ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହିଳା ସ୍ବାସ୍ଥ୍ୟ ପରିଦର୍ଶିକା ଶ୍ରୀମତୀ ସନ୍ଧ୍ୟାରାଣୀ ଦାଶଙ୍କ ଅବସରକାଳୀନ ସମ୍ବର୍ଧନା ସଭା 

ମହିଳା ସ୍ବାସ୍ଥ୍ୟ ପରିଦର୍ଶିକା ଶ୍ରୀମତୀ ସନ୍ଧ୍ୟାରାଣୀ ଦାଶଙ୍କ ଅବସରକାଳୀନ ସମ୍ବର୍ଧନା ସଭା 

କଟକ: କନ୍ଦରପୁର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ମହିଳା ସ୍ବାସ୍ଥ୍ୟ ପରିଦର୍ଶିକା ତଥା ସାଂସ୍କୃତିକ ସଂଗଠନ ସରସ୍ଵତୀ କଳା ପରିଷଦ କନ୍ଦରପୁର ଉପଦେଷ୍ଟା ଶ୍ରୀମତୀ ସନ୍ଧ୍ୟାରାଣୀ ଦାଶ ଦୀର୍ଘ ୪୦ ବର୍ଷ ନିରନ୍ତର ସ୍ବାସ୍ଥ୍ୟ ସେବା କାର୍ଯ୍ୟରେ କନ୍ଦରପୁର ସ୍ବାସ୍ଥ୍ୟ କେନ୍ଦ୍ର ସହ ରାଜ୍ୟର ଟାଙ୍ଗୀ,ବୌଦ୍ଧ ଆଦି ବିଭିନ୍ନ ସ୍ଥାନରେ କାର୍ଯ୍ୟ କରି ଅବସର ଗ୍ରହଣ କରିଛନ୍ତି । ଏହି ଅବସର କାଳୀନ ସମ୍ବର୍ଧନା ସଭାରେ ଡକ୍ଟର ସଞ୍ଜୀବ କୁମାର ମହାନ୍ତି,ଡଃ ଆକୃତି ଜେନା,ସସ୍ମିତା ମହାପାତ୍ର,ଶିବାନୀ ବୋଷ, ନିର୍ମଳାପଣ୍ଡା,ଭାରତୀ ସେଠୀ,ଡଃ.ରାକେଶ କୁମାର ଜେନା,ଜିନୁବାଳା ସାମନ୍ତରାୟ, ରାଜେଶ କୁମାର ଦାସ,ରଞ୍ଜିତା ସ୍ୱାଇଁ,ପ୍ରତାପ କୁମାର ସେଠୀ, ଶୁଭେନ୍ଦୁ ସେନାପତି,ସୁଭଦ୍ରା ପ୍ରିୟଦର୍ଶିନୀ,ସୋନାଲିଲେଙ୍କା ,ସବିତା ମିଶ୍ର, ରୂପାଲି ମହାନ୍ତି,ସୌରଭ ମହାନ୍ତି,  ମିନତି ବେହେରା,ସୌଭାଗ୍ୟ ସାସମଲ,ସଂଗୀତା ଦାସ,ରାଲି,ପିଙ୍କି ବେହେରା ,ସୁରେଖା,ବନ୍ଦିତା, ଲୋପିତା,ଭାରତୀ,ରତ୍ନ ମଞ୍ଜରୀ,ମାନସୀ ସାହୁ ପ୍ରମୁଖ ଉପସ୍ଥିତ ରହି ଶ୍ରୀମତୀ ଦାଶଙ୍କ ଜନ ସେବାପାଇଁ ଉତ୍ସର୍ଗୀକୃତ ପ୍ରାଣ,ସ୍ବାସ୍ଥ୍ୟ ସେବା ଦିଗରେ ଗବେଷଣା,ଦାୟିତ୍ବବାନ ନିଷ୍ଠାପର କାର୍ଯ୍ୟଧାରା ଉପରେ ଆଲୋକପାତ କରିଥିଲେ । 

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ସୁନାଫୁଲ ଶିଶୁ କିଶୋର ମେଳା ଓ ଗଙ୍ଗାଧର ମେହେର ଜୟନ୍ତୀ ପାଳନ 

Sunil Chandra Nayak

ନୂଆ ଏଟିଏମ ଖୋଲିବାକୁ ଗ୍ରାମବାସୀଙ୍କ ଦାବି 

masiha

ନର୍ଲା ରଥଯାତ୍ରା ର ପୂର୍ବତନ ଗଜପତି ତଥା ଡଙ୍ଗର ମାଲ୍ ର ଗୌନ୍ତିଆ ସତ୍ୟ ପାତ୍ର ଙ୍କ ପରଲୋକ 

masiha

Leave a Comment

error: Content is protected !!