ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ଆଇନସେବା ପ୍ରାଧିକରଣ ରୟଗଡା ଦ୍ୱାରା ନିରାଶ୍ରୟ ମହିଳାଙ୍କୁ ଆଇନ ସହାୟତା

ଜିଲ୍ଲା ଆଇନସେବା ପ୍ରାଧିକରଣ ରୟଗଡା ଦ୍ୱାରା ନିରାଶ୍ରୟ ମହିଳାଙ୍କୁ ଆଇନ ସହାୟତା

     ଅଦ୍ୟ ତା.୦୧.୦୯.୨୦୨୫ ରିଖ ରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ପାରା ଲିଗାଲ୍ ଭଲ୍ୟୁଣ୍ଟର ଶ୍ରୀମତି କୁମାରୀ ବାଡତ୍ୟା ଜଣେ ନିରାଶ୍ରୟ ମହିଳା କୁମାରୀ ନାଏକ, ସ୍ୱାମୀ-ଜନସେନ ନାୟକ, ନୂଆ ସାହି, ଜେ.ଏସ୍.କୋ, ରାୟଗଡା ଙ୍କୁ ଠାବ କରି ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଙ୍କର ହସ୍ତଗତ କରିଥିଲେ I ଉକ୍ତ ମହିଳା ଜଣକ ନିଜର ରହିବା, ଖାଇବା ଓ ନିଜର ଅସୁବିଧା କଥା ଲେଖି ଜଣାଇବା ସହିତ ସ୍ନେହା ସ୍ୱଧାର ଗୃହରେ ତାଙ୍କୁ ରହିବାର ବ୍ୟବସ୍ଥା କରାଇଦିଆଗଲେ ସେ ସୁରକ୍ଷିତ ମନେ କରିବେ ବୋଲି ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ସଚିବ ଙ୍କୁ କହିଥିଲେ I ଏହାପରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ସଚିବ ଶ୍ରୀ ସୁବ୍ରତ ଆଚାର୍ଯ୍ୟ ଙ୍କ ର ନିର୍ଦ୍ଦେଶ କ୍ରମେ ପାରା ଲିଗାଲ୍ ଭଲ୍ୟୁଣ୍ଟର ଶ୍ରୀମତି କୁମାରୀ ବାଡତ୍ୟା ଙ୍କ ସହାୟତାରେ ଉକ୍ତ ମହିଳାଙ୍କୁ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ରାୟଗଡା ସ୍ଥିତ ସ୍ନେହା ସ୍ୱଧାର ଗୃହରେ ଅବସ୍ଥାପିତ କରାଯାଇଛି I

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ପ୍ରଧାନ ଶିକ୍ଷକ ଚିତ୍ତ ରଞ୍ଜନ ମୁଣ୍ଡ ଙ୍କ ସେବା ନିବୃତ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା

Sunil Chandra Nayak

ନୂତନ ହିତାଧିକାରୀ ଙ୍କୁ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ 

Sunil Chandra Nayak

ଚର୍ଚ୍ଚାରେ ଯୁବ ମିଡ଼ିଆ ପ୍ଲାନର ଭରତ ପ୍ରଧାନ

Leave a Comment

error: Content is protected !!