ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଏଟିଏମ୍ ଭାଙ୍ଗି ଚୋରି ଉଦ୍ୟମ

ଏଟିଏମ୍ ଭାଙ୍ଗି ଚୋରି ଉଦ୍ୟମ

ଲାଞ୍ଜିଗଡ଼, ୧୩/୦୯(ମନିସ)-କଡ଼ା ସୁରକ୍ଷା ବଳୟ ମଧ୍ୟରେ ଥିବା ଏଟିଏମ୍ ଭାଙ୍ଗି ଚୋରି ଉଦ୍ୟମ ଫେଲ ମାରିଛି। ଏଭଳି ଏକ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ଠାରେ। ଲାଞ୍ଜିଗଡ଼ସ୍ଥିତ ବେଦାନ୍ତ ଲିମିଟେଡ ମୁଖ୍ୟ ଫାଟକ ନିକଟରେ ଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖାର ଏଟିଏମ ପ୍ରଥମେ ସଟର ଭାଙ୍ଗି ସେଥିରେ ସଫଳ ନହେବାରୁ ଉପରେ ଥିବା କାଚ କବାଟ ଭାଙ୍ଗି ଭିତରେ ପଶିବା ସହିତ ଏଟିଏମ୍ ତାଡ଼ି ଚୋରି ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। କମ୍ପାନୀକୁ ଲାଗି ରହିଥିବା ଏହି ବ୍ୟାଙ୍କ ଶାଖା ଓ ଏଟିଏମ୍ ନିକଟରେ ଦିନରାତି ଭିଡ଼ ଓ କମ୍ପାନୀର କଡ଼ା ସୁରକ୍ଷା ବ୍ୟବସ୍ଥା ରହିଛି। କିନ୍ତୁ ଏହାସତ୍ୱେ ଜଣେ ଚୋର ଦେହରେ ରେନକୋର୍ଟ ଓ ମୁହଁରେ ମାସ୍କ ପିନ୍ଧି ଏଟିଏମ୍ ଭିତରକୁ ପଶି ଚୋରି ଉଦ୍ୟମ କରିବା ସିସିଟିଭିରେ କଏଦ ହୋଇଛି। ଏ ସମ୍ପର୍କରେ ଖବର ପାଇ ବଡ଼ିଭୋରରୁ କେସିଙ୍ଗା ଉପଖଣ୍ଡ ପୁଲିସ ଅଧିକାରୀ ସନ୍ଦୀପ ମାଝୀ, ଲାଞ୍ଜିଗଡ଼ ଥାନାଧିକାରୀ ଯଶୋବନ୍ତ କୁମାର ହିଆଲଙ୍କ ନେତୃତ୍ୱରେ ପୁଲିସ ପହଞ୍ଚି ସିସିଟିଭି ଯାଞ୍ଚ ସହିତ ତଦନ୍ତ ଆରମ୍ଭ କରିଛନ୍ତି। ତେବେ ବ୍ୟାଙ୍କ ଶାଖା ପକ୍ଷରୁ ଏଟିଏମ୍ ରେ କୌଣସି ନିଜସ୍ୱ ସୁରକ୍ଷା କର୍ମଚାରୀ ନଥିବାବେଳେ ବେଦାନ୍ତ କମ୍ପାନୀର କଡ଼ା ସୁରକ୍ଷା ବଳୟ ମଧ୍ୟରେ ଥିବା ଏହି ଏଟିଏମ୍ ରେ ଚୋରି ଉଦ୍ୟମ ସାଧାରଣ ଲୋକଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। ଏପରିକି କମ୍ପାନୀ ମୁଖ୍ୟ ଫାଟକକୁ ଲାଗି ରହିଥିବା ଏହି ଏଟିଏମ୍ ରେ ଚୋରି ଉଦ୍ୟମ କମ୍ପାନୀର ସୁରକ୍ଷା ବ୍ୟବସ୍ଥା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି। 

ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ୍ 

Related posts

ଫାଶୀ ଲଗାଇ ଯୁବକ ଙ୍କ ଆତ୍ମହତ୍ୟା , କାରଣ ଅସ୍ପଷ୍ଟ

Sunil Chandra Nayak

କନ୍ଧମାଳ : ପୁଣି ସକ୍ରିୟ ଲାଲ୍ ବାହିନୀ, ଘରୁ ଡ଼ାକିନେଇ ପୂର୍ବତନ ସରପଞ୍ଚଙ୍କୁ ଗୁଳି କରି ହତ୍ୟା

ଗାଁରେ ଠାକୁରାଣୀ ଯାତ୍ରା ଚାଲିଥିବାବେଳେ ଜଣେ ନାବାଳିକାକୁ ଅପହରଣ ଉଦ୍ୟମ, ଅଭିଯୁକ୍ତ ଅଟକ

Leave a Comment

error: Content is protected !!