ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ମନୋରଞ୍ଜନ

ଷଷ୍ଠ ରାଜ୍ଯସ୍ତରୀୟ ନାଟକ ମହୋତ୍ସବରେ ଅଧ୍ଯାପକ ଗୋପାଳ ମହାରଣାଙ୍କ ଚାରିଗୋଟି ନାଟକ ହେଲା ପ୍ରଦର୍ଶନ 

ଷଷ୍ଠ ରାଜ୍ଯସ୍ତରୀୟ ନାଟକ ମହୋତ୍ସବରେ ଅଧ୍ଯାପକ ଗୋପାଳ ମହାରଣାଙ୍କ ଚାରିଗୋଟି ନାଟକ ହେଲା ପ୍ରଦର୍ଶନ 

ନବରଙ୍ଗପୁର:(୧|୯)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲାର ଅଗ୍ରଣୀ କଳା ଓ ସାଂସ୍କୃତିକ ଅନୁଷ୍ଠାନ”ଭାରତୀ କଳା ନିକେତନ “ଉମରକୋଟ ଦ୍ବାରା ଆୟୋଜିତ ଚାରି ଦିବସୀୟ ନାଟକ ଓ ସାଂସ୍କୃତିକ ମହୋତ୍ସବ-୨୦୨୫ କଲ୍ଯାଣ ମଣ୍ଡପ ଠାରେ ଆୟୋଜିତ ହୋଇଛି ।ନାଟକ ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ଯକ୍ରମ ବିଭିନ୍ନ ବର୍ଗର କଳାକାର ,ସାହିତ୍ଯିକ ତଥା କଳାନୁରାଗୀଙ୍କ ପାଇଁ ନିଜ କୃତିତ୍ବ ପ୍ରଦର୍ଶନର ମଞ୍ଚଯୋଗାଇଛି ଭାରତୀ କଳା ନିକେତନ ।ଅନୁଷ୍ଠାନର ପ୍ରତିଷ୍ଠାତା ତଥା ସଂପାଦକ ଗୋପାଳ ମହାରଣାଙ୍କ ପ୍ରଚେଷ୍ଟାରେ ଉପାନ୍ତ ଅଞ୍ଚଳରେ ଆୟୋଜିତ ଏହି କାର୍ଯ୍ଯକ୍ରମ ଦେଖିବାକୁ ଦର୍ଶକଙ୍କ ଉତ୍କଣ୍ଠା ବଢୁଛି ।ଚଳିତ ବର୍ଷ ଅନୁଷ୍ଠାନ ନିଜର ଊନବିଂଶତମ ବାର୍ଷିକ ଉତ୍ସବ ସହିତ ଷଷ୍ଠ ରାଜ୍ଯସ୍ତରୀୟ ନାଟକ ମହୋତ୍ସବ ପାଳନ ଅବସରରେ ଅଧ୍ଯାପକ ଗୋପାଳ ମହାରଣାଙ୍କ ଚାରିଗୋଟି ନାଟକ ପରିବେଷଣ କରିବା ନିଷ୍ପତ୍ତି ନେଇଛି ।ପ୍ରଥମ ସନ୍ଧ୍ଯାରେ ଅନୁଷ୍ଠାନର କଳାକାର ମାନେ ନାଟକ”ନିଶା” ପରିବେଷଣ କରିଥିଲେ ।ଯାହାର ନିର୍ଦ୍ଦେଶିକା ଅଧ୍ଯାପିକା ମଧୁସ୍ମିତା ମହାରଣା ଏବଂ ସଂଗୀତ ନିର୍ଦ୍ଦେଶକ ଏମ୍ ମାଧବ ପାତ୍ର ।