ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ୬ ଖଣ୍ଡ ଗ୍ରାମ ପାଇଁ ବାଧକ ସାଜିଛି ଡେର୍କା ନଦୀ , ୨– ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

୬ ଖଣ୍ଡ ଗ୍ରାମ ପାଇଁ ବାଧକ ସାଜିଛି ଡେର୍କା ନଦୀ 

ବନ୍ଧୁଗାଁ ତା, ୧୦/୯/୨୫, କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଅନ୍ତର୍ଗତ ସୋଦର ମୋହକୁମା ଠାରୁ ୧୫ କିଲୋମିଟର ଦୂରରେ ଅବସ୍ଥିତ କେ. ଜାଗୁଗୁଡା ପଞ୍ଚାୟତ I ଏହି ପଞ୍ଚାୟତ ର ଅଧିନରେ ରହିଥିବା ସମସ୍ତ ଗ୍ରାମବାସୀଙ୍କ ପାଇଁ ପଞ୍ଚାୟତ କୁ ଯିବା ଆସିବା ସୁବିଧା ଥିବା ସହ ଚାଉଳ ଭତା ଓ ଅନ୍ୟାନ୍ୟ କାମ କରିବା ପାଇଁ ସମସ୍ତ ସୁବିଧା ମିଳିଥିବା ବେଳେ ସେରାପାଡୁ, ନାକିଟି, ଅନାବାଡି, ସାନ କାର୍ଲି, ବଡ଼ କାର୍ଲି, ଏହି ପାଞ୍ଚ ଖଣ୍ଡ ଗ୍ରାମ ବାସିଙ୍କ ପାଇଁ ପଞ୍ଚାୟତ କୁ ହେଉ ପଞ୍ଚାୟତ ଦେଇ ସଂଯୋଗ କରି ବନ୍ଧୁଗାଁ ବ୍ଲକକୁ ଯିବା ପାଇଁ ହେଉ ବା ବିଦ୍ୟାଳୟ ର ଶିକ୍ଷକ ଓ ଶିକ୍ଷୟତ୍ରିଙ୍କ ପାଇଁ ବିଦ୍ୟାଳୟ କୁ ଯିବା ଆସିବା ପାଇଁ ଡେରକା ଗ୍ରାମ ନିକଟ ଠାରେ ରହିଥିବା ନଦୀ ବାଧା ଦେଇଥାଏ I ଏହି ରାସ୍ତା ଦେଇ ଜାତାୟତ ପାଇଁ ଉପରୁ ମୁହାଁ ରୁ ବର୍ଷା ଅଧିକ ହେଲେ ନଦୀର ପାଣି ଫୁଲି ଯିବା ଫଳରେ ଲୋକେ ଯିବା ଆସିବା ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା ପରେ ନିଜ ନିଜ ବିଦ୍ୟାଳୟ କୁ ଯାଇଥାନ୍ତି I ଅଞ୍ଚଳ ବାସିଙ୍କ ଦାବି କି ଏହି ନଦୀର ପାଣି ବର୍ଷା ୩ ମାସ ଯାକ ନଦୀର ପାଣି ଫୁଲି ରହିଥାଏ I ରାସ୍ତା ଉପରଦେଇ ପାଣି ଚାଲୁଥିବା ଯୋଗୁଁ ରାସ୍ତାର ଅବସ୍ଥା ମଧ୍ୟ ଖାଲ ଢିପ ହୋଇଛି I ନଦୀ ମଝିରେ ରାସ୍ତାରୁ ମେଟାଲ ବାହାରି ଗାତ ହୋଇଅଛି,ଅଜଣା ବ୍ୟକ୍ତ ଯଦି ଏହି ରାସ୍ତାର ନଦୀ ପାର ହବା ସମୟରେ ଗାଡିର ଚକା ଯଦି ଗାତରେ ପଶିଲେ ନଦୀରେ ଭାସିଯିବାର ସମ୍ଭାବନା ଅଧିକ ଦେଖା ଦେଇଥାଏ I ଏହି ନଦୀର ତଳ ଭାଗ ଓ ଉପର ଭାଗ ଖାଲ ହଇ ଯାଇଛି ଓ ମଜି ଭାଗ ଗୋଟିଏ ପୁଟ ଭଲ ଅଛି ଯଦି ଅଜଣା ବ୍ୟକ୍ତି ସେହି ରାସ୍ତା ବା ନଦୀ ଦେଇ ଯାହାନ୍ତି ଦୁର୍ଘଟଣା ହେବାର ସମ୍ଭବନା ସୁନିଶ୍ଚିତ I ଅଞ୍ଚଳବାସିଙ୍କ ଦାବିକି ଉକ୍ତ ନଦୀ ପାଇଁ ଏକ ପୁଲିଆ କୋରାଯାଇ ଅଞ୍ଚଳବାସୀ ଙ୍କ ଜାତାୟତ ର ସୁବିଧା ପାଇଁ ଏହା ପ୍ରତି ବ୍ଲକ ଓ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଲେ ଭଲ ହୁଅନ୍ତା ବୋଲି ସାଧାରଣରେ ଦାବି I

ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ 

ବନ୍ଧୁଗାଁ ତା ୯/୯/୨୫ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ କାର୍ଯ୍ୟାଳୟ ପରିସରରେ ଆଜି ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରକୁ ବ୍ଲକ ବିଡ଼ିଓ ଅଧ୍ୟକ୍ଷତା କରିଥିବା ବେଳେ ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀ ମିଣିଆକା କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ସଭା କାର୍ଯ୍ୟକୁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ କୁମାର ବେଉରିଆ ପରିଚାଳନା କରିଥିଲେ। ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ରେ ବ୍ଲକ ର ୧୩ ଟି ପଞ୍ଚାୟତର ଗ୍ରାମ ଗୁଡିକରୁ ଭିନ୍ନକ୍ଷମ ମାନେ ବହୁ ସଂଖ୍ୟାରେ ଆସି ଥିବା ବେଳେ ୨୮୫ ଜଣଙ୍କୁ ପଞ୍ଜିକରଣ କରାଯାଇଅଛି। ସେମାନଙ୍କ ମଧ୍ୟରୁ ଅସ୍ଥିଶଲ୍ୟ ବିଭାଗ ରୁ ୯୩ ଜଣ, ଶ୍ରବଣ ବିଭାଗରୁ ୮୯ ଜଣ, ଚକ୍ଷୁ ବିଭାଗ ରୁ ୩୫ ଜଣ, ମାନସିକ ଅନଗ୍ରସର ବିଭାଗରୁ ୨୯ ଜଣ ଓ ସିକିଲ ସେଲ ବିଭାଗ ପକ୍ଷରୁ ୩୯ ଜଣ ଉପସ୍ଥିତ ରହି ଡାକ୍ତର ଙ୍କ ଠାରୁ ଚିକିତ୍ସିତ ହୋଇ ଥିଲେ । ଏଥି ପାଇଁ ଜିଲ୍ଲା ସ୍ତରରୁ ଡ଼ା ଦେବାଶିଷ ମହାପାତ୍ର, ଡ଼ା ସୁଜିତ କୁମାର ସାହୁ, ଡ଼ା କିଶାନ ସାହୁ, ଡ଼ା ଲଲାଟେନ୍ଦୁ ମିଶ୍ର, ଓ ଡ଼ା ସନ୍ତୋଷ କୁମାର ଜେନା ସମେତ ବ୍ଲକ ରୁ ସମସ୍ତ ସରକାରୀ କର୍ମଚାରୀ, ଶିକ୍ଷକ, ଅଙ୍ଗନୱାଡ଼ି ଓ ଆଶା କର୍ମୀ ପ୍ରମୁଖ ଉପସ୍ଥିତ ରହି ଥିଲେ। କାର୍ଯ୍ୟକ୍ରମ କୁ ଶାନ୍ତିଶୃଙ୍ଖଳା ରକ୍ଷା ଲାଗି ସ୍ଥାନୀୟ ପୋଲିସ ଆଇ ଆଇ ସି ପ୍ରସନ୍ନ କୁମାର ମିଶ୍ର ଓ ପୁଲିସ କର୍ମଚାରୀ ଉପସ୍ଥିତ ରହି ଥିଲେ। ଶିବିରରେ ଯୋଗ ଦେଇଥିବା ଭିନ୍ନକ୍ଷମ ମାନଙ୍କୁ ଓ ଶିବିରରେ ଯୋଗ ଦେଇଥିବା କର୍ମଚାରି ମାଉନଙ୍କୁ ପିଇବା ପାଣି ଯୋଗାଉଥିଲେ ବନ୍ଧୁଗାଁ ସରକାରୀ ଉଚ ପ୍ରଥମିକ ବିଦ୍ୟାଳୟର କେତେକ ଛାତ୍ର l ଏବଂ ବ୍ଲକର 13 ଗୋଟି ଗ୍ରାମ ପଞ୍ଚାୟତର p e o ସମସ୍ତେ ବ୍ଲକର ସମସ୍ତ Absolute ଉପସ୍ଥିତ ଥିଲେ l

 ସଞ୍ଜିବ କୁମାର ବାଙ୍ଗାରୀ ରିପୋର୍ଟର 

Related posts

ରାୟପୁର ରେ ଓଡ଼ିଶୀ ନୃତ୍ୟର ଝଲକ, ଶାସ୍ତ୍ରୀୟ ନୃତ୍ୟ ଓ଼ ସଂଗୀତର ତାଳେତlଳେ ଝୁମିଲେ ଦର୍ଶକ

Sunil Chandra Nayak

୧- ମୃତ ହାତୀର କଙ୍କାଳ ଉଦ୍ଧାର ,୨- ବଡକମର-ମୁକ୍ତାପଶି ପୂର୍ବ ରାସ୍ତାରେ ଅନିୟମିତତା ବର୍ଷେ ନହେଉଣୁ ଭାଙ୍ଗିଲାଣି ପୋଲ ପାର୍ଶ୍ବ ରାସ୍ତା, ୩- ବଜ୍ରପାତରେ ଦୁଇ ଭଉଣୀ ଗୁରୁତର,୪- ମହାପଦା ଗାଁରେ ଦନ୍ତା ଆତଙ୍କ, ଦିନବେଳା ପଶୁଛି ହାତୀ, ଭାଙ୍ଗୁଛି ବାଡ଼ି ଓ କାନ୍ଥ, କୋକୂଆ ଭୟରେ ଗ୍ରାମବାସୀ,୫- ମାଙ୍କଡ଼ା ପଥର ମାଫିଆଙ୍କ ଚରାଭୂଇଁ ଇନ୍ଦିପୁର ବେଆଇନ ଭାବେ ଚାଲୁଛି ୩୦ ଖଣି

Sunil Chandra Nayak

କଳାକାରମାନେ ଜଣେ ଜଣେ ସମାଜ ସଂସ୍କାରକ ହେତୁ ସେମାନଙ୍କ ପ୍ରତି ଅଙ୍ଗୁଳି ପ୍ରଦର୍ଶନ ଆସମିଚୀନ : ମହାସଚିବ 

masiha

Leave a Comment

error: Content is protected !!