ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରୁପ୍ରା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ କାର୍ଯ୍ୟକ୍ରମ 

ରୁପ୍ରା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ କାର୍ଯ୍ୟକ୍ରମ 

ରୁପ୍ରା, ୧୮/୯ ( ଅଜୟ କୁମାର ସେନାପତି ) : ନର୍ଲା ବ୍ଲକ ଅନ୍ତର୍ଗତ ରୁପ୍ରା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି | ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ୱାସ୍ଥ୍ୟ ଅଧିକାରୀ ଡ଼. ବିଶ୍ୱଜିତ ମହନ୍ତଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନର୍ଲା ଜୋନ୍ ନଂ ୧ର ଜିଲ୍ଲା ପରିଷଦ ସଭ୍ୟା ନମ୍ରତା ସାହୁ, ସମ୍ମାନୀତ ଅତିଥି ଭାବେ ସମାଜସେବୀ ସୁଶାନ୍ତ ସେନାପତି, ଦନ୍ତ ଚିକିତ୍ସିକ ଡ଼ ବସନ୍ତ ଦୁର୍ଗା, ଫର୍ମାସିଷ୍ଟ୍  ସୁବ୍ରତ ବେହେରା ପ୍ରମୁଖ ଯୋଗଦେଇ ମଞ୍ଚାସୀନ ଥିଲେ।   ଆୟୁଷ  ସ୍ୱାସ୍ଥ୍ୟ ଅଧିକାରୀ ଡ଼. ଦୁର୍ଯ୍ୟୋଧନ ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ | ସେବା ପକ୍ଷ ଅଭିଯାନ ଉପଲକ୍ଷେ ସେପ୍ଟେମ୍ବର ୧୭ ରୁ  ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ କାର୍ଯ୍ୟକ୍ରମରେ ମହିଳା ମାନଙ୍କ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ଚିକିତ୍ସା, ଦନ୍ତ ଚିକତ୍ସା ସହିତ ସାଧାରଣ ଚିକତ୍ସା ବ୍ୟବସ୍ଥା କରାଯାଇଛି |ଆଗାମୀ ଦିନ ମାନଙ୍କରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଉତ୍ତମ ସେବା ଓ ମାଗଣା ସେବା ଯୋଗାଇ ଦେବା ପାଇଁ ଡ଼ ବିଶ୍ୱଜିତ ମହନ୍ତ ମତବ୍ୟକ୍ତ କରି କହିଥିଲେ | ସ୍ୱାସ୍ଥ୍ୟ କେନ୍ଦ୍ରର ନର୍ସିଙ୍ଗ କର୍ମଚାରୀ ଯାଜ୍ଞସେନୀ ମାଝୀ, ମହିଳା ନିରୀକ୍ଷକ ହେରାବତୀ ଟେଟେ, ମହିଳା ସ୍ୱାସ୍ଥ୍ୟ କର୍ମୀ କୁସୁମ ବାରିକ ଓ ମିନୁରାଣୀ ବେହେରା, ପୁରୁଷ ସ୍ୱାସ୍ଥ୍ୟକର୍ମୀ ଚୁମନ କୁମାର ତଥା ଆଶା ଓ ଅଙ୍ଗନବାଡି ଦିଦି ମାନେ ଉପସ୍ଥିତ ଥିଲେ | କର୍ମଚାରୀ ଗଣେଶ ସାହୁ ଓ ହେମନ୍ତ ସେନାପତି ସହଯୋଗ କରିଥିଲେ । ଶେଷରେ ଡ଼. ଦୁର୍ଯ୍ୟୋଧନ ପ୍ରଧାନ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ |

Related posts

ଉଦିତନଗର ସରକାରୀ ହାଇସ୍କୁଲରେ ଇ – ୱେଷ୍ଟ କର୍ମଶାଳା ଅନୁଷ୍ଠିତ 

masiha

ସମ୍ବିଧାନ ପ୍ରଣେତା ଭାରତରତ୍ନ ବାବା ସାହେବ ଡ଼ଃ ଭୀମରାଓ ରାମଜୀ ଆମ୍ବେଦକରଙ୍କ ପୂର୍ଣ୍ଣlଅବୟଵ ପ୍ରତିମୂର୍ତ୍ତି ଉନ୍ମୋଚିତ

Sunil Chandra Nayak

ନବରଙ୍ଗପୁର ଠାରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ୨୦୨୫

Sunil Chandra Nayak

Leave a Comment

error: Content is protected !!