ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାନପାଖଣା ଉପ୍ରା ବିଦ୍ୟାଳୟର ଉର୍ମିଳା ପାଢୀ ପାଇଲେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

ସାନପାଖଣା ଉପ୍ରା ବିଦ୍ୟାଳୟର ଉର୍ମିଳା ପାଢୀ ପାଇଲେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

 ମୟୂରଭଂଜ -୫/୯  — ପବିତ୍ର ଗୁରୁଦିବସ ଉପଲକ୍ଷେ ଚଳିତ ବର୍ଷର ରାଇରଙ୍ଗପୁର ବ୍ଲକର ସାନପାଖଣା ଉପ୍ରା ଵିଦ୍ଯାଳୟର ବରିଷ୍ଠ ଶିକ୍ଷୟତ୍ରୀ ଉର୍ମିଳା ପାଢୀଙ୍କୁ ସମ୍ମାନ ଜନକ ଏମଏସପି(ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର) ପୁରସ୍କାର ମିଳିଛି l ବାରିପଦାସ୍ଥ ସହିଦ ସ୍ମୃତି ଭବନରେ ଆୟୋଜିତ ଜିଲାସ୍ତରୀୟ ବର୍ଣ୍ଣାଢ୍ୟ ମଞ୍ଚରେ ପୂର୍ତ୍ତ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ସମେତ ସାଂସଦ ନବ ଚରଣ ମାଝୀ,ବାରିପଦା ବିଧାୟକ ପ୍ରକାଶ ସୋରେନ, ସାରସକଣା ବିଧାୟକ ଭାଦବ ହାଁସଦା,ରାଇରଙ୍ଗପୁର ବିଧାୟକ ଜଲେନ ନାଏକ,ଉଦଳା ବିଧାୟକ ଭାସ୍କର ମଢେଇଙ୍କ ସମେତ ଜିଲାପାଳ ହେମକାନ୍ତ ସୋଏ, ଉପଜିଲାପାଳ ଦୟାସିନ୍ଧୁ ପରିଡା, ଜିଲା ଶିକ୍ଷାଧିକାରୀ ପୂର୍ଣ୍ଣ ଚନ୍ଦ୍ର ସେଠୀ ଉପସ୍ଥିତ ଥିଲେ l ଶ୍ରୀମତୀ ଉର୍ମିଳା ପାଢୀଙ୍କୁ ମାନପତ୍ର ଓ ସିଲଡ଼ ମିଳିଛି l ସେ ଜଣେ ଆଦର୍ଶବାଦୀ, କର୍ତ୍ତବ୍ୟ ପରାୟଣ ଓ ନିଷ୍ଠାବାନ ଶିକ୍ଷୟତ୍ରୀଭାବେ ସ୍ଥାନୀୟ ଅଞ୍ଚଳରେ ବେଶ ସୁନାମ ଅର୍ଜନ କରିଛନ୍ତି l ତାଙ୍କୁ ଏହି ପୁରସ୍କାର ମିଳିବା ପରେ ବ୍ଲକର ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ସାନପାଖଣା ଉପ୍ରା ବିଦ୍ୟାଳୟର ଶିକ୍ଷକ,ଶିକ୍ଷୟତ୍ରୀ,ଅଭିଭାବକ ମହଲରେ ଆନନ୍ଦ ଖେଳିଯାଇଛି l

ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ସମ୍ ହସ୍ପିଟାଲର ଖ୍ଯାତନାମାକିଡନୀ ରୋଗ ବିଶେଷଜ୍ଞ ଡା଼. ବିଶ୍ବଜିତ ମହାନ୍ତିଙ୍କ ଦ୍ବାରା ରୋଗ ଚିକିତ୍ସା ଶୁଭାରମ୍ଭ

ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

ଦରବାର ସାହିତ୍ୟ ସଂସଦ ତରଫରୁ ମହିଳା ସସସ୍ତ୍ରୀକରଣ ଓ କୃଷି ଭିତ୍ତିକ ତାଲିମ ଶିବିର ଅନୁଷ୍ଠିତ 

masiha

Leave a Comment

error: Content is protected !!