ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରସ୍ବତୀ ବିଦ୍ୟାମନ୍ଦିର ଠାରେ ଗୀତା ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ 

ସରସ୍ବତୀ ବିଦ୍ୟାମନ୍ଦିର ଠାରେ ଗୀତା ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ 

କାମାକ୍ଷାନଗର (ମନିସ)2/9/25 — ଶ୍ରୀମଦ୍‌ ଭଗବତ୍‌ ଗୀତାକୁ ଲୋକାଭିମୁଖୀ କରିବା ନିମନ୍ତେ ପ୍ରଜ୍ଞାନ ମିଶନ ଆନୁକୂଲ୍ୟରେ ଗୀତାର ପଞ୍ଚମ ଅଧ୍ୟାୟ କର୍ମସନ୍ୟାସ ଯୋଗର ଏକ ଗୀତା ଆବୃତ୍ତି ପ୍ରତିଯୋଗିତା ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସରସ୍ବତୀ ଶିଶୁମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମ କୁ ଅବସର ପ୍ରାପ୍ତ ସଂସ୍କୃତ ଶିକ୍ଷକ ପଣ୍ଡିତ ସତୀଶ ପ୍ରସାଦ ଆଚାର୍ଯ୍ୟ ସରସ୍ବତୀ ଙ୍କ ନିକଟରେ ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ l ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଓକିଲ ପ୍ରେମାନନ୍ଦ ସାହୁ ଉପସ୍ଥିତ ରହି ପ୍ରତ୍ୟହ ଗୀତା ପଠନ ର ଉପକାରିତା ବିଷୟରେ ବିଭିନ୍ନ ବିଦ୍ୟାଳୟ ରୁ ଆସିଥିବା ପ୍ରତିଭାଗୀ ଙ୍କ ନିକଟରେ ଆଲୋକପାତ କରିଥିଲେ l

ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ଉପସ୍ଥିତ ସମସ୍ତ କାର୍ଯ୍ୟକର୍ତା ଅତିଥି, ଅଧିକାରୀ, ଶିଶୁ ତଥା ଅଭିଭାବକ ଅଭିଭାବିକା ଙ୍କୁ ସ୍ୱାଗତ କରିବା ସହିତ ଗୀତା ଏପରି ଏକ ଗ୍ରନ୍ଥ ଯାହାର ପଠନ ର ଉପକାରିତା ଅନନ୍ୟ l ରୁଚୁ ନରୁଚୁ ଖାଅ ପିତା, ବୁଝୁ ନବୁଝୁ ପଢ଼ ଗୀତା ଏହି ବିଷୟରେ ମତ ପ୍ରକାଶ କରିଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ୪୩ ଜଣ ଶିଶୁ ପ୍ରତିଭାଗୀ ଅଂଶଗ୍ରହଣ କରିଥିଲେ l କୃତି ପ୍ରତିଭାଗୀ ଙ୍କୁ କାର୍ଯ୍ୟକ୍ରମ ର ଦ୍ଵିତୀୟ ଅଧିବେଶନ ରେ ପୁରସ୍କୃତ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ପ୍ରମୋଦ କୁମାର ବରାଳ, ଲିନା ପଟ୍ଟନାୟକ, ନିର୍ମଳ କୁମାର ସାହୁ, ଭୁବନାନନ୍ଦ ସାହୁ, ଉପେନ୍ଦ୍ର କୁମାର ପଣ୍ଡା, ଦିପ୍ତେଶ ପ୍ରସାଦ ଦାସ, ବଳଭଦ୍ର ନାୟକ ଓ ପ୍ରମୋଦ କୁମାର ମିଶ୍ର ବିଚାରକ ଭାବରେ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରାଇଥିଲେ l ସମ୍ପୂର୍ଣ କାର୍ଯ୍ୟକ୍ରମ କୁ ଦିପ୍ତୀସ ପ୍ରସାଦ ପଟ୍ଟନାୟକ ସଫଳତା ପୂର୍ବକ ସଂଚାଳନ କରିଥିଲେ l

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ମରଣଯନ୍ତା ପାଲଟିଛି ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତା। ଠିକାଦାର ଓ ଯନ୍ତ୍ରୀଙ୍କ ମଧୁ ଚନ୍ଦ୍ରିକାରେ ଅବହେଳିତ ଅବସ୍ଥାରେ ରାସ୍ତା

୪ଦଫା ଦାବୀ ନେଇ ଗୋଲାମୁଣ୍ଡାକୃଷି ଅଫିସ ସଂମ୍ମୁଖରେ ଗ୍ରାମ୍ୟ କୃଷି କର୍ମଚାରୀଙ୍କ କଲାବ୍ୟାଚ ପିନ୍ଦି ଶାନ୍ତିପୂର୍ଣ୍ଣ ଆନ୍ଦୋଳନ , ସରକାର ଦାବୀ ପୂରଣ ନ କଲେ ଆଗାମୀ ୧ରୁ ସାମୁହିକ ଭାବେ ଅନିର୍ଦ୍ଦିଷ୍ଟ କାଳ ଛୁଟିରେ ଯିବେ

Sunil Chandra Nayak

ବିନା ଅଡିଟରେ ଚାଲିଛି ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥା

Sunil Chandra Nayak

Leave a Comment

error: Content is protected !!