ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିକ୍ଷା ଜୀବନର ବୃତ୍ତି ନୁହେଁ ବ୍ରତ : ସମାଜ ସେବା ବ୍ରତରେ ଜୀବନର ସାର୍ଥକତା ନିହିତ : ଶିକ୍ଷା,ଶିକ୍ଷାୟତନ ଓ ଶିକ୍ଷକ ସମାଜରେ ବୈପ୍ଳବିକ ପରିବର୍ତ୍ତନର ମହାନ୍ ସୂତ୍ରଧର : ଇନର୍ ହୁଇଲ କ୍ଲବ କପିଳାସ,ଢେଙ୍କାନାଳର ଗୁରୁଦିବସ ପାଳନ, ‘ଦିଶା ଆଇ ଆଇ ଏଲ୍ ଏମ୍ ସମ୍ମାନ-୨୦୨୫’ ପ୍ରଦାନ ଉତ୍ସବ ଅନୁଷ୍ଠିତ 

ଶିକ୍ଷା ଜୀବନର ବୃତ୍ତି ନୁହେଁ ବ୍ରତ :

ସମାଜ ସେବା ବ୍ରତରେ ଜୀବନର ସାର୍ଥକତା ନିହିତ :
ଶିକ୍ଷା,ଶିକ୍ଷାୟତନ ଓ ଶିକ୍ଷକ ସମାଜରେ ବୈପ୍ଳବିକ ପରିବର୍ତ୍ତନର ମହାନ୍ ସୂତ୍ରଧର :
ଇନର୍ ହୁଇଲ କ୍ଲବ କପିଳାସ,ଢେଙ୍କାନାଳର ଗୁରୁଦିବସ ପାଳନ, ‘ଦିଶା ଆଇ ଆଇ ଏଲ୍ ଏମ୍ ସମ୍ମାନ-୨୦୨୫’ ପ୍ରଦାନ ଉତ୍ସବ ଅନୁଷ୍ଠିତ 

