ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାମଚନ୍ଦ୍ରପୁର ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ 

ରାମଚନ୍ଦ୍ରପୁର ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ 

ଲାଞ୍ଜିଗଡ଼, ୦୪/୦୯(ମନିସ)-ଲାଞ୍ଜିଗଡ଼ ବ୍ଲକ ଗୋବର୍ଦ୍ଧନପୁର ପଞ୍ଚାୟତ ରାମଚନ୍ଦ୍ରପୁର ଦୁର୍ଗାପୂଜା ପାଇଁ ଆଜି ଏକ ପ୍ରସ୍ତୁତି ବୈଠକ ଦୁର୍ଗାମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି। କମିଟିର ସଭାପତି ବିକ୍ରମ ଛତ୍ରିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଚଳିତ ବର୍ଷ ଦୁର୍ଗାପୂଜାକୁ ଆହୁରି ସରସ ସୁନ୍ଦର କରିବାକୁ ଆଲୋଚନା କରାଯାଇ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏହିକ୍ରମରେ ପୂଜା ପରିଚାଳନା ପାଇଁ କମିଟିର ନୂତନ ସଭାପତି ଭାବେ ପ୍ରଭାତ ରଞ୍ଜନ ବେହେରା, ଉପସଭାପତି ଭାବେ ଅରୁଣ ପୁଟେଲ, ସାଧାରଣ ସଂପାଦକ ଭାବେ ଉପେନ୍ଦ୍ର ସାହୁ ପ୍ରମୁଖଙ୍କୁ ମନୋନୀତ କରାଯାଇଥିଲା। ବୈଠକରେ ଚକ୍ରଧର ପଣ୍ଡା, ଦିଲୀପ ମିଶ୍ର, କିରଣ କୁମାର ମାଝୀ, ହୃଷିକେଶ ବଗର୍ତ୍ତି, ମନୋଜ ବେହେରା, ମହେନ୍ଦ୍ର ପଣ୍ଡା, କ୍ଷୀରସିନ୍ଧୁ ବାଗ, ଗଣେଶ ଗଉଡ଼, ଲମ୍ବୋଦର ପତି, ଘନଶ୍ୟାମ ସାହୁ, ପିତାମ୍ବର ସାହୁ, ସର୍ବେଶ୍ୱର ଗଉଡ଼ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ।

ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ୍ 

Related posts

ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ସଂଗ୍ରାମୀ ସାରଙ୍ଗଧର ଦାସଙ୍କୁ ଶ୍ରଦ୍ଧାଂଜଳି ଅର୍ପଣ 

masiha

ବାମନଘାଟୀ ସାଂସ୍କୃତିକ ପରିଷଦର  ବାର୍ଷିକ ଉତ୍ସବ ଓ ବିଶ୍ଵ ପଖାଳ ଦିବସ ନେଇ ପ୍ରସ୍ତୁତି ବୈଠକ 

masiha

ବନ୍ୟା ପାଣିରେ ଭାସିଗଲା ପୂଜାରୀଗୁଡାରୁ ବାଙ୍ଗାପାଲି ରାସ୍ତା ଉପରେ ଥିବା ବ୍ରିଜ:ଯାତାୟାତ ରେ ଘୋର ଅସୁବିଧା 

Sunil Chandra Nayak

Leave a Comment

error: Content is protected !!