ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆପଡା ଜିଲ୍ଲାର ବରିଷ୍ଠ ସାମ୍ବାଦିକ ସୁବାଷ ଚନ୍ଦ୍ର ପଟ୍ଟନାୟକ ଙ୍କ ଆଜି ୮୩ ବର୍ଷ ବୟସ ରେ ପରଲୋକ

ନୂଆପଡା ଖଡ଼ିଆଳ ନିବାସୀ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ସୁବାଷ ଚନ୍ଦ୍ର ପଟ୍ଟନାୟକ ଙ୍କ ଆଜି ୮୩ ବର୍ଷ ବୟସ ରେ ପରଲୋକ ହୋଇଯାଇଛି । ତାଙ୍କର ମୃତ୍ୟୁ କୁ ନେଇ ବିଭିନ୍ନ ମହଲ ରୁ ଗଭୀର ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି। ସେ ଖଡ଼ିଆଳ କରଣ ସମଜର ସଭାପତି ରୂପେ ଦୀର୍ଘ ବର୍ଷ ରହି ସମାଜ ସଂସ୍କାର ମୂଳକ କାର୍ଯ୍ୟ ସମ୍ପାଦନ କରିଥିଲେ। ପ୍ରଜାତନ୍ତ୍ର ରେ ସାମ୍ବାଦିକ ଜୀବନ ଆରମ୍ଭ କରି ସମାଜ ଦୈନିକ ଖବର କାଗଜ ରେ ସାମ୍ବାଦିକ ରୂପେ ଦୀର୍ଘ ସମୟ କାର୍ଯ୍ୟ କରି ଆଞ୍ଚଳ ସମସ୍ୟା ସୁଧାର ଆଣିବାରେ ଅନବରତ ଚେଷ୍ଟିତ ଥିଲେ। ଜିଲ୍ଲାର ଜଣେ ସାମ୍ବାଦିକ ରୂପେ ହିଁ ଜୀବନ କୁ ଉସର୍ଗିକୃତ କରି ଅବିଭକ୍ତ କଳାହାଣ୍ଡି ଜିଲ୍ଲାର ଅନାହାର ମୃତ୍ୟୁ, ଖାଦ୍ୟଭାବରୁ ପିଲା ବିକ୍ରି, ଭୋକ ଭୁଗୋଳରେ ଅନାଟନର ଚିତ୍ରଣଙ୍କୁ ନିଜ କଲମ ମୁନରେ ପରିପ୍ରକାଶ କରିଥିଲେ। ୧୯୬୫ ମସିହାର କରାଳ ମରୁଡି ସମସ୍ୟା ଉଥାପନ କରିଥିଲେ। ନୂଆପଡା ଜିଲ୍ଲା ସାମ୍ବାଦିକ ସଂଘ ର ପ୍ରତିଷ୍ଠାଥା ଥିବା ବେଳେ ସଂଘର ସଭାପତି ମଧ୍ୟ ଥିଲେ । ପରେ କଂଗ୍ରେସରେ ଯୋଗଦାନ କରିଥିଲେ। ତାଙ୍କୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରିଥିଲେ। ତାଙ୍କ ତିନି ପୁଅ ଏବଂ ପୂତ୍ରବଧୁ ତାଙ୍କ ଅନ୍ତିମ ସମୟରେ ଉପସ୍ଥିତ ଥିଲେ।ବଡ଼ ପୁଅ ପ୍ରଣବ ପଟ୍ଟନାୟକ ,ସନ୍ଦୀପ ପଟ୍ଟନାୟକ ଓ ଛୋଟ ପୁଅ ରିତେଶ ପଟ୍ଟନାୟକ।ନୂଆପଡା ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ରୂପେ ସାମ୍ବାଦିକ ଙ୍କୁ ସଂଗଠିତ କରିଥିଲେ। ସମସ୍ତ ସାମ୍ବାଦିକ ସଂଘ, ଜିଲ୍ଲା ବିଭିନ୍ନ ମହଲ ରୁ ଗଭୀର ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ନବରାତ୍ରି ଦୁର୍ଗାପୂଜା ଓ ଦଶହରା ଉତ୍ସବକୁ ନେଇ ସମଗ୍ର କନ୍ଧମାଳ ଚଳ ଚଞ୍ଚଳ

masiha

ଥୁଆମୂଳରାମପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଲୋକନାଥ ବେହେରାଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

Sunil Chandra Nayak

ବିଦ୍ୟୁତ୍ ଆଘାତରେ ଜଣେ ମୃତ 

Sunil Chandra Nayak

Leave a Comment

error: Content is protected !!