ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋକସରା କୁ ଏନଏସସି ଘୋଷଣା ଦାବି ରେ ସଚେତନ ନାଗରିକ ମଞ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର

କୋକସରା କୁ ଏନଏସସି ଘୋଷଣା ଦାବି ରେ ସଚେତନ ନାଗରିକ ମଞ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର

ନିକଟରେ କଳାହାଣ୍ଡି ଜିଲ୍ଲାର ଜୟପାଟଣା ଓ ନର୍ଲା କୁ ରାଜ୍ୟ ସରକାର ଏନଏସସି ଘୋଷଣା କରିଛନ୍ତି। ତେବେ ଜିଲ୍ଲା ର ଅନ୍ୟତମ ବ୍ଲକ କୋକସରା ସଦର ମହକୁମା କୋକସରା ମଧ୍ୟ ଏହି ମାନଦଣ୍ଡ ରେ ଯୋଗ୍ୟତା ଥିବାରୁ ସୋମବାର କୋକସରା ବ୍ଲକ ସଚେତନ ମଞ୍ଚ ପକ୍ଷରୁ ବିଜ୍ଞାପିତ ଅଞ୍ଚଳ ଘୋଷଣା ଦାବି ରେ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଏକ ଦାବିପତ୍ର ସ୍ଥାନୀୟ ଅତିରିକ୍ତ ତହସିଲଦାର ମୋହନ ଚରଣ ଜେନା ଙ୍କୁ ପ୍ରଦାନ କରାଯାଇଛି।

କୋକସରା ସର୍ଵ ପୁରାତନ ଗ୍ରାମ ପଞ୍ଚାୟତ ସୀମା ନିର୍ଦ୍ଧାରଣ ପୂର୍ବରୁ କୋକସରା ନିର୍ବାଚନ ମଣ୍ଡଳୀ ରହିଥିଲା। ବର୍ତ୍ତମାନ କୋକସରା ସହର କ୍ରମ ବର୍ଦ୍ଧିତ ଭାବେ ଜନସଂଖ୍ୟା ଓ ସହର ବୃଦ୍ଧି ପାଇବା ସହ ନୂତନ ସରକାରୀ ବେସରକାରୀ କାର୍ଯ୍ୟାଳୟ ପ୍ରତିଷ୍ଠା ହେଉଛି। ଜାତୀୟ ରାଜପଥ ୨୬ ସଂଯୋଗ କରୁଥିବା ବେଳେ କେନ୍ଦ୍ର ସରକାରଙ୍କ ଅନୁମୋଦନ ପରେ ଜୁନାଗଡ ନବରଙ୍ଗପୁର ରେଳ ଲାଇନ ପ୍ରକଳ୍ପ କାର୍ଯ୍ୟ ମଧ୍ୟ ଏହି ସହର ଦେଇ ଯିବାର ପ୍ରସ୍ତାବ ରହିଛି। କୋକସରା ଠାରେ ବ୍ଲକ କାର୍ଯ୍ୟାଳୟ,ତହସିଲ କାର୍ଯ୍ୟାଳୟ, ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର, ବିଭିନ୍ନ ବ୍ୟାଙ୍କ, ସ୍କୁଲ କଲେଜ,ଅଗ୍ନିଶମ ବିଭାଗ, କୃଷି ଓ ଉଦ୍ୟାନ କୃଷି ବିଭାଗ, ପୋଲିସ ଷ୍ଟେସନ, ନ୍ୟାୟାଳୟ ଓ ଅନ୍ୟ କାର୍ଯ୍ୟାଳୟ ରହିଥିବାରୁ ଅନେକ ଉଚ୍ଚ ପଦସ୍ଥ ଅଧିକାରୀ ଅବସ୍ଥାନ କରୁଛନ୍ତି। ପଡୋଶୀ ୨ ଟି ପଞ୍ଚାୟତ କୋକସରା କୁ ଲାଗି ରହିଛି ଓ ବିଜ୍ଞାପିତ ଅଞ୍ଚଳ ର ଜନସଂଖ୍ୟା ମାନଦଣ୍ଡ ଯୋଗ୍ୟତା ପୂରଣ କରୁଛି। କ୍ରମ ବର୍ଦ୍ଧିତ ସହର ରେ ସହର ର ଉନ୍ନତ ବଜାର ବ୍ୟବସ୍ଥା,ଆଲୋକୀକରଣ, ପାନୀୟ ଜଳ ପରିଚାଳନା,ଉନ୍ନତ ମାନର ଡ୍ରେନେଜ,ପରିମଳ ବ୍ୟବସ୍ଥା ର ସୁପରିଚାଳନା,କ୍ରୀଡା ଓ ପ୍ରମୋଦ ଉଦ୍ୟାନ ଭଳି ଭିତ୍ତିଭୂମି ର ପରିକଳ୍ପନା ସୀମିତ ଅନୁଦାନ ଓ ମାନବ ସମ୍ବଳ ଯୋଗୁ ସମ୍ଭବ ପର ହେଉନଥିବା ବେଳେ ବିଜ୍ଞାପିତ ଅଞ୍ଚଳ ହେଲେ ସାମଗ୍ରିକ ବିକାଶ ଧାରା ରେ ଯୋଡ଼ିହେବ ଏନେଇ ଦାବିପତ୍ର ରେ ଉଲ୍ଲେଖ କରିଛନ୍ତି । କୋକସରା ଗ୍ରାମ ପଞ୍ଚାୟତ ର ଶତାଧିକ ଲୋକଙ୍କ ଦସ୍ତଖତ ସମ୍ବଳିତ ଥିବା ଦାବିପତ୍ର ପ୍ରଦାନ ସମୟରେ ସଚେତନ ନାଗରିକ ମଞ୍ଚ ପକ୍ଷରୁ ମିନିକେତନ ପ୍ରଧାନୀ, ଶ୍ରୀନିବାସ ପ୍ରଧାନୀ, ନିରଞ୍ଜନ ନେଗି,ତ୍ରିଭୁବନ ନାଏକ, କ୍ଷୀରସିନ୍ଧୁ ନେଗି, ମହେଶ କୁମାର ଗୁପ୍ତା, ଗୁଣନିଧି ବାଗ, କିଶନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଜନ୍ମମାଟିରେ ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ 

ନିଃଶୁଳ୍କରେ ଶିକ୍ଷା ଦାନ କରି ଆସୁଥିବା ଟ୍ୟୁସନ ଶିକ୍ଷକ ଙ୍କ ପରଲୋକ 

masiha

ଡ଼କ୍ରି ଦୋରା ଜଳ ପ୍ରପାତ ରେ ଗାଧୋଉଥିବା ବେଳେ ଯୁବକ ନିଖୋଜ : ଆସନ୍ତାକାଲି ଖୋଜିବ ଅଗ୍ନିଶମ ବିଭାଗ

masiha

Leave a Comment

error: Content is protected !!