ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୀର୍ଘଦିନ ପରେ ରାସୋଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସିଲେ ଡାକ୍ତର

ଦୀର୍ଘଦିନ ପରେ ରାସୋଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସିଲେ ଡାକ୍ତର

ଢେଙ୍କାନାଳ (ମନିସ)2/9/25 ହିନ୍ଦୋଳ ବ୍ଲକ ଅନ୍ତର୍ଗତ ରାସୋଳ ଏକ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ । ପୁରୁଣା କଟକ ସମ୍ବଲପୁର ରାସ୍ତା ପାର୍ଶ୍ବରେ ରହିଛି ରାସୋଳ ଡାକ୍ତରଖାନା । ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ସତ୍ତ୍ବେ ବେଶ୍ କିଛି ଦିନ ହେଲା ରାସୋଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭେଷଜ ବିଭାଗର ଡାକ୍ତର ନଥିବାରୁ ରାସୋଳ ତଥା ଆଖପାଖ ଅଞ୍ଚଳ ଵାସୀ ସ୍ବାସ୍ଥ୍ୟ ସେବା ରୁ ବଞ୍ଚିତ ହୋଇ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ। ତେବେ ଏହି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭରଶୀଳ ୧୫ ଟି ପଞ୍ଚାୟତର ହଜାର ହଜାର ଲୋକଙ୍କ ନିରବ ପ୍ରତିବାଦ ଓ ବହୁ ଅନୁରୋଧ କ୍ରମେ ସରକାର ଙ୍କ ତରଫରୁ ଆବଶ୍ୟକୀୟ ପଦକ୍ଷେପ ନେବା ପୂର୍ବକ ରାସୋଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ରେ ଜଣେ ମହିଳା ଭେଷଜ ବିଭାଗ ଡାକ୍ତର ରୋଜାଲିନ ପ୍ରିୟଦର୍ଶିନୀ ବିଶ୍ବାଳ ଙ୍କୁ ଆଜି ଠାରୁ ସେବା ପ୍ରଦାନ କରିଵା ପାଇଁ ଦାୟିତ୍ୱ ପ୍ରଦାନ କରା ଯାଇଛି।

    ତେଵେ ଡାକ୍ତର ରୋଜାଲିନ ପ୍ରିୟଦର୍ଶିନୀ ବିଶ୍ବାଳ ରାସୋଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ନିଜର ଦାୟିତ୍ୱ ସୂଚାରୁ ରୂପେ ସମ୍ପାଦନ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ତଥା ମାନବ ସେବା ହିଁ ମାଧବ ସେବା କୁ ପାଥେୟ କରି ସ୍ବାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ଆଶାବାଦୀ ଥିବା ବେଳେ ଆଞ୍ଚଳିକ ସ୍ତର ରେ ଡାକ୍ତରଖାନା ର ଉନ୍ନତି ପାଇଁ ଅଞ୍ଚଳ ବାସୀ ଙ୍କର ସଦା ସହଯୋଗ ରହୁ ବୋଲି ଅନୁରୋଧ ରଖିଛନ୍ତି।

    ବିଳମ୍ବରେ ହେଲେ ମଧ୍ୟ ସରକାର ଙ୍କର ଏତାଦୃଶ ପଦକ୍ଷେପ ପାଇଁ ରାସୋଳ ତଥା ଆଖ ପାଖ ଅଞ୍ଚଳର ଲୋକ ମାନେ ଆସ୍ବସ୍ତି ଲାଭ କରିଛନ୍ତି ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଜୟପାଟଣା:ପଞ୍ଚାୟତ ସ୍ତରିୟ କଳାହାଣ୍ଡି ଉତ୍ସବ ଭବ୍ୟ ଆୟୋଜନ ଯୋଗୁଁ ଭେଜିଗୁଡା ପ୍ରଥମ ସ୍ଥାନ ଅଧିକାର କରିଛି

Sunil Chandra Nayak

ସମ୍ପୂର୍ଣ୍ଣତା ଅଭିଯାନ ୨.୦ ନିମନ୍ତେ ସ୍ଵତନ୍ତ୍ର ଗ୍ରାମ ସଭା 

Sunil Chandra Nayak

ପଞ୍ଚାୟତିରାଜ ପ୍ରତିନିଧିନଙ୍କ ପ୍ରାରମ୍ଭିକ ପ୍ରଶିକ୍ଷଣ ଶିବିର ଉଦଯାପନ

Sunil Chandra Nayak

Leave a Comment

error: Content is protected !!