍ରକାଶ ଚନ୍ଦ୍ର ବେହେରା, ଅମୀୟ କୁମାର ତ୍ରିପାଠୀ, ସିଲୁ ସାହୁ, ସନ୍ତୋଷ କୁମାର ପରିଡା, ରବୀନ୍ଦ୍ର ସାହୁ, ଦୀପ ଶିଖା ନାୟକ ଏବଂ ଶିଶୁ କଳାକାର ଭାବେ ସାଇ ଅନୁଷ୍କା ମହାରଣା ଅଭିନୟ କରିଥିଲେ। ମଞ୍ଚ ନାଟକ କ୍ଷେତ୍ରରେ ଅବଦାନ ପାଇଁ ରାଉରକେଲା ର ପଞ୍ଚାନନ ପାତ୍ର ଙ୍କୁ ଅନୁଷ୍ଠାନ ର ସର୍ବୋଚ୍ଚ ସନ୍ନମାନ “ମା ରାଧା ଦେବୀ କଳାଶ୍ରୀ ସନ୍ନମାନ ୨୦୨୫” ସମ୍ବର୍ଦ୍ଧନା ରେ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ଅଧ୍ୟାପିକା ଏମ. ମଧୁଛନ୍ଦା, ବିଦ୍ୟତ କୁମାର ପାତ୍ର, ସ୍ଵାଗତିକା ସାହୁ, ଗଣେଶ ପ୍ରସାଦ ରଣା, ଏନ. ପୁର୍ଣଚନ୍ଦ୍ର ଚୌଧୁରୀ ସହଯୋଗ କରିଥିଲେ। ବସନ୍ତ କୁମାର ସାହୁ ମଞ୍ଚ ଓ ରୂପ ସଜା କାର୍ଯ୍ୟ ନିର୍ବାହ କରିଥିଲେ।କାର୍ଯ୍ୟକ୍ରମ ରେ ଯୋଗ ଦେଇଥିବା ମୁଖ୍ୟ ଅତିଥି କହିଛନ୍ତି କଳା ଓ ସଂସ୍କୃତି ମାଟିରେ ଏହିଭଳି କଳା ପ୍ରଦର୍ଶନ କୁ ପୁନର୍ଜୀବିତ କରିବା ସହନାଟକ ନିଶା ମାଧ୍ୟମରେ ଲୋକଙ୍କୁ ଯେଉଁ ବାର୍ତ୍ତା ଦିଆ ଯାଉଛି ତାହା ଏକ ସୁନ୍ଦର ବାର୍ତ୍ତା ତେଣୁ ଅନୁଷ୍ଠାନର ମୁଖ୍ୟ ଙ୍କ ପ୍ରଚେଷ୍ଟାକୁ ଧ୍ୟାନବାଦ ଜ୍ଞାପନ କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ସଡ଼କ ଦୁର୍ଘଟଣା ,4 ବର୍ଷ ର ଶିଶୁ ମୃତ , ତିନି ଗୁରୁତର ,ନୂଆପଡା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର

Sunil Chandra Nayak

ଢେଙ୍କାନାଳ ପୌରାଞ୍ଚଳ ଅନ୍ତର୍ଗତ ଉତ୍ତର ମଧୁବନ,କୁଞ୍ଜକାନ୍ତ ମଙ୍ଗଳା ଓ ସିଦ୍ଧେଶ୍ୱର ମନ୍ଦିର ପ୍ରାଙ୍ଗଣରେ ବିଶାଳ ହିନ୍ଦୁ ସମ୍ମିଳନୀ ଓ ପଞ୍ଚମହାଯଜ୍ଞ-୨୦୨୬ ଅନୁଷ୍ଠିତ 

Sunil Chandra Nayak

The Pride & Glory of Kendrapada District – Shri Deepak Choudhury Declared as Disaster Ambassador.

Sunil Chandra Nayak

Leave a Comment

error: Content is protected !!