ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ଉଦ୍ୟାନ କୃଷି ବିଭାଗ ତରଫ ରୁ ଏକ ପେଡ୍ ମା କେ ନାମ ରେ ୧୫ ଟି ଆମ୍ବ ବୃକ୍ଷ ରୋପଣ, ମାଆ କୁ ସମ୍ମାନ, ପରିବେଶକୁ ସୁରକ୍ଷା  , – ୨- ନାରାୟଣପାଟଣା ବନାଞ୍ଚଳ ଏକ ପେଡ୍ ମା କେ ନାମ ରେ ୩୦୦୦ ବୃକ୍ଷ ରୋପଣ, ମାଆ କୁ ସମ୍ମାନ, ପରିବେଶକୁ ସୁରକ୍ଷା , ୩- ବନ୍ଧୁଗାଁ ବ୍ଲକର ୧୩ ଟି ପଞ୍ଚାୟତରେ ଏକ ପେଡ୍ ମା କେ ନାମ ରେ ୬୫୦୦ ବୃକ୍ଷ ରୋପଣ, ମାଆ କୁ ସମ୍ମାନ, ପରିବେଶକୁ ସୁରକ୍ଷା 

ଉଦ୍ୟାନ କୃଷି ବିଭାଗ ତରଫ ରୁ ଏକ ପେଡ୍ ମା କେ ନାମ ରେ ୧୫ ଟି ଆମ୍ବ ବୃକ୍ଷ ରୋପଣ, ମାଆ କୁ ସମ୍ମାନ, ପରିବେଶକୁ ସୁରକ୍ଷା 

ବନ୍ଧୁଗାଁ ତା ୧୭/୯/୨୫ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ବଡସରପଲ୍ଲୀ ପଞ୍ଚାୟତ ସାନସରପଲ୍ଲୀ ଗ୍ରାମରେ ଉଦ୍ୟାନ କୃଷି ବିଭାଗ ଓ ବିକାଶ ଅନୁଷ୍ଠାନ ତରଫରୁ ୧୫ ଟି ଆମ୍ବ ଗଛ ରୋପଣ କରାଯାଇଛି। ଆଜି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ୭୫ ତମ ଜନ୍ମ ଦିବସ ସାରା ଭାରତରେ ପାଳିତ ହେଉଛି। ଏହି ଅବସରରେ ସରକାରୀ ସ୍ତରରେ ଓଡ଼ିଶା ସରକାର ଏହାକୁ ପାଳନ କରିଛନ୍ତି। ଏହି କାର୍ଯ୍ୟକ୍ରମ ଏକ ପେଡ ମା କି ନାମ ୨.୦ ଅଭିଯାନ ଅନ୍ତର୍ଗତ ରହିଛି। ମୁଖ୍ୟ ବାର୍ତ୍ତାଟି ମାଆ କୁ ସମ୍ମାନ ଦେବା ଏଵଂ ପରିବେଶ ସୁରକ୍ଷାକୁ ଏକ ଜନ ଆନ୍ଦୋଳନରେ ପରିଣତ କରାଯାଇ ଆଜି ବନ୍ଧୁଗାଁ ବ୍ଲକ ଉଦ୍ୟାନ କୃଷି ବିଭାଗ ଅବର୍ଷର ସୋମନାଥ ନାଇକ ଓ ରଞ୍ଜନ ହାରାକା ଙ୍କ ଉପସ୍ଥିତିରେ ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀ ମିଣିଆକା, ସରପଞ୍ଚ ସୁନ୍ଦୁ ରୁ ପିଡ଼ିକା ଓ ବିଜେପି ଜିଲ୍ଲା ସମ୍ପାଦକ ଶରତ ପାତ୍ର , ବିକାଶ ସଂସ୍ଥା ର ପ୍ରୋଜେକ୍ଟ ମେନେଜର ଜ୍ୟୋତିର୍ମୟୀ ପଟ୍ଟନାୟକ , ଷ୍ଟାଫ ଏବଂ ସ୍ଥାନୀୟ ମହିଳା ଫେଡ୍ରେସନ ର ମାଆ ମାନଙ୍କ ଉପସ୍ଥିତିର ଆମ୍ବ ଗଛ ଲଗାଯାଇ ଥିଲା।

