ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଜ୍ରପାତରୁ ରକ୍ଷା ପାଇବା ନିମନ୍ତେ ସଚେତନତା ରଥ ପରିକ୍ରମା ଶୁଭାରମ୍ଭ 

ବଜ୍ରପାତରୁ ରକ୍ଷା ପାଇବା ନିମନ୍ତେ ସଚେତନତା ରଥ ପରିକ୍ରମା ଶୁଭାରମ୍ଭ 

ଢ଼େଙ୍କାନାଳ, ତI. ୮.୯.୨୦୨୫- ଜିଲ୍ଲାରେ ବଜ୍ରପାତରେ ଅଧିକ ଜୀବନ ହାନୀ ଘଟୁଥିବାରୁ ଜନସାଧାରଣଙ୍କୁ ସଚେତନ କରାଇ ସାବଧାନତା ଅବଲମ୍ବନ କରିବା ନିମନ୍ତେ ଆଜି ଜିଲାପାଳଙ୍କ କାର୍ଯ୍ୟାଳୟ ଠାରେ ଏକ ସଚ଼େତନତା ରଥ ପରିକ୍ରମାର ଶୁଭାରମ୍ଭ ହୋଇଛି । ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ପକ୍ଷରୁ ଆୟୋଜିତ ଏହି ସଚେତନତା ରଥକୁ ଆଜି ପୂର୍ବାହ୍ନରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠୀ ଏବଂ ଜିଲ୍ଲା ସୂଚ଼ନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଅଭିଷେକ ବେହେରା ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ରଥ ଜିଲ୍ଲାର ସମସ୍ତ ୨୧୪ଟି ଗ୍ରାମ ପଞ୍ଚାୟତରେ ବୁଲି ଜନସାଧାରଣଙ୍କୁ ବଜ୍ରପାତ ପ୍ରତି ସାବଧାନତା ଅବଲମ୍ବନ କରିବାପାଇଁ ବଜ୍ରପାତ ସମୟରେ କଣ କରିବେ ଓ କଣ କରିବେ ନାହିଁ ସେ ସମ୍ପର୍କରେ ସଚେତନ କରିବ । 

ଶୁଭମ୍ ପାଣି ଙ୍କ ରିପୋର୍ଟ୍ 

Related posts

ସଚେତନ ନାଗରିକ ମଞ୍ଚ ର ବିବେକାନନ୍ଦଙ୍କ ଜୟନ୍ତୀ ପାଳନ ଓ ପ୍ରସ୍ତୁତି ବୈଠକ 

masiha

ଶ୍ରୀ ଅରବିନ୍ଦ ରାଉରକେଲା ସ୍କୁଲର ସଫଳତା …

masiha

ବିଭିନ୍ନ ଦାବି ନେଇ କଲା ବ୍ୟାଞ୍ଚ ପିନ୍ଧିଲେ ପିଇଓ ସଂଘ

Sunil Chandra Nayak

Leave a Comment

error: Content is protected !!