ଦ୍ବିତୀୟ ସନ୍ଧ୍ଯାରେ ରାଉରକେଲାର “ପରିଚୟ”ଅନୁଷ୍ଠାନ ଦ୍ବାରା ପ୍ରଯୋଜିତ ନାଟକ”ପାନ୍ଥଶାଳାର ପଥିକ”, ନିର୍ଦ୍ଦେଶକ ଥିଲେ ପଞ୍ଚାନନ ପାତ୍ର ,ତୃତୀୟ ସନ୍ଧ୍ଯାରେ ଗୁରୁନାଥ ସାଂସ୍କୃତିକ ପରିଷଦ,ଲୁଦୁଲୁଦି,ଘୁମୁସର,ଗଞ୍ଜାମର ପ୍ରଯୋଜିତ ନାଟକ”ସେମାନେ ଆସିବେ”ନିର୍ଦ୍ଦେଶନା ଦେଇଥିଲେ ବିଜୟ କୁମାର ପାତ୍ର ଏବଂ ଶେଷ ସନ୍ଧ୍ଯାରେ ଭାରତୀ କଳା ନିକେତନ ପ୍ରଯୋଜିତ ନାଟକ”ପଞ୍ଚମ ବେଦ” ପରିବେଷଣ କରାଯାଇଥିଲା ।ଶୃଙ୍ଖଳାର ପାଞ୍ଚଟି ନିୟମ ଯଥା-ସତ୍ଯ,ଧର୍ମ,ନ୍ଯାୟ,ଅହିଂସା ଓ ପ୍ରେମ ହିଁ ପଞ୍ଚମ ବେଦ ।ନାଟକର ନିର୍ଦ୍ଦେଶିକା ଅଧ୍ଯାପିକା ମଧୁସ୍ମିତା ମହାରଣାଙ୍କ ବଳିଷ୍ଠ ନିର୍ଦ୍ଦେଶନା,ଏମ୍ ମାଧବ ପାତ୍ରଙ୍କ ସଂଗୀତ ଏବଂ ରବୀନ୍ଦ୍ରନାଥ ମହାରଣାଙ୍କ ମଞ୍ଚସଜ୍ଜା ତଥା ବିଦ୍ଯୁତ କୁମାର ପାତ୍ର,ବିବେକାନନ୍ଦ ପଟ୍ଟନାୟକ,ଗଣେଶ ପ୍ରସାଦ ରଣା,ବିରେନ୍ଦ୍ର ସାହୁ,ଦୀପଶିଖା ନାୟକ ଓ ଶିଶୁକଳାକାର ସାଇ ଅନୁଷ୍କା ମହାରଣାଙ୍କ ଚମତ୍କାର ଅଭିନୟ ଦର୍ଶକଙ୍କୁ ବିମୋହିତ କରିଥିଲା ।ନାଟକ ଏତେ ହୃଦୟସ୍ପର୍ଶୀ ଯେ ,ଦର୍ଶକ ମଞ୍ଚନାଟକ ପ୍ରତି ସ୍ବତଃ ଆକର୍ଶିତ କରୁଥିବା ଲକ୍ଷ୍ଯ କରାଯାଇଥିଲା ।ଉମରକୋଟ ପରି ଏକ ଉପାନ୍ତ ଅଞ୍ଚଳରେ ଏପରି ନାଟକ ମହୋତ୍ସବ ଆୟୋଜନ କରୁଥିବାରୁ ଭାରତୀ କଳା ନିକେତନର ନାଟ୍ଯଦମ୍ପତ୍ତି ଅଧ୍ଯାପକ ଗୋପାଳ ମହାରଣା ଓ ମଧୁସ୍ମିତା ମହାରଣାଙ୍କୁ ଦର୍ଶକ ସାଧୁବାଦ ଜଣାଇଥିଲେ।ମଞ୍ଚ ନାଟକର ପ୍ରଚାର ଓ ପ୍ରସାର କ୍ଷେତ୍ରରେ ଭାରତୀ କଳା ନିକେତନ ଯେ ଇତିହାସ ସୃଷ୍ଟିକରିଛି ଏହା ମହୋତ୍ସବରେ ଯୋଗଦେଇଥିବା ଅତିଥିମାନେ କହିବା ସହିତ ଭାରତୀ କଳା ନିକେତନର ପ୍ରତିଷ୍ଠାତାଙ୍କ ଉଦ୍ଯମକୁ ଭୂୟସୀ ପ୍ରଶଂସା କରିଥିଲେ । ଇତ୍ଯବସରରେ ନାଟକ କ୍ଷେତ୍ରରେ ଅବଦାନ ପାଇଁ ବିଶିଷ୍ଟ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।