ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ରାଇରଙ୍ଗପୁର ରେ ପ୍ରାକ୍ତନ ଓଡିଶା କଂଗ୍ରେସ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ

ରାଇରଙ୍ଗପୁର ରେ ପ୍ରାକ୍ତନ ଓଡିଶା କଂଗ୍ରେସ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ

 ମୟୂରଭଂଜ -୧୨/୯ —  ଓଡ଼ିଶା ପ୍ରଦେଶ ପ୍ରାକ୍ତନ କଂଗ୍ରେସ ରାଜ୍ୟ ସଭାପତି ତଥା ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟନାୟକ ଗୁରୁବାର ଦିନ ପଡୋଶୀ ଜାମସେଦପୁର ଯାଉଥିବାବେଳେ ୪ ଘଣ୍ଟା ରାଇରଙ୍ଗପୁର ରେ ରହିଥିଲେ ।ସୂଚନାଯୋଗ୍ୟ ନିରଞ୍ଜନ ପଟନାୟକ ଙ୍କ ବାଲ୍ୟ ଜୀବନ, ଖେଳକୁଦ,ଶିକ୍ଷା ରାଇରଙ୍ଗପୁରରେ କଟିଥିଲା ।ସେ ରାଇରଙ୍ଗପୁର ସ୍କୁଲ ରେ ପାଠ ପଢିଥିଲେ ।ତେଣୁ ପିଲାଦିନର ଅଭୁଲା ସ୍ମୃତିକୁ ଏଠାରେ ସାଉଁଟି ଥିଲେ ।ପିଲାଦିନର ସାଙ୍ଗ ସାଥୀଙ୍କୁ ଖୋଜି ଖୋଜିକରି ସାଉଁଟିଥିଲେ । ସେ ଭାବ ବିହ୍ୱଳ ହୋଇ କହିଥିଲେ ରାଇରଙ୍ଗପୁର ମାଟିର ପାଣି,ପବନ,ଖାଦ୍ୟ ଖାଇ ମୁଁ ବଢ଼ିଛି ।ମୋର ଆତ୍ମା ଏଠାରେ ଅଛି ।ରାଇରଙ୍ଗପୁର ମାଟି ପ୍ରତି ମୋର ବହୁତ ଦୁର୍ବଳତା ତାହା ମୁଁ ଭାଷାରେ ପ୍ରକାଶ କରି ପାରିବି ନାହିଁ ।

ରାଇରଙ୍ଗପୁର ହାଇସ୍କୁଲରେ ମୁଁ ପାଠ ପଢିଛି ।ସେ ଟାଟା ନଗର ଯିବା ରାସ୍ତାରେ ରାଇରଙ୍ଗପୁର‌ ହାଇସ୍କଲ ପାଖରେ ଅଟକି ସ୍କୁଲ ଭିତରକୁ ଯାଇଥିଲେ । ପୂର୍ବତନ ମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବିଦ୍ୟାଳୟରେ ପହଞ୍ଚିବା ପରେ ପୁରାତନ ଛାତ୍ର ସଂଘ ପକ୍ଷରୁ ତାଙ୍କୁ ଫୁଲତୋଡ଼ା ଦେଇ ସ୍ବାଗତ କରାଯାଇଥିଲା। ପୁରାତନ ଛାତ୍ର ସଂଘ ସଭାପତି ଡାକ୍ତର ସ୍ବୟଂମ୍ବର ସିଂହ, କୋଷାଧକ୍ଷ ପ୍ରଦୀପ୍ତ କୁମାର ମହାନ୍ତିଙ୍କ ସମେତ ବହୁ ପୁରାତନ ଛାତ୍ର ଉପସ୍ଥିତ ଥିଲେ।