ଢେଙ୍କାନାଳ : ତା.୦୫.୦୯.୨୦୨୫:  ଢେଙ୍କାନାଳ ସ୍ଥାନୀୟ ପୁରୁଣା ଜିଲ୍ଲା ପରିଷଦ ହଲ୍ ରେ ସର୍ବପଲ୍ଲୀ ରାଧାକ୍ରୀଷ୍ଣନ୍ ଙ୍କ ଜୟନ୍ତୀ ପବିତ୍ର ଗୁରୁଦିବସ ଅବସରରେ ଗୁରୁପୂଜନ ତଥା ଦିଶା ଆଇ ଆଇ ଏଲ୍ ଏମ୍ ସମ୍ମାନ-୨୦୨୫ ପ୍ରଦାନ ଉତ୍ସବ ଖୁବ୍ ଶ୍ରଦ୍ଧା ଓ ସମ୍ମାନର ସହ ମହାସମାରୋହରେ ପାଳିତ ହୋଇଯାଇଅଛି। ଏହି ଉପଲକ୍ଷେ ଅନୁଷ୍ଠାନର ପ୍ରେସିଡେଣ୍ଟ ପ୍ରିୟତମା ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏକ ଭବ୍ୟ ସଭାରେ ସମ୍ମାନିତ ଅତିଥି ଭାବେ ସାତ ଜଣ ଅବସର ପ୍ରାପ୍ତ ବର୍ଷୀୟାନ୍ ଅବସରପ୍ରାପ୍ତ ଶିକ୍ଷୟତ୍ରୀ ଓ ଶିକ୍ଷକମାନଙ୍କ ମଧ୍ୟରେ ସମାଜସେବୀ,ଶିକ୍ଷାବିତ୍ ମାୟାଧର ନାୟକ,ପ୍ରମିଳା ବିଶ୍ବାଳ,ସଞ୍ଜୁବାଳା ମିଶ୍ର,ବିଦ୍ୟୁତ୍ ଲତା ନାୟକ,ପ୍ରଣତୀ ମହାପାତ୍ର,ଅସିତ୍ ମିଶ୍ର ଓ ଶତାୟୁ,ପି ଏମ୍ ଶ୍ରୀ ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ବରିଷ୍ଠ ଗଣିତ ଓ ବିଜ୍ଞାନ ଶିକ୍ଷକ,ଜିଲ୍ଲା ମୋ ସ୍କୁଲ୍ ଅଭିଯାନ କ୍ୟାମ୍ପେନ୍ ଟିମ୍ ର ଦଳମୁଖ୍ୟ,ଶିଶୁ ବିଜ୍ଞାନ କଂଗ୍ରେସର ରାଜ୍ୟ ପୁରସ୍କାର ପ୍ରାପ୍ତ ଢେଙ୍କାନାଳ ଜିଲ୍ଲା ସଂଯୋଜକ ତଥା ସମର ଶିକ୍ଷାର୍ଥୀ ଆକାଶ ବାହିନୀର ପ୍ରାକ୍ତନ ଚିଫ୍ ଅଫିସର୍ ଡ଼ା.ଦେବୀ ପ୍ରସାଦ ମିଶ୍ର ପ୍ରମୁଖ ଯୋଗଦାନ କରି ମଞ୍ଚାସୀନ ଥିଲେ। ଶିକ୍ଷାକୁ ଜୀବନର ବୃତ୍ତି ଭାବେ ଗ୍ରହଣ ନକରି ଜୀବନର ବ୍ରତ ଭାବେ ଗ୍ରହଣ କରିଲେ ଜଣେ ଆଦର୍ଶ ଶିକ୍ଷକ ଭାବେ ନିଜକୁ ଗଢି ତୋଳିପାରିବ ବୋଲି ମଞ୍ଚାସୀନ ଅତିଥି ବୃନ୍ଦ ସ୍ଵୀୟ ଅଭିଭାଷଣରେ ପ୍ରକାଶ କରିଥିଲେ।ରାଷ୍ଟ୍ର ନିର୍ମାଣରେ ଶିକ୍ଷକମାନଙ୍କର ଭୂମିକା କେତେ ଯେ ଗୁରୁତ୍ଵପୂର୍ଣ୍ଣ ତାହା ଅବର୍ଣ୍ଣନୀୟ।ଶିକ୍ଷା ଜୀବନର ବୃତ୍ତି ନୁହେଁ ବ୍ରତ,ସମାଜ ସେବା ବ୍ରତରେ ଜୀବନର ସାର୍ଥକତା ନିହିତ;ଶିକ୍ଷା,ଶିକ୍ଷାୟତନ ଓ ଶିକ୍ଷକ ସମାଜରେ ବୈପ୍ଳବିକ ପରିବର୍ତ୍ତନର ମହାନ୍ ସୂତ୍ରଧର ବୋଲି ବକ୍ତାବୃନ୍ଦ ମତପ୍ରକାଶ କରିଥିଲେ।ଉକ୍ତ ଉତ୍ସବରେ ୭ ଜଣ ବର୍ଷୀୟାନ୍ ଅବସର ପ୍ରାପ୍ତ ଆଦର୍ଶ ଶିକ୍ଷୟିତ୍ରୀ,ଶିକ୍ଷକଙ୍କୁ ସେମାନଙ୍କର ଜୀବନବ୍ୟାପି ଶିକ୍ଷା କ୍ଷେତ୍ରରେ ଅବଦାନ ପାଇଁ ମାନପତ୍ର,ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିବା ସଙ୍ଗେ ସଙ୍ଗେ “ଦିଶା ଆଇ ଆଇ ଏଲ୍ ଏମ୍ ସମ୍ମାନ-୨୦୨୫” ରେ ସମ୍ମାନିତ କରାଯାଇଥିଲା।ଅନୁଷ୍ଠାନର ସେକ୍ରେଟାରୀ ଅଧ୍ୟାପିକା ଦୀପ୍ତିବାଳା ମିଶ୍ର ଗୁରୁବନ୍ଦନା ଗାନ କରିବା ସହ ସ୍ୱାଗତ ଭାଷଣ ଓ ମଞ୍ଚ ପରିଚାଳନା କରିଥିଲେ।ଅନୁଷ୍ଠାନର ବରିଷ୍ଠ ସଦସ୍ୟା,ପ୍ରାକ୍ତନ ଉପସଭାପତି ତଥା ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ବରିଷ୍ଠା ଶିକ୍ଷୟିତ୍ରୀ କୃଷିଦା ବେଗମ୍ ଅତିଥି ପରିଚୟ ତଥା ସମସ୍ତ ସମ୍ବର୍ଦ୍ଧିତ ବ୍ୟକ୍ତିତ୍ୱମାନଙ୍କର ଶିକ୍ଷକତା ସମୟର ସମସ୍ତ ପ୍ରଶଂସନୀୟ କାର୍ଯ୍ୟକୁ ଉପସ୍ଥାପନା କରିଥିଲେ।