ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗ୍ରାମାଞ୍ଚଳ ସାମ୍ବାଦିକ ସଂଘର ନୂଆଁଖାଇ ଭେଟଘାଟ

ଗ୍ରାମାଞ୍ଚଳ ସାମ୍ବାଦିକ ସଂଘର ନୂଆଁଖାଇ ଭେଟଘାଟ

ଦୁର୍ନୀତି ମୁକ୍ତ ସମାଜ ଗଠନ ଉପରେ ଗୁରୁତ୍ୱାରୋପ

କୋକସରା ବ୍ଲକ କୁସୁମଖୁଣ୍ଟି ସ୍ଥିତ ଇନ୍ଦ୍ରାବତୀ ଡାକ ବଙ୍ଗଳାଠାରେ କାର୍ଯ୍ୟରତ ଗ୍ରାମାଞ୍ଚଳ ସାମ୍ବାଦିକ ସଂଘ ପକ୍ଷରୁ ନୂଆଁଖାଇ ଭେଟଘାଟ ଓ ଦୁର୍ନୀତି ମୁକ୍ତ ସମାଜ ଗଠନରେ ସାମ୍ବାଦିକଙ୍କ ଭୂମିକା ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି। ସଂଘର ସଭାପତି ନିକୁଞ୍ଜ ଚଲାନଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ବରିଷ୍ଠ ସାମ୍ବାଦିକ ତଥା ଗବେଷକ ସତ୍ୟନାରାୟଣ ମହାପାତ୍ର ମୁଖ୍ୟବକ୍ତା, ବରିଷ୍ଠ ସାମ୍ବାଦିକ ରଜନୀ ମିଶ୍ର, ଜଗମୋହନ ପଟ୍ଟନାୟକ, ନରେନ୍ଦ୍ର କ୍ଷତି, ସମାଜସେବୀ ଜତିନ୍ଦ୍ର କର ଏବଂ ଆଇନଜୀବୀ ଛବିଲାଲ ନିଆଲ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ। ଦୁର୍ନୀତି ସମାଜକୁ ନଷ୍ଟ କରିଥାଏ। ଏହାକୁ ହଟାଇବାର ଆବଶ୍ୟକ ରହିଛି। ସାମ୍ବାଦିକ ମାନେ ଯେଉଁଭଳି ଭାବେ ଅନେକ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ସମାଜର ଉନ୍ନତି ନିମନ୍ତେ ନିଜର ଲଢେଇ ଜାରି ରଖିଛନ୍ତି ସେହିପରି ନେତା, ପ୍ରଶାସନ ଓ ସାଧାରଣ ଲୋକେ ମଧ୍ୟ ଏ କ୍ଷେତ୍ରରେ ନିଜର କର୍ତ୍ତବ୍ୟକୁ ପ୍ରାଥମିକତା ଦେବା ଜରୁରୀ। କର୍ତ୍ତବ୍ୟ ସର୍ବୋପରି ହେଲେ କୌଣସି ଦୁର୍ନୀତି ହୋଇପାରିବ ନାହିଁ ବୋଲି ଅତିଥି ମାନେ ମତପ୍ରକାଶ କରିଥିଲେ। ଏହି କ୍ରମରେ ଉଲ୍ଲେଖନୀୟ କାର୍ଯ୍ୟ ଦକ୍ଷତା ଯୋଗୁଁ ସାମ୍ବାଦିକ ଶୋଭିତ ଗାନ୍ଧୀ, ହିରଣ୍ୟ ବେହେରା, କାମେଶ ନାଗ, ଶର୍ମିଷ୍ଠା ଯୋଷୀ, ଗଣେଶ ରାମ ବାଗ, ଗଜିନ୍ଦ୍ର ନାଗ, ସୁନ୍ଦର ମୋହନ ଛତ୍ରିଆ, କୁମରମଣୀ ଦୁର୍ଗା, ଟିକଚନ୍ ବାଗ ପ୍ରମୁଖଙ୍କୁ ସଂଘ ପକ୍ଷରୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସଭାକାର୍ଯ୍ୟ ଆରମ୍ଭ ପୂର୍ବରୁ ଦିବଂଗତ ସାମ୍ବାଦିକ ରମେଶ ବେହେରାଙ୍କ ସ୍ମୃତି ଉଦ୍ଧେଶ୍ୟରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। କାର୍ଯ୍ୟକ୍ରମକୁ ସାମ୍ବାଦିକ ରଞ୍ଜନ ସାହୁ ସଂଯୋଜନା କରିଥିବାବେଳେ ଗଣେଶ ରାମ ବାଗ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ସାମ୍ବାଦିକ ରଜନୀକାନ୍ତ ଛତ୍ରିଆ, ବିଜୟ କୁମାର ପଣ୍ଡା, ଚକ୍ରଧର ବେଶ୍ରା, ଜଗଦୀଶ ନାଏକ, ହରିହର ଛତ୍ରିଆ, ମହାଦେବ ଖଣ୍ଡୁଆଲ, ପରମାନନ୍ଦ ଛତ୍ରିଆ, ପ୍ୟାରିଲାଲ ଦୁର୍ଗା, ଦିଲିପ୍ ଦୁରିଆ, କାହ୍ନୁଚରଣ ସାହୁ, ପୃଥିବୀରାଜ ନିଆଲ, ଟୁନା ବିହାରୀ, ପରେଶ ପଟ୍ଟନାୟକ ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରୁ ସାମ୍ବାଦିକ ମାନେ ଯୋଗଦେଇଥିଲେ। 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଝାଡଖଣ୍ଡ ମୁକ୍ତିମୋର୍ଚା ତରଫରୁ ବିଭିନ୍ନ ଦାବି ନେଇ ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ 

Sunil Chandra Nayak

ଓଡିଶା ପରିବହନ ବିଭାଗ ର ଅଜବ ନିତି, ନବରଙ୍ଗପୁର ମଟର ଚାଳକ ଙ୍କ ଚାଲାଣ କଟିଲା ବଲାଙ୍ଗୀର ରେ 

ବିପିଡିପି ପ୍ରସ୍ତୁତି ବୈଠକ

masiha

Leave a Comment

error: Content is protected !!