ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଆଜି ନୂଆଁଖାଇ ପାଳିଲେ କଳାହାଣ୍ଡି ଜିଲ୍ଲାର ଗଡ଼ଜାତ ଅଞ୍ଚଳବାସୀ

ଆଜି ନୂଆଁଖାଇ ପାଳିଲେ କଳାହାଣ୍ଡି ଜିଲ୍ଲାର ଗଡ଼ଜାତ ଅଞ୍ଚଳବାସୀ

ନୂଆଁଖାଇ କଳାହାଣ୍ଡି ଜିଲାର ଏକ ମୁଖ୍ୟ ପରମ୍ପରା। ପଶ୍ଚିମ ଓଡ଼ିଶାର ଅନ୍ୟ ଜିଲାରେ ସପ୍ତମୀ ତିଥିରେ ନୂଆଁଖାଇ ପାଳନ ହେଉଥିବାବେଳେ କଳାହାଣ୍ଡିରେ ପ୍ରତିପଦାଠାରୁ ଆରମ୍ଭ ହୋଇ ଦଶହରା ଦଶମୀ ପର୍ଯ୍ୟନ୍ତ ଚାଲିଥାଏ। ଆଜି କଳାହାଣ୍ଡି ଜିଲ୍ଲାର ଗଡ଼ଜାତ ଅଞ୍ଚଳରେ ନୂଆଁଖାଇ ପାଳନ ହୋଇଛି।

ମା’ ମାଣିକେଶ୍ବରୀଙ୍କ ନିକଟରେ ନବାନ୍ନ ଲାଗିହେବା ପରେ ନୂଆ ଖାଇଛନ୍ତି ଗଡ଼ଜାତବାସୀ । ନୂଆଁଖାଇ ପର୍ବକୁ ନେଇ କଳହାଣ୍ଡିର ଗଡ଼ ଜାତ ଅଞ୍ଚଳରେ ଦେଖିବାକୁ ମିଳିଛି ଉତ୍ସାହର ମାହୋଲ ।

ସାରା ପଶ୍ଚିମ ଓଡ଼ିଶାରେ ସରିଲାଣି ନୂଆଁଖାଇ । ହେଲେ କଳାହାଣ୍ଡିରେ ଚାଲିଛି ନୂଆଁଖାଇ ପର୍ବ । ଆଜି ଗଡ଼ଜାତ ଅଞ୍ଚଳରେ ବେଶ ଧୁମଧାମରେ ପାଳନ ହୋଇଛି ଏହି ପର୍ବ । ମା’ ମାଣିକେଶ୍ବରୀଙ୍କ ନିକଟରେ ନବାନ୍ନ ଲାଗିହେବା ପରେ ନୂଆ ଖାଇଛନ୍ତି କଳାହାଣ୍ଡି ର ଗଡ଼ଜାତବାସୀ । ନୂଆଁଖାଇ ପର୍ବକୁ ନେଇ କଳହାଣ୍ଡିର ଗଡ଼ଜାତ ଅଞ୍ଚଳରେ ଦେଖିବାକୁ ମିଳିଛି ଉତ୍ସାହର ମାହୋଲ । ମା’ ମାଣିକେଶ୍ବରୀଙ୍କ ନିକଟରେ ନବାନ୍ନ ଲାଗି ହେବା ପରେ ମନ୍ଦିରରେ ଜମିଥିଲା ଶ୍ରଦ୍ଧାଳୁଙ୍କ ଭିଡ଼ । ଏହାପରେ ନୂଆ ଖାଇ କୃଷିଭିତକ ଗଣପର୍ବ ନୂଆଁଖାଇ ପାଳିଛନ୍ତି ଗଡ଼ଜାତବାସୀ । ଖିରି ପୁରି ପିଠା ପଣାରେ ମହକି ଉଠିଥିଲା ପରିବେଶ। ଜୁହାର ଭେଟ ସରିବା ପରେ ନାଚଗୀତରେ ମଜ୍ଜି ଯାଇଥିଲେ ଅଞ୍ଚଳବାସୀ ।

ଗଣେଶ ପୂଜା ପରଦିନ ଅର୍ଥାତ ଭାଦ୍ରବ ପଞ୍ଚମୀକୁ ନୂଆଁଖାଇ ରୂପେ ପାଳିଥାନ୍ତି ପଶ୍ଚିମ ଓଡିଶାବାସୀ । ହେଲେ କଳାହାଣ୍ଡିର ଗଡ଼ଜାତ ଅଞ୍ଚଳରେ ପ୍ରତିପଦା ଠାରୁ ଦଶହରା ପର୍ଯ୍ୟନ୍ତ ପର୍ଯ୍ୟାୟ କ୍ରମେ ଭିନ୍ନ ଭିନ୍ନ ତିଥିରେ ନୂଆଁଖାଇ ପାଳନ ହୋଇଥାଏ। ଜିଲ୍ଲାର ଗଡଜାତ ଅଞ୍ଚଳ ଲାଞ୍ଜିଗଡ଼, ଜୟପାଟଣା, ଭବାନୀପାଟଣା, ମଦନପୁର-ରାମପୁର ଓ ମା’ଙ୍କ ମୂଳ ପୀଠ ଥୁଆମୂଳ ରାମପୁରରେ ଆଜି ନୂଆଁଖାଇ ମହାସମାରୋହରେ ପାଳିତ ହୋଇଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

ଆଜି ସାବିତ୍ରୀ ଓଷା… ସ୍ୱାମୀଙ୍କ ମଙ୍ଗଳ ଓ ଦୀର୍ଘାୟୁ କାମନା କରି ବ୍ରତ ପାଳୁଛନ୍ତି ହିନ୍ଦୁ ସଧବା ମହିଳା

Sunil Chandra Nayak

ମହାଶିବରାତ୍ରୀ ଅବସରରେ ଚଳ ଚଞ୍ଚଳ ବାଲୁଗାଁର ଆରାଧ୍ୟା ଠାକୁର ଶ୍ରୀ ଶ୍ରୀ ବାବା ଉମାମହେଶ୍ଵର ଦେବଙ୍କ ପୀଠ

Sunil Chandra Nayak

ବାବା ବଟେଶ୍ବର ମନ୍ଦିରରେ ଜାଗର ଯାତ୍ରା

Sunil Chandra Nayak

Leave a Comment

error: Content is protected !!