ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭଗିଚକୁରାଇ ହରପାର୍ବତୀ ଯୁବକ ସଂଘ ର ଗଣେଷ ପୂଜା ଓ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଭଗିଚକୁରାଇ ହରପାର୍ବତୀ ଯୁବକ ସଂଘ ର ଗଣେଷ ପୂଜା ଓ ବାର୍ଷିକ ଉତ୍ସବ ଅନୁଷ୍ଠିତ

ବସ୍ତା,08/09 : ବସ୍ତା ବ୍ଲକ କଂଗ୍ରେସ ବାସୁଚକୁରାଇ ପଂଚାୟତ ଅନ୍ତର୍ଗତ ଭଗିଚକୁରାଇ ହରପାର୍ବତୀ ଯୁବକ ସଂଘ ର ଗଣେଷ ପୂଜା ଓ ବାର୍ଷିକ ଉତ୍ସବ ଅନୁଷ୍ଠିତ। ଆୟୋଜିତ ଉତ୍ସବ ରେ ପୁର୍ବତନ ସରପଂଚ ପୁର୍ଣ୍ଣଚନ୍ଦ୍ର ଦାସ୍ ସଭାପତିତ୍ବ କରିଥିଲାବେଳେ ମୁଖ୍ୟ ଅତିଥି ଭାବେ କଂଗ୍ରେସ ଦଳର ଯୁବ ନେତା ସୁଧାଂଶୁ ଶେଖର ଜେନା ଯୋଗ ଦେଇ ଫିତା କାଟି ଉଦଘାଟନ କରିଥିଲେ। ବିଶିଷ୍ଟ ଅତିଥି ଭାବେ ବରିଷ୍ଠ ପ୍ରଶାସକ ପ୍ରତାପ୍ ଚନ୍ଦ୍ର ରାଉତ ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ପାଲାଗାୟକ ଅଦୟିତ ଦାସ୍ ସମ୍ମାନିତ ଅତିଥି ଭାବେ ପୁର୍ବତନ ସମିତି ସଭ୍ୟ ଶମ୍ଭୁନାଥ ସିଂ ସମାଜସେବୀ ନରେନ୍ଦ୍ର ଦାସ ଓ ପୁର୍ବତନ ରାଜସ୍ବ ଅଧିକାରି ଅଜୟ ଦାସ ମାୟାଧର ବେହେରା ଉପସ୍ଥିଥ ହୋଇ ବକ୍ତବ୍ୟ ରଖି ଯୁବ ଗୋଷ୍ଠୀର ଏଭଳି ନିଆରା କାର୍ଯ୍ୟକ୍ରମ କୁ ପ୍ରଶଂସା କରିଥିଲେ । ଯୁବକ ସଂଘ ର ସଦସ୍ୟ ଯୁବ ପ୍ରତିଭା ଆଲୋକ ଜ୍ୟୋତି ବେହେରା ଙ୍କ ସଫଳତା ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା ଓ ଶେଷରେ ବସ୍ତା ଅଂଚଳ ର ବିଭିନ୍ନ ସକିର୍ତନ ଦଳ ମାନଙ୍କ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ପୁରସ୍କୃତ କରାଯାଇଥିଲା ଓ ସଂଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ କୁ ହରପାର୍ବତୀ ଯୁବକ ସଂଘ ର ସଭାପତି ସୁଧାଂଶୁ ବେହେରା, ରାଜେଶ ଚଣ୍ଡ ଅରୁଣ ଜ୍ୟୋତି ବେହେରା ଆକାଶ ମାଝୀ ନିର୍ମଳ ରାଉତ ଅଞ୍ଜନ ଦାସ ଙ୍କ ସମେତ ଯୁବକ ସଂଘ ର ସମସ୍ତ ସଦସ୍ୟ ପରିଚାଳନା କରିଥିଲେ। ଶେଷ ରେ ସଦସ୍ୟ ଆକାଶ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।

ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ଓଡ଼ିଶା ରାଜ୍ଯର ବିଭିନ୍ନ ସ୍ଥାନରେ ବିପ୍ଳବୀ ଗଡ଼ଜାତ ଗାନ୍ଧୀ ସାରଙ୍ଗଧର ଦାସଙ୍କ ୬୮ ତମ ତିରୋଧାନ ଦିବସ -୨୦୨୫ ପାଳିତ 

Sunil Chandra Nayak

ମରୁଡି ଘୋଷଣା ଦାବିରେ ୨୨ ପଂଚାୟତ ଚାଷିଙ୍କ ତହସିଲ କାର୍ଯ୍ୟାଳୟ ଘେରାଉ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

masiha

ତେରେସିଂହା ଓ ସାନଡୁଙ୍ଗୁରୀଗୁଡ଼ା ଆଞ୍ଚଳିକ କୈବର୍ତ୍ତ ସମାଜର ନୂଆଖାଇ ଭେଟଘାଟ 

Sunil Chandra Nayak

Leave a Comment

error: Content is protected !!