ରାଉରକେଲାର ଶ୍ରୀ ପଞ୍ଚାନନ ପାତ୍ର,ଘୁମୁସର,ଗଞ୍ଜାମର ଶ୍ରୀ ବିଜୟ କୁମାର ପାତ୍ର,ଉମରକୋଟର ବରିଷ୍ଠ ଅଭିନେତ୍ରୀ ଶ୍ରୀମତୀ ଶାନ୍ତିଲତା ମହାନ୍ତିକୁ ଚଳିତ ବର୍ଷ ଅନୁଷ୍ଠାନର ସର୍ବୋଚ୍ଚ ସମ୍ମାନ “ମାଆ ରାଧାଦେବୀ କଳାଶ୍ରୀ ସମ୍ମାନ-୨୦୨୫”ପ୍ରଦାନ କରାଯାଇଛି ।ଅନରୂପ ଭାବେ ରାଜ୍ଯସ୍ତରୀୟ ନାଟକ ମହୋତ୍ସବରୁ ବହୁବାର ଶ୍ରେଷ୍ଠ ଶିଶୁ କଳାକାର ପାଇଥିବା “ସାଇ ଅନୁଷ୍କା ମହାରଣା”ଙ୍କୁ “ଭାରତୀ ଶିଶୁ ପ୍ରତିଭା ସମ୍ମାନ-୨୦୨୫”ଏବଂ ବହୁବାର ଶ୍ରେଷ୍ଠ ଅଭିନେତ୍ରୀ ରୂପେ ସମ୍ମାନିତା ଦୀପଶିଖା ନାୟକଙ୍କୁ “ଶ୍ରେଷ୍ଠ ଅଭିନେତ୍ରୀ”ଭାବେ ଏବଂ ଏମ୍ ମାଧବ ପାତ୍ରଙ୍କୁ ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶକ ସମ୍ମାନ ପ୍ରଦାନ ,ରବୀନ୍ଦ୍ରନାଥ ମହାରଣାଙ୍କୁ”ଶ୍ରେଷ୍ଠ ମଞ୍ଚ ନିର୍ଦ୍ଦେଶକ”ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା । ନାଟକ କାର୍ଯ୍ଯକ୍ରମ ସହିତ ଅନୁଷ୍ଠାନ ଆୟୋଜନ କରିଥିଲା “ନୃତ୍ଯ ପ୍ରତି ଯୋଗିତା”ଏଥିରେ ଶ୍ରୀମା ଅରବିନ୍ଦ ଉଚ୍ଚ ମାଧ୍ଯମିକ ବିଦ୍ଯାଳୟ ପ୍ରଥମ,ରାଉରକେଲାର ପିୟୁଷ ମୁଖାର୍ଜୀ ,ଦ୍ବିତୀୟ ଏବଂ ରାଉରକେଲାର ସୃଷ୍ଟି ସାହୁ ,ତୃତୀୟ ସ୍ଥାନ ଅଧିକାର କରିଥିଲେ ।ନାଟକ ମହୋତ୍ସବର ତୃତୀୟ ଦିବସରେ ଆୟୋଜିତ ହୋଇଥିଲା “କବି ସମ୍ମେଳନୀ”ଏଥିରେ ବହୁ କବି କଳା ଓ ସଂସ୍କୃତି ଆଧାରିତ ସ୍ବରଚିତ କବିତା ପାଠ କରିଥିଲେ ।ପ୍ରତି କବିଙ୍କୁ ଅନୁଷ୍ଠାନ ତରଫରୁ ମାନପତ୍ର ଓ ସ୍ମୃତିଫଳକ ସହିତ ସମ୍ବର୍ଦ୍ଧିତ କରାଯାଇଥିଲା ।