ନାରାୟଣପାଟଣା ବନାଞ୍ଚଳ ଏକ ପେଡ୍ ମା କେ ନାମ ରେ ୩୦୦୦ ବୃକ୍ଷ ରୋପଣ, ମାଆ କୁ ସମ୍ମାନ, ପରିବେଶକୁ ସୁରକ୍ଷା 

ବନ୍ଧୁଗାଁ ତା ୧୭/୯/୨୫ କୋରାପୁଟ ବନ ଖଣ୍ଡ ,ନାରାୟଣପାଟଣା ବନାଞ୍ଚଳ ,ମାଣ୍ଡିଆଗୁଡା ବୃକ୍ଷ ରୋପଣ କ୍ଷେତ୍ରରେ ଜଙ୍ଗଲ , ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ୩୦୦୦ଟି ବୃକ୍ଷ ରୋପଣ କରାଯାଇଛି। ଆଜି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ୭୫ ତମ ଜନ୍ମ ଦିବସ ସାରା ଭାରତରେ ପାଳିତ ହେଉଛି। ଏହି ଅବସରରେ ସରକାରୀ ସ୍ତରରେ ଓଡ଼ିଶା ସରକାର ଏହାକୁ ପାଳନ କରିଛନ୍ତି। ଏହି କାର୍ଯ୍ୟକ୍ରମ ଏକ ପେଡ ମା କି ନାମ ୨.୦ ଅଭିଯାନ ଅନ୍ତର୍ଗତ ରହିଛି। ମୁଖ୍ୟ ବାର୍ତ୍ତାଟି ମାଆ କୁ ସମ୍ମାନ ଦେବା ଏଵଂ ପରିବେଶ ସୁରକ୍ଷାକୁ ଏକ ଜନ ଆନ୍ଦୋଳନରେ ପରିଣତ କରାଯାଇ ଆଜି ଜଙ୍ଗଲ , ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ନାରାୟଣପାଟଣା ବନାଞ୍ଚଳର ମାଣ୍ଡିଆଗୁଡା ଓ ଦୁରିଗାଣ୍ଡା ବୃକ୍ଷ ରୋପଣ କ୍ଷେତ୍ରରେ ୩୦୦୦ ଟି ବୃକ୍ଷ ରୋପଣ କରାଯାଇଛି। ଜଙ୍ଗଲ ବିଭାଗ ଫରେଷ୍ଟର ଅଭୟ ବଦନ ବେପାରୀ, ଜୟଶଙ୍କର ପଡ଼ାକା, ରାଜୀବ ବିଶୋଇ, ଅବିନାଶ ବାଗେ ନିରଞ୍ଜନ ପ୍ରଧାନ ଙ୍କ ଉପସ୍ଥିତିରେ ଏନଜିଓ ଷ୍ଟାଫ ଦୂର୍ୟ୍ଯ ଖରା, ପାରା କର୍ମୀ ଏ ଲଚାନା , ଧବଳେଶ୍ଵର ଦତ୍ତ, ନାରାୟଣ ରାଓ, ଚିତ୍ତରଞ୍ଜନ ରାୟ ଓ କୁମ୍ଭାରି ସ୍କୁଲ, ଦୁରିଗଣ୍ଡା ସ୍କୁଲ ର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ଏଵଂ ମାଣ୍ଡିଆଗୁଡା, ସତିଖାଲ, ଦୁରିଗାଣ୍ଡା ସ୍ୱୟଂ ସହାୟିକା ଗୋଷ୍ଠୀ ର ମାଆ ମାନଙ୍କ ଦ୍ଵାରା ୩୦୦୦ ବୃକ୍ଷ ରୋପଣ କରାଯାଇଛି।

