ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଙ୍ଗୀକାର, ୨୦୨୫ କାର୍ଯ୍ୟକ୍ରମ ଓ ସ୍ଵଚ୍ଛତା ହିଁ ସେବାର ଶୁଭାରମ୍ଭ

ଅଙ୍ଗୀକାର, ୨୦୨୫ କାର୍ଯ୍ୟକ୍ରମ ଓ ସ୍ଵଚ୍ଛତା ହିଁ ସେବାର ଶୁଭାରମ୍ଭ

କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ସହରବାସୀଙ୍କ ସମଗ୍ର ଉନ୍ନତି, ସ୍ବଚ୍ଛତା ଓ ସୁବିଧା ପ୍ରଦାନ ନିମନ୍ତେ ଅଙ୍ଗୀକାର, ୨୦୨୫ ଓ ସ୍ଵଚ୍ଛତା ହିଁ ସେବାର ଶୁଭାରମ୍ଭ ଆଜି ଆରମ୍ଭ କରାଯାଇଛି । ଏହା ହେଉଛି ପୌରପାଳିକାର ଏକ ସଂକଳ୍ପ, ଯାହାର ମୁଖ୍ୟ ଲକ୍ଷ୍ୟ ୨୦୨୫ ମଧ୍ଯରେ ସହରାଞ୍ଚଳ କୁ ସ୍ବଚ୍ଛ, ସୁସ୍ଥ, ସୁରକ୍ଷିତ ଓ ଆଦର୍ଶ ନଗର ଭାବରେ ପରିଣତ କରିବା । ” ମାଁ ଙ୍କ ନାମରେ ଗୋଟିଏ ଗଛ ” (Ek Ped Maa Ke Naam )କାର୍ଯ୍ୟକ୍ରମ ଆଜି ମୁନିସିପାଲ ଉଚ୍ଚ ବିଦ୍ୟାଳୟରେ ଆୟୋଜିତ କରାଯାଇଥିଲା । ଭବାନୀପାଟଣା ସ୍ଥିତ ଟାଉନ ହଲ ଠାରେ ଏହି ଅଙ୍ଗୀକାର, ୨୦୨୫ କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ଅଧିକାରୀ ମାନେ ଆସି ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମର ଲାଭ ପାଇବା ପାଇଁ ଜନସାଧାରଣଙ୍କୁ ବୁଝାଇଥିଲେ ଯଥା -P.M.A.Y (U),PM ସୂର୍ଯ୍ୟଘର, PM ଆୟୁଷ୍ମାନ, PM SVNIDHI ଇତ୍ୟାଦି । ଏହି କାର୍ଯ୍ୟକ୍ରମରେ କଳାହାଣ୍ଡିର ଚାରି ଗୋଟି ସହରାଞ୍ଚଳରୁ PMAY ହିତାଧ୍ଵରୀ ତାଙ୍କର ଅନୁଭୂତି ବ୍ୟାଖ୍ୟା କରିଥିଲେ ।

ଅତିରିକ୍ତ ଜିଲାପାଳ ତନ୍ମୟକୁମାର ଦର ୱାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅଙ୍ଗୀକାର ୨୦୨୫ କାର୍ଯ୍ୟକ୍ରମର ମୁଖ୍ୟ ଅତିଥ୍ ଭାବେ ଜିଲ୍ଲାପରିଷଦ ସଭାପତି ପୁଷେନ୍ଦ୍ର ସିଂହଦେଓ,ସମ୍ମାନିତ ଅତିଥ୍ୟ ଭାବେ ମୁଖ୍ୟଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଦୟାମୟ ପାଢି, ଭାରତୀୟ ପ୍ରଶାସନିକ ସେବା( ପ୍ରବେସନ) ଆନିମେଶ ପ୍ରଧାନ, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ ଯୋଗଦେଇ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟସମ୍ପର୍କରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ସଞ୍ଜୀବ କୁମାର ସିଂ ମଞ୍ଚ ପରିଚାଳନା କରିଥଲା ବେଳେ ପ୍ରମୋଦ କୁମାର ପାଢ଼ୀ, ନିର୍ବାହୀ ଅଧିକାରୀ, ଭବାନୀପାଟଣା ପୌରପାଳିକା ପ୍ରାରମ୍ଭିକ ସୂଚନା ଓ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ, ବିଶ୍ବମ୍ଭର ମିଶ୍ର, ନିର୍ବାହୀ ଅଧିକାରୀ, ଧର୍ମଗଡ଼ ଏନ. ଏ . ସି ଓ ଚିନ୍ମୟ ଆଚାର୍ଯ୍ୟ, ନିର୍ବାହୀ ଅଧିକାରୀ,କେସିଙ୍ଗା ଏନ.ଏ .ସି ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ରଙ୍ଗୋଲି ପ୍ରତିଯୋଗିତା, ସ୍ବଚ୍ଛତା ହିଁ ସେବାର ଶପଥ ପାଠ, ହିତାଧିକାରୀ ମାନଙ୍କୁ ସମ୍ବର୍ଦ୍ଧନା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଶେଷରେ ବିମଳ କୁମାର ସାହୁ, ଟି.ଏଲ.ଡୁଡା ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଜୟପାଟଣା ବ୍ଲକ କର୍ମଚାରୀଙ୍କ ଅଂଶୁଘାତ ରେ ମୃତ୍ୟୁ ଅଭିଯୋଗ

ଜଗଦଳପୁର ହାଇସ୍କୁଲରେ ଖୋଲିବ ଯୁକ୍ତ ଦୁଇ କଳା ପାଠ୍ୟକ୍ରମ ଆସିକା ବିଧାୟକ ସରୋଜ ପାଢୀଙ୍କୁ କୃତଜ୍ଞତା ଜଣାଇଲେ ଅଞ୍ଚଳବାସୀ

Sunil Chandra Nayak

ଗଛପଡ଼ି ଜାତୀୟ ରାଜପଥ ଅବରୋଧ : ଏକାଧିକ ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗିଲା, ୧୦ରୁ ଊର୍ଦ୍ଧ୍ୱ ପଞ୍ଚାୟତ ଅନ୍ଧାରରେ

Sunil Chandra Nayak

Leave a Comment

error: Content is protected !!