ଅତିଥିମାନେ ସମାଜ ସେବାକୁ ନିଜ ଜୀବନର ବ୍ରତ କରିପାରିଲେ,ମଣିଷ ଜୀବନର ସାର୍ଥକତା ରହିବ ବୋଲି ନିଜର ମତ ପ୍ରକାଶ କରିଥିଲେ।କାର୍ଯ୍ୟକ୍ରମର ପ୍ରାରମ୍ଭରେ ମଞ୍ଚାସିନ ଅତିଥିବୃନ୍ଦଙ୍କ ଦ୍ବାରା ଜଗନ୍ନାଥଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପ,ଧୂପ ଅର୍ପଣ,ପ୍ରଦୀପ ପ୍ରଜ୍ବଳନ ଓ ମଙ୍ଗଳାଚରଣ, ଗୁରୁବନ୍ଦନା ଗାନ କରାଯାଇଥିଲା।ତାପରେ ଅନୁଷ୍ଠାନର ସମସ୍ତ ସଭ୍ୟାବୃନ୍ଦଙ୍କ ଦ୍ବାରା ପୁଷ୍ପ,ଚନ୍ଦନ,ସିନ୍ଦୁର ଅର୍ପଣ ପୂର୍ବକ ଗୁରୁବନ୍ଦନ କରଯାଇଥିଲା।ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ସଭ୍ୟା ଓ ଶୁଭେଚ୍ଛୁ ବୃନ୍ଦଙ୍କ ମଧ୍ୟରେ ଅନ୍ନପୂର୍ଣ୍ଣା ବେହରା,ରଂଜିତା ବିଶ୍ୱାଳ,ଇନ୍ଦିରା ଦେବତା,ସୁନିତା ସାହୂ,ମମତା ମିଶ୍ର, ତିଲୋତ୍ତମା ଚୌଧୁରୀ,ଅଳକାବତୀ ସାମଲ,ପୁଷ୍ପରାଣୀ ମିଶ୍ର,ସ୍ୱପ୍ନା ଆଚାର୍ଯ୍ୟ,ବିଶ୍ଵଭାରତୀ ରଥ,ସ୍ମିତା ପ୍ରିୟଦର୍ଶିନୀ, ପ୍ରଣତି ପଣ୍ଡା,ବରିଷ୍ଠା ସଂସ୍କୃତ ଶିକ୍ଷୟିତ୍ରୀ ଡ.ଅନୁପମା ମିଶ୍ର, ଗୌତମୀ ନାୟକ,ଟ୍ରେଜେରୀ ଅଫିସର୍,ଢେଙ୍କାନାଳ ଓ ଶେଖ୍ ଅବଦୁଲ୍ ସଫିକ୍ ପ୍ରମୁଖଙ୍କ ସହଯୋଗ ଓ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ ଯୋଗୁଁ କାର୍ଯ୍ୟକ୍ରମର ସଫଳ ରୂପାୟନ ସମ୍ଭବ ହୋଇପାରିଥିଲା।ପରିଶେଷରେ ବର୍ଣ୍ଣାଢ଼୍ୟ ସାଂସ୍କୃତିକ ବିଚିତ୍ରା କାର୍ଯ୍ୟକ୍ରମ ଦର୍ଶକମଣ୍ଡଳୀ ଦ୍ବାରା ବେଶ୍ ଉପଭୋଗ୍ୟ ହୋଇଥିଲା।ବରିଷ୍ଠା ଶିକ୍ଷାବିତ୍,ସମାଜସେବା ଓ ଶିକ୍ଷାନେତ୍ରୀ ବିଦ୍ୟୁତ୍ ଲତା ନାୟକ ଇନର୍ ହୁଇଲ କ୍ଲବ କପିଳାସ, ଢେଙ୍କାନାଳ ଅନୁଷ୍ଠାନକୁ ମହାନ୍ ସମାଜସେବା କାର୍ଯ୍ୟରେ ବିନିଯୋଗ କରିବା ପାଇଁ ୫ ହଜାର ଟଙ୍କାର ଅର୍ଥରାଶି ପ୍ରଦାନ କରିବା ପାଇଁ ସଭାରେ ମୁକ୍ତ କଣ୍ଠରେ ଘୋଷଣା କରିଥିଲେ। ଅନୁଷ୍ଠାନର ବରିଷ୍ଠ ସଦସ୍ୟା,ପ୍ରାକ୍ତନ ଉପସଭାପତି ତଥା ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ବରିଷ୍ଠା ଶିକ୍ଷୟିତ୍ରୀ କୃଷିଦା ବେଗମ୍ ଧନ୍ୟବାଦ ଅର୍ପଣ କରିଥିଲେ।

ଡ଼ା.ଦେବୀ ପ୍ରସାଦ ମିଶ୍ର ଙ୍କ ରିପୋର୍ଟ୍ 

Related posts

ଅକ୍ଷୟ ତୃତୀୟା ଅବସରରେ ଜିଲ୍ଲା ସ୍ତରୀୟ କୃଷକ ଦିବସ ପାଳିତ ଅକ୍ଷୟ ତୃତୀୟା ଅବସରରେ ଚାଷୀ ମାନଙ୍କୁ ସି ଏମ କିଷ।ନ ଅନ୍ତର୍ଗତ ସହାୟତା ରାଶି ପ୍ରଦାନ

masiha

ସାତ ଦିନିଆ ବନ୍ଯା ଓ ବାତ୍ଯା ମୁକାବିଲା ସଚେତନତା ଶିବିର ଉଦ୍ଘାଟିତ

Incessant Rains Wreak Havoc in Rayagada, Rail and Road Links Hit

Sunil Chandra Nayak

Leave a Comment

error: Content is protected !!