ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରୋଟାରୀ କ୍ଳବ୍ ରାଉରକେଲା ରିଭରସାଇଡ୍ ର ପ୍ରୌଢ଼ ଶିକ୍ଷା କାର୍ଯ୍ୟକ୍ରମର ଶୁଭାରମ୍ଭ

ରୋଟାରୀ କ୍ଳବ୍ ରାଉରକେଲା ରିଭରସାଇଡ୍ ର ପ୍ରୌଢ଼ ଶିକ୍ଷା କାର୍ଯ୍ୟକ୍ରମର ଶୁଭାରମ୍ଭ

ରାଉରକେଲା:ରୋଟାରୀ କ୍ଳବ୍ ଅଫ୍ ରାଉରକେଲା ରିଭରସାଇଡ୍ ର ସାମାଜିକ ପ୍ରତିବଦ୍ଧତାର ଅଂଶ ସ୍ବରୂପ ପ୍ରୌଢ଼ ଶିକ୍ଷା କାର୍ଯ୍ୟକ୍ରମ ବହୁବର୍ଷ ଧରି ସଫଳତାର ସହ କରାଯାଇ ଆସୁଛି। ଏହି କ୍ରମରେ ଚଳିତ ବର୍ଷ ପାଇଁ ଗୋପବନ୍ଧୁ ପାଠାଗାରର ସତ୍ୟବାଦୀ କକ୍ଷରେ ଏକ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। କ୍ଲବ୍ ର ସଭାପତି ଶଙ୍କର ପ୍ରସାଦ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ସଭାରେ ପୂର୍ବତନ ଜିଲ୍ଲା ଗଭର୍ଣ୍ଣର ଫକୀର ଚରଣ ମହାନ୍ତି, ଡିଜିଇ ଆଲମ୍ ସିଂ ରୋପ୍ରା, ଏଜିଇ ଵ୍ରଜେଶ ଗୁପ୍ତା, କ୍ଲବ୍ ର ସମ୍ପାଦକ ଶରତ କୁମାର ପାଣିଗ୍ରାହୀ, ପ୍ରୌଢ଼ ଶିକ୍ଷା କାର୍ଯ୍ୟକ୍ରମର ନିର୍ଦ୍ଦେଶକ ନବଘନ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ। ଡାକ୍ତର ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର, ଭଗବାନ ପାଢ଼ୀ ଏବଂ ପରମେଶ୍ବର ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପ୍ରତିମା ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ। ଏହି ଉତ୍ସବରେ ପାନପୋଷ ଏବଂ ପ୍ରଧାନପାଲି ବସ୍ତି ଅଞ୍ଚଳର ୨୮ଜଣ ନୂତନ ଶିକ୍ଷାର୍ଥୀ ମାନଙ୍କୁ ପାଠ୍ୟପୁସ୍ତକ ସହ ଅନ୍ୟାନ୍ୟ ଆବଶ୍ୟକୀୟ ଉପକରଣ ଅତିଥି ମାନଙ୍କ ଦ୍ବାରା ବଣ୍ଟନ କରାଯାଇଥିଲା। ଶେଷରେ ଅଜିତା ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଡାକ୍ତର ସୁଧାରାଣୀ ପ୍ରଧାନ, ମଞ୍ଜୁଳା ପାତ୍ର, ଡିମ୍ପଲ ସାହୁ, ସୁଖବିନ୍ଦର ସିଂହ ସେଖୋନ୍ ଏବଂ ଘନଶ୍ୟାମ ମିରି ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଦ୍ୱିତୀୟ ଗନ୍ଧରାଢୀ ଲୋକକଳା ମହୋତ୍ସବ-୨୦୨୩ ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

ନାନ୍ଦୁପଲା ଗାଁ ର ଏକ ଗଭୀର ନଳକୂପ ରୁ ବାହାରୁଛି ସୁନା ଭଳି ପଦାର୍ଥ , ସୁନା ଖଣି ନେଇ ଚର୍ଚ୍ଚା, ଘଟଣା ସ୍ଥଳରେ ପ୍ରଶାସନ

Sunil Chandra Nayak

ରାଉରକେଲା ବିକାଶ ମଞ୍ଚର ଉଦବେଗ

Sunil Chandra Nayak

Leave a Comment

error: Content is protected !!