ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଦି କର୍ମଯୋଗୀ ଅଭିଯାନ କାର୍ଯ୍ୟକ୍ରମ ର ଜିଲ୍ଲା ପ୍ରକ୍ରିୟା ପ୍ରୟୋଗଶାଲା ତିନି ଦିନିଆ ଆବାସିକ ପ୍ରଶିକ୍ଷଣ ସମାପନ

ଆଦି କର୍ମଯୋଗୀ ଅଭିଯାନ କାର୍ଯ୍ୟକ୍ରମ ର ଜିଲ୍ଲା ପ୍ରକ୍ରିୟା ପ୍ରୟୋଗଶାଲା ତିନି ଦିନିଆ ଆବାସିକ ପ୍ରଶିକ୍ଷଣ ସମାପନ

ନବରଙ୍ଗପୁର:( ତା ୭.୯.୨୦୨୫)(ରବି ନାରାୟଣ ମହାନ୍ତି) ଜନଜାତି ବ୍ୟାପାର ମନ୍ତ୍ରାଳୟ, ଭାରତ ସରକାରଙ୍କ ଦ୍ବାରା ପ୍ରାୟୋଜିତ ସମନ୍ବିତ ଜନଜାତି ଉନ୍ନୟନ ସଂସ୍ଥା, ନବରଙ୍ଗପୁର ଦ୍ୱାରା ଆୟୋଜିତ ଆଦି କର୍ମଯୋଗୀ ଅଭିଯାନ ଅଧିନରେ ତ୍ରି-ଦିବସୀୟ ଆବାସିକ ଜିଲ୍ଲା ପ୍ରକ୍ରିୟା ପ୍ରୟୋଗଶାଳା ଗତ କାଲି ୦୬.୦୯.୨୦୨୫ ଦିନ ସମ୍ପୂର୍ଣ୍ଣ ହୋଇଥିଲା, ଯାହା ଗତ ୦୪.୦୯.୨୦୨୫ ଦିନ ହୋଟେଲ ରକିସାନ ପ୍ରିମିୟମର ସମ୍ମିଳନୀ କକ୍ଷଠାରେ ଆରମ୍ଭ ହୋଇଥିଲା । ଏହି ପ୍ରୟୋଗଶାଳାରେ ୧୦ ବ୍ଳକରୁ ପାଞ୍ଚଟି ବିଭାଗରୁ ଯଥା – ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ମହିଳା ଓ ଶିଶୁ ବିକାଶ, ପଞ୍ଚାୟତିରାଜ ଓ ପାନୀୟ ଜଳ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି, ସଂଖ୍ୟାଲଘୁ ଏବଂ ପଛୁଆ ବର୍ଗ କଲ୍ୟାଣ ବିଭାଗ, ଜଙ୍ଗଲ, ପରିବେଶ, ଓ ଜଳବାୟୁ ପରିବର୍ତ୍ତନ, ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗରୁ ଅଂଶଗ୍ରହଣ କରିଥିବା ୫୮ ଜଣ ଅଧିକାରୀ ଏବଂ ୩ଟି ନାଗରିକ ସାମାଜିକ ସଂଗଠନ(CSO) ଯଥା ପିରାମଲ ଫାଉଣ୍ଡେସନ, ଶୋଭା, ନବରଙ୍ଗପୁର, ଏବଂ ହର୍ଷ ଟ୍ରଷ୍ଟର କର୍ମକର୍ତ୍ତାମାନଙ୍କୁ ବ୍ଲକ ପ୍ରମୁଖ ପ୍ରଶିକ୍ଷକ ଭାବେ ଜିଲ୍ଲା ପ୍ରମୁଖ ପ୍ରଶିକ୍ଷକ ମାନଙ୍କ ଦ୍ଵାରା ପ୍ରଶିକ୍ଷଣ ଦିଆଯାଇଥିଲା ।

