ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ଠାରେ ସୁଭଦ୍ରା ଯୋଜନାର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ କେକ କାଟି ଉତ୍ସବ ପାଳନ କଲେ ସୁଭଦ୍ରା ହିତାଧିକାରୀ 

ଡାବୁଗାଁ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ଠାରେ ସୁଭଦ୍ରା ଯୋଜନାର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ କେକ କାଟି ଉତ୍ସବ ପାଳନ କଲେ ସୁଭଦ୍ରା ହିତାଧିକାରୀ 

ଡାବୁଗାଁ, ୧୭/୯ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ଠାରେ ଆଜି ଅପରାହ୍ନ ୩ ଘଣ୍ଟା ସମୟରେ ସୁଭଦ୍ରା ଯୋଜନାର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ସୁଭଦ୍ରା ହିତାଧିକାରୀ ମାନେ କେକ କାଟି ଉତ୍ସବ ପାଳନ କରିଥିଲେ | ଏହି ଅବସରେ ମୁଖ୍ୟ ଅତିଥି ଭାବେ ଡାବୁଗାଁ ସିଡିପିଓ ମିନତୀ ଦାସ, ସମ୍ମାନୀତ ଅତିଥି ଭାବେ ସୁପରଭାଇଜର ପ୍ରଣମିତା ପଟ୍ଟନାୟକ, ରୋଜାଲିନ ପ୍ରଧାନ, ସାଇରା ବାନୁ, କୁନମୁନ ସେନାପତି, ବିମଳା କୁମାରୀ ନାୟକ, ବିପିଏ ନବୀନ ଭତ୍ରା ପ୍ରମ୍ମୁଖ ଯୋଗଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଡାବୁଗାଁ ଜିପିଏଲଏଫ ସମ୍ପାଦିକା ପ୍ରିୟଦର୍ଶିନୀ ପାତ୍ର ସହ ସୁଭଦ୍ରା ହିତାଧିକାରୀ ମା ଭଉଣୀ ମାନେ ଏବଂ ଅଙ୍ଗନୱାଡି ଦିଦି ମାନେ ଉପସ୍ଥିତ ଥିଲେ | ଡାବୁଗାଁ ସିଡିପିଓ ଆସିଥିବା ସୁଭଦ୍ରା ହିତାଧିକାରୀ ମାନଙ୍କ ସହ ସୁଭଦ୍ରା ଯୋଜନା ବିଷୟରେ ଆଲୋଚନା କରିଥିଲେ | ଆଜିର କାର୍ଯ୍ୟକ୍ରମ କୁ ସୁଭଦ୍ରା ହେଲ୍ପ ଡେସ୍କ ମୁଖ୍ୟ ଚୈତନ ବିଶୋୟୀ ପରିଚାଳନା କରିଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପରିବାର ପକ୍ଷରୁ ସେବା କାର୍ଯ୍ୟ କରି ଗଣ ପର୍ବ ପାଳନ 

Sunil Chandra Nayak

ରାଇରଙ୍ଗପୁର ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ( ଏସଏସଡି ) ର ୬୯ ତମ ବାର୍ଷିକୋତ୍ସବ ଧୂମଧାମରେ ଅନୁଷ୍ଠିତ

masiha

ନୂଆପଡ଼ାରେ ବିଶ୍ୱ ସିକିଲ ସେଲ ଦିବସ ପାଳିତ : ସଚେତନତା, ସ୍କ୍ରିନିଂ ଓ ଚିକିତ୍ସା ସେବା ଉପରେ ଗୁରୁତ୍ୱ

Sunil Chandra Nayak

Leave a Comment

error: Content is protected !!