ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମନ୍ତ୍ରୀ ଗଣେଶରାମଙ୍କ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ପରିଦର୍ଶନ

ମନ୍ତ୍ରୀ ଗଣେଶରାମଙ୍କ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ପରିଦର୍ଶନ

ମୟୂରଭଂଜ-୧୩/୯ — ରାଜ୍ୟ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ତଥା ଶ୍ରମ, କର୍ମଚାରୀ ରାଜ୍ୟ ବୀମା ବିଭାଗ ମନ୍ତ୍ରୀ ଆଜି ଯଶିପୁର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଛନ୍ତି l ମନ୍ତ୍ରୀ ଗଣେଶରାମଙ୍କୁ ଚିକିତ୍ସା ଅଧିକାରୀ ଧୁନ୍ଦା ମୁଣ୍ଡା ପୁଷ୍ପ ଗୁଛ ଦେଇ ସ୍ୱାଗତ କରିଥିଲେ l ମନ୍ତ୍ରୀ ଡାକ୍ତର, ସ୍ଵାସ୍ଥ୍ୟ କର୍ମୀମାନଙ୍କ ଠାରୁ ସ୍ଵାସ୍ଥ୍ୟ କେନ୍ଦ୍ରର ସ୍ଵାସ୍ଥ୍ୟ ସେବା, ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ l ଏହାପରେ ନବନିର୍ମିତ ଗୋଷ୍ଠୀ ଜନ ସ୍ଵାସ୍ଥ୍ୟ ବିଭାଗର ନୂତନ କକ୍ଷକୁ ଉଦଘାଟନ କରିଥିଲେ l ପରେ ପରେ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ରୋଗୀ କଲ୍ୟାଣ ସମିତିର ବୈଠକରେ ଯୋଗ ଦେଇଥିଲେ l ଉକ୍ତ ବୈଠକରେ ସେ ଅଧ୍ୟକ୍ଷତା କରି ଯଶିପୁର ବ୍ଲକ୍ ଅନ୍ତର୍ଗତ ଶିମିଳିପାଳର ବନାଞ୍ଚଳର ଆଦିବାସୀ ଲୋକମାନେ ଯେପରି ଠିକ୍ ସମୟରେ ସ୍ବାସ୍ଥ୍ୟ ସେବା ପାଇବେ, ସେଥିପାଇଁ ଯତ୍ନବାନ ହେବାକୁ ଉପସ୍ଥିତ ସ୍ଵାସ୍ଥ୍ୟ ବିଭାଗର ଅଧିକାରୀ, କର୍ମଚାରୀମାନଙ୍କୁ ପରାମର୍ଶ ଦେଇଥିଲେ l ଉକ୍ତ ବୈଠକରେ ବ୍ଲକ୍ ଅଧ୍ୟକ୍ଷା କୁମୁଦିନୀ ଦଳେଇ, ଉପାଧ୍ୟକ୍ଷା କନକଲତା ଦାସ, ଜିଲ୍ଲା ପରିଷଦ ସଭ୍ୟା ମିନତୀ ନାଏକ ଓ ସୁଜାତା ହୋ, ଜାମଦାସାହି ସରପଞ୍ଚ ଜିତେନ୍ଦ୍ର ନାଏକ, ଯଶିପୁର ସରପଞ୍ଚ ପ୍ରଦୀପ କୁମାର ମାଟିଆ, ବିଡିଓ ମାଧବ ଚନ୍ଦ୍ର ବିରୁଆ, ତହସିଲଦାର ମୋହିନୀ କୁମାର ନାଏକ, ଯଶିପୁର ଥାନା ଅଧିକାରୀ ସଂଯୁକ୍ତା ମହାଳିକଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ଯୋଗ ଦେଇଥିଲେ l

ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ବିଶ୍ବ ନାଟ୍ଯ ଦିବସ ରେ ନର୍ଲା ର କଳାକାର ସମ୍ବର୍ଦ୍ଧିତ 

masiha

ତେରେସିଂହାରେ ମାଁ ଡୋକରୀ ଯାତ୍ରା ପାଳିତ

Sunil Chandra Nayak

ସମୀକ୍ଷା ସମନ୍ବିତା ଶତପଥୀଙ୍କୁ ସମ୍ବର୍ଦ୍ଧିତ କଲା ” ମୋ ଅନୁଷ୍ଠାନ ସାହିତ୍ୟ ସଂସଦ “

masiha

Leave a Comment

error: Content is protected !!