ଅନ୍ତିମ ଦିବସରେ ନବରଙ୍ଗପୁର ଜିଲ୍ଲାପାଳ ଡ. ମହେଶ୍ବର ସ୍ବାଇଁ, ଭା.ପ୍ର. ସେ, ଉପସ୍ଥିତରହି ସମସ୍ତ ବ୍ଲକ ପ୍ରମୁଖ ପ୍ରଶିକ୍ଷକ ତଥା ସମସ୍ତ ଆଦି-କର୍ମଯୋଗୀ ମାନଙ୍କୁ ସେବା, ସମର୍ପଣ ଓ ସଂକଳ୍ପ ସହିତ ଆମ ସମାଜର ଅଭିନ୍ନ ଅଙ୍ଗ ଆଦିବାସୀ ସମ୍ପ୍ରଦାୟର ଐତିହ୍ୟ ଓ ମର୍ଯ୍ୟାଦାର ସୁରକ୍ଷା, ନ୍ୟାୟ, ସମାନତା ଓ ଏକତାକୁ ପ୍ରୋତ୍ସାହନ ଦେଇ ଜୀବନବ୍ୟାପୀ ଶିକ୍ଷାର୍ଥୀ ଭାବେ ନିଜର କର୍ତ୍ତବ୍ୟ ସାବ୍ୟସ୍ତ ପାଇଁ ଏହି ମାର୍ଗକୁ ଅଙ୍ଗୀକାର କରିବାରେ ଦୃଢ଼ ପ୍ରତିବଦ୍ଧତା ବ୍ୟକ୍ତ କରିବାକୁ ସାମୂହିକ ପ୍ରତିଜ୍ଞା ପାଠ କରେଇଥିଲେ ।ଆସନ୍ତା ୧୦ ତାରିଖ ମଧ୍ୟରେ ବ୍ଲକସ୍ତରୀୟ ଅଧିକାରୀମାନଙ୍କ ନିମନ୍ତେ ପ୍ରତ୍ୟେକ ବ୍ଲକରେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ନେତୃତ୍ୱରେ ଦ୍ବି-ଦିବସୀୟ ବ୍ଲକ ପ୍ରକ୍ରିୟା ପ୍ରୟୋଗଶାଳା ଅନୁଷ୍ଠିତ ହେବ । ଯାହାକୁ ଜିଲ୍ଲା ପ୍ରମୁଖ ପ୍ରଶିକ୍ଷକଙ୍କ ସହଯୋଗରେ ଏହି ଜିଲ୍ଲା ପ୍ରକ୍ରିୟା ପ୍ରୟୋଗଶାଳାରେ ପ୍ରଶିକ୍ଷିତ ବ୍ଲକ ପ୍ରମୁଖ ପ୍ରଶିକ୍ଷକମାନେ ସୁଗମକର୍ତ୍ତାଭାବେ ପରିଚାଳନା କରିବେ । ତନ୍ମଧ୍ୟରେ ଆଦି-ସହଯୋଗୀ ଏବଂ ଆଦି-ସାଥି ଚୟନିତ ହେବେ ।ତତ୍ପରେ ଗ୍ରାମସ୍ତରୀୟ ଅଧିକାରୀଙ୍କ ପାଇଁ ଏକ-ଦିବସୀୟ ଗ୍ରାମ-ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହେବ । ଯେଉଁ କର୍ମଶାଳାରେ କିପରି ସମ୍ପୁର୍ଣ୍ଣ ଗୋଷ୍ଠୀ ସହଭାଗୀତାରେ ଟ୍ରାନ-ସେକ୍ଟ ବା ଗ୍ରାମ ସମୀକ୍ଷା ପଦଯାତ୍ରା( Transect Walk) ଏବଂ ଗୋଷ୍ଠୀ ଆଲୋଚନା ଦ୍ୱାରା ଗାଁର ସଂସାଧନକୁ ଚିହ୍ନଟ, ଜମିର ବ୍ୟବହାରକୁ ବୁଝିବା, ଜଳ ସମସ୍ୟାକୁ ବୁଝିବା, ଜୀବିକାନିର୍ବାହ ପନ୍ଥାର ଆକଳନ, ସ୍ଥାନୀୟ, ସମାଜିକ-ଅର୍ଥନୈତିକ ସୂଚନା ସଂଗ୍ରହ, ଆହ୍ବାନ, ବିଭାଗ ଓ ଯୋଜନାଦ୍ୱାରା ପରିବର୍ତ୍ତନ ସୁଯୋଗର ଚିହ୍ନଟ କରି ପ୍ରତ୍ୟେକ ଗାଁ ପାଇଁ ଆଦିବାସୀଙ୍କ ସଂସ୍କୃତିର ସୁରକ୍ଷା, ଆକାଂକ୍ଷା, ଲକ୍ଷ୍ୟ, ଏବଂ ପ୍ରାଥମିକତାକୁ ଆଧାର କରି ଭିଜନ ଯୋଜନା, ୨୦୩୦(Vision, 2030) ଏବଂ ଗ୍ରାମ କାର୍ଯ୍ୟ ଯୋଜନା (VAP-Village Action Plan) ପ୍ରସ୍ତୁତ କରିବେ ।