ବନ୍ଧୁଗାଁ ବ୍ଲକର ୧୩ ଟି ପଞ୍ଚାୟତରେ ଏକ ପେଡ୍ ମା କେ ନାମ ରେ ୬୫୦୦ ବୃକ୍ଷ ରୋପଣ, ମାଆ କୁ ସମ୍ମାନ, ପରିବେଶକୁ ସୁରକ୍ଷା 

ବନ୍ଧୁଗାଁ ତା ୧୭/୯/୨୫ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ୧୩ ଟି ପଞ୍ଚାୟତରେ ୬୫୦୦ ଟି ବୃକ୍ଷ ରୋପଣ କରାଯାଇଛି। ଆଜି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ୭୫ ତମ ଜନ୍ମ ଦିବସ ସାରା ଭାରତରେ ପାଳିତ ହେଉଛି। ଏହି ଅବସରରେ ସରକାରୀ ସ୍ତରରେ ଓଡ଼ିଶା ସରକାର ଏହାକୁ ପାଳନ କରିଛନ୍ତି। ଏହି କାର୍ଯ୍ୟକ୍ରମ ଏକ ପେଡ ମା କି ନାମ ୨.୦ ଅଭିଯାନ ଅନ୍ତର୍ଗତ ରହିଛି। ମୁଖ୍ୟ ବାର୍ତ୍ତାଟି ମାଆ କୁ ସମ୍ମାନ ଦେବା ଏଵଂ ପରିବେଶ ସୁରକ୍ଷାକୁ ଏକ ଜନ ଆନ୍ଦୋଳନରେ ପରିଣତ କରାଯାଇ ଆଜି ବନ୍ଧୁଗାଁ ବ୍ଲକର ୧୩ ଟି ପଞ୍ଚାୟତରେ ବିଡ଼ିଓ ଶ୍ରୀମତୀ ମିନତୀ ଜଗଦେବ ଙ୍କ ତତ୍ଵାବଧାନରେ ପ୍ରତି ପଞ୍ଚାୟତର ସରପଞ୍ଚ , ସମିତି ସଭ୍ୟ, ୱାର୍ଡ ମେମ୍ବର ଓ ସ୍କୁଲ ଛାତ୍ରଛାତ୍ରୀ ଙ୍କୁ ନେଇ ବୃକ୍ଷ ରୋପଣ କରାଯାଇଛି । ଏହି ଅବସରରେ ସରପଞ୍ଚ ଭାଷ୍କର ୱାଟାକା ,ଲକ୍ଷ୍ମୀ କାଡ୍ରାକା, ସୁନ୍ଦୁରୁ ପିଡ଼ିକା, ଶେଖର କଣ୍ଡାଗରି, ସସ୍ମିତା ପିଡ଼ିକା, ମେଲେକା ଆକାମା, ମୋତି ମାଣ୍ଡିଙ୍ଗି, ୱାଟାକା ଜାଗାନା, ରୁଦ୍ର ଯାକାକା, ଝିଲି ତାଡିଙ୍ଗି, ଇରାମା କାଡ୍ରାକା, ଙ୍କ ସମେତ ସ୍ଥାନୀୟ ଅନେକ ବିଜେପି କର୍ମୀ ଉପସ୍ଥିତ ରହି ଥିଲେ।

 ସଞ୍ଜିବ କୁମାର ବାଙ୍ଗାରୀ ରିପୋର୍ଟର 

Related posts

ସାଧାରଣତନ୍ତ୍ର ଦିବସରେ ଅମର ଜବାନ ଙ୍କୁ ଅପମାନ !!

masiha

ମୌଳିକ ଅଧିକାରରୁ ବାରମ୍ବାର ବଞ୍ଚିତ,ପ୍ରଶାସନର ନିଦ ଭାଙ୍ଗୁନି

masiha

ସୂଚନା ପ୍ରଦାନକାରୀଙ୍କ ପାଇଁ ରହିଛି ୨୫ ହଜାର ପୁରସ୍କାର ଲିଙ୍ଗ ନିରୂପଣ କରୁଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ

Sunil Chandra Nayak

Leave a Comment

error: Content is protected !!