ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ନିଶାଶକ୍ତ ଟ୍ରକ୍ ଡ୍ରାଇଭରଙ୍କ ଉନ୍ମୁକ୍ତ କାଣ୍ଡ ଯୁବକ ଉପରେ ମାଡିଯାଇ ୨ ଟି ଘରେ ଚଢ଼ିଗଲା ଗ୍ୟାସ ବୋଝେଇ ଟ୍ରକ, ଜଣେ ମୃତ

ନିଶାଶକ୍ତ ଟ୍ରକ୍ ଡ୍ରାଇଭରଙ୍କ ଉନ୍ମୁକ୍ତ କାଣ୍ଡ

ଯୁବକ ଉପରେ ମାଡିଯାଇ ୨ ଟି ଘରେ ଚଢ଼ିଗଲା ଗ୍ୟାସ ବୋଝେଇ ଟ୍ରକ, ଜଣେ ମୃତ

ଆସିକା, ୩୦/୮/୨୫ ଧରାକୋଟ ଥାନା ଅନ୍ତର୍ଗତ ଢ଼ଉଗାଁ ଛକ ରେ ସିରିଜ ଦୁର୍ଘଟଣା। ଟ୍ରକ ନ OD 02 AV 3366 ପ୍ରଥମେ ଜଣେ ବ୍ୟକ୍ତି ଉପରେ ଗାଡି ଚଢାଇ ଦେବା ପରେ ସେଠାରୁ 700 ମିଟର ପରେ ଗୋଟିଏ,ଦୋକାନ, ଜଣେ ବ୍ୟକ୍ତିଙ୍କ ଘର ଓ ଗୋଟିଏ ବାଇକ ଓ ସାଇକେଲ ଉପରେ ଚଢାଇ ଦେଇଛି। ଘଟଣା ସ୍ଥଳରେ ଢ଼ଉଗାଁ ଗ୍ରାମର 48 ବର୍ଷୀୟ ବସନ୍ତ ପରିଡାଙ୍କ ମୃତ୍ୟୁ ହୋଇଛି। ଡ୍ରାଇଭର ଗାଡି ଧରି ଚମ୍ପଟ ମାରୁଥିବା ବେଳେ ଗାଁ ଲୋକେ ଟ୍ରକ ଡ୍ରାଇଭର କୁ ଅଟକ ରଖି ପୋଲିସ ରେ ଜିମା ଦେଇଛନ୍ତି। ଡ୍ରାଇଭର ନିଜେ ସ୍ବୀକାର କରିଛନ୍ତି ଯେ ସେ ଅଧିକ ଭାଙ୍ଗ ସେବନ ଫଳରେ ତାଙ୍କୁ ନିଶା ହୋଇଯିବାରୁ ଏପରି ଅଘଟଣ ହୋଇଛି।ଡ୍ରାଇଭର ଙ୍କ ନାମ ହେଲା ସନ୍ତୋଷ କୁମାର ପରିଡ଼ା । ଟ୍ରକ ଟି ଆସିକା ପଟୁ ଦିଗପହଣ୍ଡି ଅଭିମୁଖେ ଯାଉଥିଲା । ଅନ୍ୟ ପଟେ ଏହି ଦୁର୍ଘଟଣା ରେ ମୃତକ ବସନ୍ତଙ୍କ ପରିବାର ପୁରା ଭାଙ୍ଗି ପଡିଛନ୍ତି। ଘଟଣା ସ୍ଥଳରେ ପୋଲିସ ପହଁଚି ଅଧିକ ତଦନ୍ତ କରିବା ସହ ଟ୍ରକକୁ ଅଟକ ରଖିଛି। ଡ୍ରାଇଭର କୁ ଗିରଫ କରି ଅଧିକ ତଦନ୍ତ କରୁଛି। ସ୍ଥାନୀୟ ତହସିଲଦାର ଲମ୍ବୋଦର ମାରାଣ୍ଡି ଘଟଣା ସ୍ତଳରେ ପହଞ୍ଚି ମୃତକଙ୍କ ପରିବାର ଲୋକଙ୍କୁ 20 ହଜାର ଟଙ୍କା ରେଡ କ୍ରସ୍ ପାଣ୍ଠିରୁ ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଶବ ବ୍ୟବଚ୍ଛେଦ ପାଇଁ ଆସିକା ମେଡିକାଲ୍ ପଠାଯାଇଥିବା ବେଳେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଜାତୀୟ ରାଜ ପଥ 59 ଉପରେ ଘଟଣା ଘଟିଥିବା ବେଳେ ସକାଳ ଭୋର 5 ଘଣ୍ଟ ବେଳେ ଏହି ଦୁର୍ଘଟଣା ଘଟିଥିବା ନେଇ ସୂଚନା ରହିଛି । ମୃତକ ବସନ୍ତ ନିଜ ଜମି କାର୍ଯ୍ୟ ସାରି ଫେରୁଥିବା ସମୟରେ ଦୁର୍ଘଟଣା ଶିକାର ହୋଇଥିଲେ । ଏ ସଂକ୍ରାନ୍ତରେ ଧରାକୋଟ ଥାନାରେ କେସ ନ 231/25 ପ୍ରକାରେ ମାମଲା ରୁଜୁ କରାଯାଇଛି ।

ଆସିକା ରୁ ଶିବ ଶଙ୍କର ମିଶ୍ର ଙ୍କ ରିପୋର୍ଟ ମସିହା ନ୍ୟୁଜ

Related posts

ଗଂଜେଇ ଓ କପ ସିରଫ ଜବତ, ଜଣେ ଗିରଫ

Sunil Chandra Nayak

ଦୁଇଟି ମଟର ସାଇକେଲ ସହ ଗଞ୍ଜେଇ ଚାଲାଣ ବେଳେ ଜବତ: ଘଟଣା ସ୍ଥଳରୁ ୧୦ ଚାଲାଣ କାରୀ ଚମ୍ପଟ 

Sunil Chandra Nayak

ବୋରଗୁଡା ବୋର ପଦର ପଡ଼ାରେ ମହିଳାଙ୍କ ଆତ୍ମହତ୍ୟା, ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଲେ

Leave a Comment

error: Content is protected !!