ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର କଂଗ୍ରେସ ଦଳ ତରଫରୁ ରକ୍ତଦାନ କାର୍ଯ୍ୟକ୍ରମ;୨୯ ୟୂନିଟ ରକ୍ତ ସଂଗ୍ରହ

ରାଇରଙ୍ଗପୁର କଂଗ୍ରେସ ଦଳ ତରଫରୁ ରକ୍ତଦାନ କାର୍ଯ୍ୟକ୍ରମ;୨୯ ୟୂନିଟ ରକ୍ତ ସଂଗ୍ରହ

ମୟୂରଭଂଜ- ୧୫/୦୯ — ରାଇରଙ୍ଗପୁର କଂଗ୍ରେସ ଦଳ ତରଫରୁ ପ୍ରାକ୍ତନ ରାଇରଙ୍ଗପୁର ପୌରାଧ୍ଯକ୍ଷ ପ୍ରାର୍ଥୀ ଭଜହରି ମହାନ୍ତଙ୍କ ବଳିଷ୍ଠ ଉଦ୍ୟମରେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟର ରକ୍ତଭଣ୍ଡାର ପରିସରରେ ଏକ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଆଜି ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମକୁ ରାଇରଙ୍ଗପୁର ଉପଜିଲ୍ଲାପାଳ ସୌମ୍ୟ ରଞ୍ଜନ ପ୍ରଧାନ( ଆଇଏଏସ) ଫିତା କାଟି ଶୁଭ ଉଦ୍ଘାଟନ କରିବା ସହ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ ।କିଛିଦିନ ହେଲା ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ରକ୍ତ ସଙ୍କଟ ଏବଂ ରକ୍ତ ଅଭାବରେ ରୋଗୀ ଅସୁବିଧା ପଡ଼ୁଥିବା ଖବର ପାଇ ଯୁବ କଂଗ୍ରେସ ନେତା ଭଜହରି ମହାନ୍ତଏକ ରକ୍ତଦାନ ଶିବିର ଆୟୋଜନ ପ୍ରୟାସ କରିଥିଲେ ।ରକ୍ତଦାନ ମହତ କାମ ।ଜଣଙ୍କ ରକ୍ତରେ ୩ ଟି ଅମୂଲ୍ୟ ଜୀବନ ବଞ୍ଚିବାରେ ସହାୟକ ହୋଇଥାଏ ।ଜଣେ ବ୍ୟକ୍ତି ଡାକ୍ତରଙ୍କ ପରାମର୍ଶ ଅନୁସାରେ ୩ ମାସକୁ ଥରେ ରକ୍ତ ଦେଇପାରିବ ; କିଛି ଅସୁବିଧା ହେବ ନାହିଁ ।ବାମନଘାଟୀ ଉପଖଣ୍ଡର ବିଭିନ୍ନ ପ୍ରାନ୍ତରରୁ ୨୯ ଜଣ ରକ୍ତଦାତା ରକ୍ତ ଦେଇ ନିଜକୁ ଧନ୍ୟ ମଣିଥିଲେ । କାର୍ଯ୍ୟକ୍ରମରେ ରକ୍ତ ଭଣ୍ଡାର ଅଧିକାରୀ ଡ଼ାଃ ଏସ ଚଟୋପାଧ୍ଯାୟ,କରେନ୍ଦ୍ର ରଣା,ଚିରଞ୍ଜିବୀ ମହାନ୍ତି,ମହେଶ କୁମାର ମହାପାତ୍ର,ରାଇମାନ ସିଂ,ଜ୍ୟୋତିପ୍ରକାଶ ଗିରି,ମାନସ ରଞ୍ଜନ ଗିରି ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ ।୬୧ ଥର ରକ୍ତଦାନ କରିଥଗବା ରକ୍ତଦାତା ଯୁବ ରକ୍ତସାଥୀ ଗତିକୃଷ୍ନ ମହାନ୍ତ ଉପସ୍ଥିତ ରହି ସହାୟତା କରିଥିଲେ ।ସେହିଭଳି କଂଗ୍ରେସ ନେତା ଭଜହରି ମହାନ୍ତ, ଭାଗିରଥି ପାତ୍ର, ବୁଗୁଲା ଅମର ଦେଓ ହେମ୍ବ୍ରମ,ନସିମ ଅଖତାର,ଜୁମେଦ ଅଲ୍ଲି,ଵୁଗୁଲା ଅମରଦେଓ ,ମହମ୍ମଦ ଅଲ୍ଲି ଖାନନ,ଅନୁପ ସୋରେନ,ନିବେଦିତା ପାଲ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

ମୟୂରଭଂଜରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଥୁଆମୂଳ ରାମପୁର ବ୍ଳକରେ ୨୫ ତମ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୩ ର ପ୍ରସ୍ତୁତି ବୈଠକ 

Sunil Chandra Nayak

ତେନ୍ତୁଳିଖୁଣ୍ଟି ବ୍ଲକ : ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି ;୮୭ ଟି ଅଭିଯୋଗ ଶୁଣିଲେ ତ୍ୱରିତ ପଦକ୍ଷେପ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଦେଲେ ନିର୍ଦ୍ଦେଶ 

masiha

ବିଜୁ ପଟ୍ଟନାୟକଙ୍କ ୧୦୮ତମ ଜୟନ୍ତୀ ପାଳିତ

masiha

Leave a Comment

error: Content is protected !!