ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମା ଲଙ୍କେଶ୍ୱରୀ ଙ୍କ ଖଣ୍ଡାବସା ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ

ମା ଲଙ୍କେଶ୍ୱରୀ ଙ୍କ ଖଣ୍ଡାବସା ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ 

ଜୁନାଗଡ଼,୮/୯(ମନୀ ସ) -ଆସନ୍ତା ସେପ୍ଟେମ୍ବର ୧୪ ତାରିଖ ଦିନ ଜୁନାଗଡ଼ ଅଧିଷ୍ଠାତ୍ରୀ ଦେବୀ ମା ଲଙ୍କେଶ୍ୱରୀ ଙ୍କ ପବିତ୍ର ଖଣ୍ଡାବସl ଉତ୍ସବ କୁ ଆଡମ୍ବର ରେ କରିବା ପାଇଁ ଜୁନାଗଡ଼ ମହୋତ୍ସବ କମିଟି, ଏନ ଏ ସି ଜୁନାଗଡ଼, ମା ଲଙ୍କେଶ୍ୱରୀ କ୍ଲବ ତରଫରୁ ଏକ ପ୍ରସ୍ତୁତି ବୈଠକ ଉତ୍ସବ କମିଟି ସଭାପତି ଦୁର୍ଗା ପ୍ରସାଦ ନାଏକ ଙ୍କ ସଭାପତିତ୍ୱ ରେ ଲଙ୍କେଶ୍ୱରୀ କ୍ଲବ ଠାରେ ଅନୁଷ୍ଠିତ ହୋଇଯାଇଛି l ଆସନ୍ତା ୧୪ ତାରିକ ଦିନ ତମାମ ଓ ରାତିରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ପ୍ରଦର୍ଶନୀ ଡାନ୍ସ ଡାନ୍ସକାର୍ଯ୍ୟକ୍ରମ, ଫୁଟବଲ ପ୍ରଦର୍ଶନୀ ମେଚ, କବିତା ପାଠ, ଓ ବିଭିନ୍ନ କାର୍ଯ୍ୟକ୍ରମ କରାଯିବା ପାଇଁ ନିଷ୍ପତି ନିଆଯାଇଛି l ଏହି ସଭା ରେ ଉତ୍ସବ କମିଟି ର ଉପଦେଷ୍ଟା ନଗରପାଳ ହିମାଦ୍ରୀ ନାଏକ,ୱାର୍ଡ ସଭ୍ୟl ହିମାଦ୍ରୀ ସିନ୍ଦୁର, ୱାର୍ଡ ସଭ୍ୟ କାନହୁ ବୈଠରୁ, ଚକ୍ରଧର ବାଗ, ଭୂପେନ୍ଦ୍ର ଦଣ୍ଡସେନା (କୁନା )ଏନ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ଖିଲୋ, କନ୍ଦର୍ପ ଗୁରୁ ଉତ୍ସବ କମିଟି ଉପସଭାପତି ଲଳିତ ଅଗ୍ରୱାଲ ସମ୍ପାଦକ ହମାଂଶୁ ଶେଖର ବରାଡ଼ ଉପଦେଷ୍ଟା ଈଶ୍ୱର ପୁଝରୀ, ଅଶୋକ କୁମାର ପଟ୍ଟନାୟକ, ଉଦ୍ଧବ ସାହୁ,ବରିଷ୍ଠ ସଦସ୍ୟ ସରୋଜ ପଣ୍ଡା,ରଞ୍ଜନ ଜାଲ ଓ ମା ଲଙ୍କେଶ୍ୱରୀ କ୍ଲବ ତରଫରୁ ସଭାପତି ରାଜା ମହାଳିକ, ଲୋକେଶ ନାଏକ ସଂଜୀବ ନାଏକ ଗୋବିନ୍ଦ ଚଳାନ ପ୍ରମୁଖ ଅଂଶ ଗ୍ରହଣ କରି ଆଲୋଚନା ରେ ଭାଗ ନେଇଥିଲେ l କଳାହାଣ୍ଡି ମହାରାଜ ଙ୍କୁ ଭବ୍ୟ ସ୍ବାଗତ କରିବା ପାଇଁ ମଧ୍ୟ ଆଲୋଚନା ହୋଇଥିଲା l ସଭା ଶେଷରେ ବରିଷ୍ଠ ଉପଦେଷ୍ଟା ଈଶ୍ୱର ପୂଝରୀ ଧନ୍ୟବାଦ ଦେଇଥିଲେ l 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

ନର୍ଲା ପଞ୍ଚାୟତ ସମିତି ସମେତ ବ୍ଲକ୍ ଅଧିନ ବିଭିନ୍ନ  ଅନୁଷ୍ଠାନ ତରଫରୁ ୭୪ତମ ଗଣତନ୍ତ୍ର ଦିବସ ପାଳିତ 

Sunil Chandra Nayak

ଗୋଲାମୁଣ୍ଡାରେ ବ୍ଲକସ୍ତରୀୟ ଯୁଗ୍ମ ଜନଶୁଣାଣୀ ଓ ସମାଧାନ ଶିବିର ଅନୁଷ୍ଠିତ

masiha

Leave a Comment

error: Content is protected !!