ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ଠାରେ ସୁଭଦ୍ରା ଯୋଜନାର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ କେକ କାଟି ଉତ୍ସବ ପାଳନ କଲେ ସୁଭଦ୍ରା ହିତାଧିକାରୀ 

ଡାବୁଗାଁ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ଠାରେ ସୁଭଦ୍ରା ଯୋଜନାର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ କେକ କାଟି ଉତ୍ସବ ପାଳନ କଲେ ସୁଭଦ୍ରା ହିତାଧିକାରୀ 

ଡାବୁଗାଁ, ୧୭/୯ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ଠାରେ ଆଜି ଅପରାହ୍ନ ୩ ଘଣ୍ଟା ସମୟରେ ସୁଭଦ୍ରା ଯୋଜନାର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ସୁଭଦ୍ରା ହିତାଧିକାରୀ ମାନେ କେକ କାଟି ଉତ୍ସବ ପାଳନ କରିଥିଲେ | ଏହି ଅବସରେ ମୁଖ୍ୟ ଅତିଥି ଭାବେ ଡାବୁଗାଁ ସିଡିପିଓ ମିନତୀ ଦାସ, ସମ୍ମାନୀତ ଅତିଥି ଭାବେ ସୁପରଭାଇଜର ପ୍ରଣମିତା ପଟ୍ଟନାୟକ, ରୋଜାଲିନ ପ୍ରଧାନ, ସାଇରା ବାନୁ, କୁନମୁନ ସେନାପତି, ବିମଳା କୁମାରୀ ନାୟକ, ବିପିଏ ନବୀନ ଭତ୍ରା ପ୍ରମ୍ମୁଖ ଯୋଗଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଡାବୁଗାଁ ଜିପିଏଲଏଫ ସମ୍ପାଦିକା ପ୍ରିୟଦର୍ଶିନୀ ପାତ୍ର ସହ ସୁଭଦ୍ରା ହିତାଧିକାରୀ ମା ଭଉଣୀ ମାନେ ଏବଂ ଅଙ୍ଗନୱାଡି ଦିଦି ମାନେ ଉପସ୍ଥିତ ଥିଲେ | ଡାବୁଗାଁ ସିଡିପିଓ ଆସିଥିବା ସୁଭଦ୍ରା ହିତାଧିକାରୀ ମାନଙ୍କ ସହ ସୁଭଦ୍ରା ଯୋଜନା ବିଷୟରେ ଆଲୋଚନା କରିଥିଲେ | ଆଜିର କାର୍ଯ୍ୟକ୍ରମ କୁ ସୁଭଦ୍ରା ହେଲ୍ପ ଡେସ୍କ ମୁଖ୍ୟ ଚୈତନ ବିଶୋୟୀ ପରିଚାଳନା କରିଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ସାହିତ୍ୟ କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ଅ’ ପତ୍ରିକାକୁ ଶ୍ରେଷ୍ଠ ମାସିକ ଇ-ପତ୍ରିକା ସମ୍ମାନ

Sunil Chandra Nayak

ଟ୍ରକ ଚାପରେ ବାଇକ ଚାଳକର ମୃତ୍ୟୁ

Sunil Chandra Nayak

ଢେଙ୍କାନାଳରେ ବିଶ୍ୱ ଯୋଗ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!