ଏହି ଅବସରରେ ସେ ବିଭିନ୍ନ ପ୍ରସଙ୍ଗରେ ପୁରାତନ ଛାତ୍ର, ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ସହିତ ଆଲୋଚନା କରିଥିଲେ। ସେ ମନ୍ତ୍ରୀ ଥିବାବେଳେ ରାଇରଙ୍ଗପୁର ଅଞ୍ଚଳ ପାଇଁ ନିଆଯାଇଥିବା ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ସମ୍ପର୍କରେ ଅବଗତ କରାଇଥିଲେ। ପରେ ଶ୍ରୀ ପଟ୍ଟନାୟକ ରାଇରଙ୍ଗପୁର ଅଞ୍ଚଳର ପୂର୍ବତନ ବିଧାୟକ ଶ୍ୟାମ ଚରଣ ହାଁସଦା, ପ୍ରାକ୍ତନ ବିଧାୟକ ଲକ୍ଷ୍ମଣ ମାଝୀ, କୃଷ୍ନ ଵିହାରୀ ମହାନ୍ତି ,ଅଶୋକ ଅଗ୍ରଓ୍ଵାଲ, ଭଜହରି ମହାନ୍ତ,ଚିକୁ ମହାନ୍ତି ସମେତ ବରିଷ୍ଠ କଂଗ୍ରେସ ନେତା ଓ କର୍ମୀମାନଙ୍କ ସହିତ ଆଲୋଚନା କରିଥିଲେ ।

ପରେ ଶ୍ରୀ ପଟ୍ଟନାୟକ ଯିଏକି ଶ୍ରୀମା ଶ୍ରୀ ଅରବିନ୍ଦଙ୍କ ପଟ୍ଟଶିଷ୍ଯ ଓଡ଼ିଶାର ସର୍ବପୁରାତନ ଏବଂ ପ୍ରଥମ ସ୍ଵର୍ଗତ ଆଡଭୋକେଟ ସୁଶିଲ ଦାସଙ୍କ ପ୍ରଚେଷ୍ଟାରେ ୧୯୪୮ ମସିହାରେ ସ୍ଥାପିତ ହୋଇଥିବା ଶ୍ରୀ ଅରବିନ୍ଦ ପୂର୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ରରେ ପହଞ୍ଚି ସେଠାରେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଙ୍କ ପ୍ରଚେଷ୍ଟାରେ ନୂତନ ଭାବେ ନିର୍ମିତ ହେଉଥିବା ବିଦ୍ଯାଳୟରେ କାର୍ଯ୍ୟ ଦେଖିବା ସହିତ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ଏବଂ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ସହିତ ଆଲୋଚନା କରିଥିଲେ। ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ ।ଏହି ଶ୍ରୀ ଅରବିନ୍ଦ ଶିକ୍ଷା କେନ୍ଦ୍ରରେ ମହାମହିମ ରାଷ୍ଟ୍ରପତି କିଛି ବର୍ଷ ପାଇଁ ନିଃଶୁଳ୍କ ଶିକ୍ଷୟତ୍ରୀ ଦାୟିତ୍ବ ନିଭାଇଥିଲେ । ପରେ ସେଠାରୁ ସେ ଝାଡ଼ଖଣ୍ଡ ରାଜ୍ୟ ଟାଟାନଗର ଗସ୍ତ କରିଥିଲେ । ଗଲାବେଳେ ନୂତନ ଅତ୍ଯାଧୁନିକ ବିଦ୍ୟାଳୟ ଉଦ୍ଘାଟନ ଉତ୍ସବ ସମୟରେ ଆସିବାକୁ ଚେଷ୍ଟା କରିବେ ବୋଲି କହିଥିଲେ ।

ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

କଂଗ୍ରେସର କର୍ମୀ ସମ୍ମିଳନୀ ଓ କର୍ମ କର୍ତା ଚୟନ

Sunil Chandra Nayak

ଆଜି ଭାରତୀୟ ଜନତା ପାର୍ଟି, ଚନ୍ଦାହାଣ୍ଡି କାର୍ଯ୍ୟାଳୟରେ ଚନ୍ଦାହାଣ୍ଡି ମଣ୍ଡଳର ପୂର୍ଣ୍ଣାଙ୍ଗ ମଣ୍ଡଳ କମିଟି ଚୟନ କାର୍ଯ୍ୟ ସଫଳତାର ସହିତ ହେଲା ସମ୍ପନ୍ନ 

Sunil Chandra Nayak

କେସିଙ୍ଗା ତହଁସିର ଯୋଜନା ଡେମରେ ବାଜପେୟୀଙ୍କ ଜୟନ୍ତୀ ଓ ବନବିହାର କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!