ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

କର୍ଲାମୁଣ୍ଡା ବିଜେଡ଼ି ସଭାପତି ହେଲେ ଯଶୋବନ୍ତ ସାହୁ

କର୍ଲାମୁଣ୍ଡା ବିଜେଡ଼ି ସଭାପତି ହେଲେ ଯଶୋବନ୍ତ ସାହୁ

କର୍ଲାମୁଣ୍ଡା, (ସୁଶାନ୍ତ ରଣା): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ବିଜୁ ଜନତା ଦଳର ସଭାପତି ଭାବେ ବିଶିଷ୍ଟ ଯୁବନେତା ତଥା ପୂର୍ବତନ ସ. ମାଲପଡ଼ା ସମିତି ସଭ୍ୟ ଯଶୋବନ୍ତ ସାହୁ ମନୋନୀତ ହୋଇଥିବା ଜଣାଯାଇଛି। ଶୁକ୍ରବାର ଭାବନୀପାଟଣା ଠାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଜିଲା ବିଜେଡି ସଭାପତି ପ୍ରଦୀପ କୁମାର ଦିଶାରୀ ଏହା ଘୋଷଣା କରିଥିଲେ। ଯଶୋବନ୍ତଙ୍କୁ ବିଜେଡି କର୍ମୀମାନେ ସ୍ବାଗତ କରିବା ସହ ତାଙ୍କ ନେତୃତ୍ୱରେ ଦଳ ବ୍ଲକ ସ୍ତରରେ ଆହୁରି ସଙ୍ଗଠିତ ହୋଇ ସଫଳତା ହାସଲ କରିବ ବୋଲି ଆଶା ବ୍ୟକ୍ତ କରିଛନ୍ତି। ତେବେ ଯଶୋବନ୍ତ ତାଙ୍କୁ ବ୍ଲକ ସଭାପତି ଦାୟିତ୍ୱ ଦିଆଯାଇଥିବାରୁ ରାଜ୍ୟ ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଜିଲା ସଭାପତି ପ୍ରଦୀପ ଦିଶାରୀ, ନର୍ଲା ବିଧାୟିକା ମନୋରମା ମହାନ୍ତିଙ୍କୁ କୃତଜ୍ଞତା ଜଣାଇ ଜଣାଇଛନ୍ତି। ସେ ସମସ୍ତଙ୍କୁ ସାଙ୍ଗରେ ନେଇ କାମ କରିବେ ବୋଲି ପ୍ରକାଶ କରିଛନ୍ତି।

Related posts

ଧର୍ମଗଡ଼ ବିଜୁ ଜନତା ଦଳ ପକ୍ଷରୁ ନାରୀ ଅଧିକାର ଅଭିଯାନ ଓ ପ୍ରତିବାଦ ସଭା

ବାଦାମ ପାହାଡରେ ରେ ବିଜେଡି ର ଜନସମ୍ପର୍କ ପଦଯାତ୍ରା

masiha

ବିଭିନ୍ନ ଦାବି ନେଇ କଂଗ୍ରେସର ପ୍ରତିବାଦ

Sunil Chandra Nayak

Leave a Comment

error: Content is protected !!