ଆଦି କର୍ମଯୋଗୀ ଅଭିଯାନ ଅଧୀନରେ ପ୍ରତ୍ୟେକ ଆଦିବାସୀ ଅଧ୍ୟୁଷିତ ଗ୍ରାମରେ ସହଜ, ସୁଗମ, ଏବଂ ଉତ୍ତରଦାୟୀ ଏକକ ଜନସେବା କେନ୍ଦ୍ର (Single Window Centre)- “ଆପଣଙ୍କ ଅଧିକାର, ଆପଣଙ୍କ ଘରେ । ପ୍ରତ୍ୟେକ ଅଧିକାର, ଆପଣଙ୍କ ଦ୍ୱାରରେ ।” ଯାହାକି ଆଦିବାସୀ ସଶକ୍ତିକରଣ ପାଇଁ ଏକମାତ୍ର କେନ୍ଦ୍ର ବା ସମ୍ପର୍କ ବିନ୍ଦୁ(One Stop Centre or One Point Contact) ଭାବେ କାର୍ଯ୍ୟ କରିବ । ଯାହାର ଚାରି କାନ୍ଥ – ବ୍ଲକ ସ୍ତରୀୟ ଏବଂ ଗ୍ରାମସ୍ତରରେ ନ୍ୟସ୍ତ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କ ସମ୍ପର୍କ ସୂଚୀ, ଭିଜନ-୨୦୩୦, ଯୋଜନା ସଚେତନତା- ବିଭାଗ, ଯୋଜନା, ଯୋଗ୍ୟତା, ଏବଂ ଲାଭ, ସେବା ସମୟକୁ ପ୍ରତିଫଳିତ କରିବ । ସେବା ସମୟ ଦୁଇ ଭାଗରେ ବିଭାଜିତ କରାଯାଇପାରିବ । ସାପ୍ତାହିକ ପ୍ରତି ସୋମବାର “ଆଦି ସେବା ସମୟ”, ପୂର୍ବାହ୍ନ ୧୧:୦୦ ରୁ ଅପରାହ୍ନ ୨:୦୦, ବିଭାଗ ଯୋଗାଯୋଗ ଏବଂ ନାଗରିକ ସନ୍ଦେହମୋଚନ ଉଦ୍ଦେଶ୍ୟରେ ଏବଂ ମାସିକ ଚତୁର୍ଥ ଶନିବାର “ଜନ ସମ୍ବାଦ” ଦିନ ପୂର୍ବାହ୍ନ ୧୧:୦୦ ରୁ ଅପରାହ୍ନ ୩:୦୦, ଅଭିଯୋଗ ସମୀକ୍ଷା, ଯୋଜନା ପ୍ରଦାନ, ଏବଂ ଗୋଷ୍ଠୀ ଆଲୋଚନା ଉଦ୍ଦେଶ୍ୟରେ ଅଭିଯାନର ପରିକଳ୍ପନା ବିଷୟରେ ଆଲୋଚନା କରାଯାଇଥିଲା l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ବନ୍ଧୁଗାଁ ବ୍ଲକରେ ଆଜି ବ୍ଲକ ସ୍ତରୀୟ ପରବ ୨୦୨୪ ମହୋତ୍ସବ ଉଦ୍ଘାଟନ ହୋଇଯାଇଛି 

masiha

ଖଡ଼ିଆଳରେ ମହାବନ୍ଦ ସଫଳ 

masiha

କୁଡୁମୀ ସେନା ର ୧୪ତମ ପ୍ରତିଷ୍ଠା ଦିବସ

Leave a Comment

error: Content is protected !!