ଏହି କାର୍ଯ୍ଯକ୍ରମରେ ପୂର୍ବତ୍ତନ ଓଡିଶା ସାହିତ୍ଯ ଏକାଡେମୀ ସଦସ୍ଯ ବଲ୍ଲଭ ରାଉତ, ମୁଖ୍ଯ ଅତିଥି ଏବଂ ବରେଣ୍ଯ ଅତିଥି ଭାବେ କବି ପ୍ରଫୁଲ୍ଲ କୁମାର ରାଉତ,ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଦେବେନ୍ଦ୍ର ବାଘ,ମହାନନ୍ଦ ମହାଳିକ ଏବଂ ଶାନ୍ତିଲତା ମହାନ୍ତି ମଞ୍ଚାସୀନ ଥିବାବେଳେ ବିବେକାନନ୍ଦ ପଟ୍ଟନାୟକ,ସାଗର କୁମାର ପରିଡା,ସ୍ବାଗତିକା ସାହୁ ,ପ୍ରଭାତି ଦେବନାଥ ଆଦି କାର୍ଯ୍ଯକ୍ରମର ସୁପରିଚାଳନାରେ ସହଯୋଗ କରିଥିଲେ ।ଅନୁଷ୍ଠାନ ଦ୍ବାରା ଆୟୋଜିତ ନାଟ୍ଯମହୋତ୍ସବରେ ଶୃଙ୍ଖଳିତ ପରିଚାଳନା କରିଥିଲେ ଶ୍ରୀ ବିଦ୍ଯୁତ କୁମାର ପାତ୍ର,ନଳିନୀ ରଞ୍ଜନ ମିଶ୍ର,ରଜତ କୁମାର ସାମନ୍ରରା ,ଗଣେଶ ପ୍ରସାଦ ରଣା ,ସନ୍ତୋଷ କୁମାର ପରିଡା,ଏନ୍ ପୂର୍ଣ୍ଣଚନ୍ଦ୍ର ଚୌଧୁରୀ,ପୁରୁଷୋତ୍ତମ ମାଝୀ,ବଳରାମ ଭତ୍ରା,ଚନ୍ଦନ ଭତ୍ରା,ହେମନ୍ତ ଭତ୍ରା ,ପ୍ରକାଶ ଚନ୍ଦ୍ର ବେହେରା,ସାଗର କୁମାର ପରିଡା ଆଦି ସହଯୋଗ କରିଥିଲେ ।ଚାରିଦିନ ମଞ୍ଚପରିଚାଳନା କାର୍ଯ୍ଯକ୍ରମରେ ଅଧ୍ଯାପିକା ଏମ୍ ମଧୁଛନ୍ଦା ସହଯୋଗ କରିଥିଲେ ।ଅନୁଷ୍ଠାନର ଉପ ସଭାପତି ରମେଶ ଚନ୍ଦ୍ର ନାହାକ ବିଭିନ୍ନ କାର୍ଯ୍ଯକ୍ରମରେ ସହଯୋଗ କରିଥିଲେ ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

କଞ୍ଚା ଲଙ୍କା ସିନେମା ହଲ୍ ଓଡିଆ ଚଳଚ୍ଚିତ୍ର ଜଗତ ପାଇଁ ନୂଆ ପ୍ରୟାସ ଆଜି ରିଲିଜ ହେଉଛି ‘ ଟି’, ଖୁବ ଶୀଘ୍ର ‘ଡେଲିଭରି ବଏ’

Sunil Chandra Nayak

ପ୍ରୟାସ ପ୍ରାୟୋଜିତ ଚିନ୍ତା ପ୍ରତିମା ବହୁଭାଷୀ ନାଟ୍ୟ ମହୋତ୍ସବର ତୃତୀୟ ଦିବସ ରେ ଶ୍ରୀମତୀ କମ୍ ନୁହଁନ୍ତି ମଞ୍ଚସ୍ଥ 

masiha

ପୁଣି ଏକ ନିଛକ ଓଡିଆ କାହାଣୀକୁ ନେଇ ମହୁରତ୍ ହେଲା ଚଳଚ୍ଚିତ୍ର ‘ପ୍ରଥା’

Sunil Chandra Nayak

Leave a Comment

error: Content is protected !!