ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାରତୀୟ ଜନତା ପାର୍ଟି ପକ୍ଷ ରୁ ରକ୍ତ ଦାନ ଶିବିର ଅନୁଷ୍ଠିତ 

ଭାରତୀୟ ଜନତା ପାର୍ଟି ପକ୍ଷ ରୁ ରକ୍ତ ଦାନ ଶିବିର ଅନୁଷ୍ଠିତ 

ରାଜ୍ୟ ସଭାପତି ଶ୍ରୀଯୁକ୍ତ ମନମୋହନ ସାମଲଙ୍କ ଆହ୍ୱାନ କ୍ରମେ ରାଜ୍ୟର ସମସ୍ତ ଜିଲ୍ଲାରେ ଆଜି ସେପ୍ଟେମ୍ବର ୧୭ ତାରିଖ ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ୭୫ ତମ ଜନ୍ମଦିବସରୁ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ “ସେବା ପକ୍ଷ ” ପାଳନ କରାଯାଉଛି ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲା ସଭାପତି ଯୁଗଳ କିଶୋର ପୋଢ଼ ଙ୍କ ନେତୃତ୍ୱରେ କଳାହାଣ୍ଡିର ୧୩ ଗୋଟି ବ୍ଲକ୍ ର ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ରକ୍ତ ଦାନ ଶିବିର ଆୟୋଜନ କରାଯାଇଅଛି ।

୧୭ ତାରିଖ ଦିନ ଧର୍ମଗଡ ଠାରେ ଏହି ରକ୍ତଦାନ ଶିବିର ର ଶୁଭ ଉଦ୍ଘାଟନ ଧର୍ମଗଡ ବିଧାୟକ ସୁଧୀର ପଟ୍ଟଯୋଶୀ ଙ୍କ କର କମଳ ଆରମ୍ଭ ହୋଇଅଛି ସେହିପରି ୧୮ ତାରିଖ ଦିନ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟ ରକ୍ତ ଭଣ୍ଡାର ସମ୍ମୁଖ ରେ ମଧ୍ୟ ସେବା ପକ୍ଷ ରକ୍ତ ଦାନ ଶିବିର ଅନୁଷ୍ଠିତ କରାଯାଇ ଅଛି ଏହି ରକ୍ତଦାନ ଶିବିର ରେ ସମସ୍ତ ସ୍ୱେଚ୍ଛା ସେବୀ ସ୍ୱ ଇଚ୍ଛା ରେ ଭାଗ ନେଇ ରକ୍ତ ଦାନ କରିଛନ୍ତି , ରକ୍ତ ଦାନ କରିଥିବା ସ୍ଵେଚ୍ଛା ସେବୀ ଅତି ଆନନ୍ଦ ର ସହ ସେବା ପକ୍ଷ ପାଳନ ରେ ଭାଗ ନେଇ ଥିବାରୁ ଜିଲ୍ଲା ସଭାପତି ଯୁଗଳ ପୋଡ଼ ସେ ମାନଙ୍କୁ ଉତ୍ସାହିତ କରିବା ସହ ରକ୍ତ ଦାନ କରିଥିବା ରୁ ମାନପତ୍ର ପ୍ରଦାନ କରିଥିଲେ  ।

ଭବାନୀପାଟଣା ବ୍ଲକ୍ ଅଧକ୍ଷ ପ୍ରଫୁଲ୍ଲ ସାହୁ ଓ ଉପାଧ୍ୟକ୍ଷ ଗୀତାଞ୍ଜଳି ସାହୁ ଙ୍କ କର କମଳ ରେ ରକ୍ତଦାନ ଶିବିର ର ଶୁଭାରମ୍ଭ ହୋଇଥିଲା ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ଜିଲ୍ଲା ସଭାପତି ଭଭେନ୍ଦ୍ର ପଣ୍ଡା , ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରମେଶ ମାଝି ,ପୂର୍ବତନ ବିଧାୟକ ଅନାମ ନାଏକ ,ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶରତ ନାଏକ,ଜିଲ୍ଲା ଉପ ସଭାପତି ପ୍ରଶାନ୍ତ ସାହୁ , ସନ୍ତୋସି ଦାସ ଜିଲ୍ଲା ସାଧାରଣ ସମ୍ପାଦକ ଜୟ ଶଙ୍କର ନାଏକ,ପୂର୍ବତନ ନଗର ସଭାପତି ସନ୍ତୋଷ ବିଶି ,ସ୍ୱଚ୍ଛ ଭାରତ ସଂଯୋଜାକ ଲୋକନାଥ ଦୁର୍ଗା ,ରକ୍ତଦାନ ଶିବିର ସଂଯୋଜକ ବିଭୀଷଣ ସାହୁ ,କୃଷକ ମୋର୍ଚ୍ଚା ସଭାପତି କେଶରୀ ଦୁର୍ଗା ,l,ଯୁବ ମୋର୍ଚ୍ଚା ସଭାପତି ବିଜୟ ଦେବ ସାହୁ ,ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଦିବ୍ୟ ଜ୍ୟୋତି ମୁଣ୍ଡ,ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ନରହରି ପଟ୍ଟନାୟକ,ନଗର ମଣ୍ଡଳ ସଭାପତି ଚିତ୍ତ ପାତ୍ର , ବୋର୍ଡ଼| ମଣ୍ଡଳ ସଭାପତି ନରେଶ ସାହୁ , କର୍ଲାପଡ଼ା ମଣ୍ଡଳ ସଭାପତି ନୀଳ ବାଗ , କୁଟୁରୁ ଖମାର ମଣ୍ଡଳ ସଭାପତି ମୋନୋଜ୍ ନାଏକ,ବରିଷ୍ଟ ନେତା ଭାରତ ଦେଓ ,ହିମାଂଶୁ ବିଶ୍ଵାଳ,ଆକୁରା ହରପାଲ୍,ନଗର ସାଧାରଣ ସମ୍ପାଦକ ପ୍ରଦୀପ ଦାସ, ଜଗବନ୍ଧୁ ସାହୁ ,ସୁଧୀର ମୁଣ୍ଡ ,ରାକେଶ ଶର୍ମା , ହେମନ୍ତ ଯାଦବ,ଙ୍କ ସମତେ ମହିଳା ମୋର୍ଚ୍ଚା ର ପିଙ୍କି ସାହୁ ,ଅନିତା ବିଶ୍ଵାଳ , ପଦ୍ମା ଶବର , ଟ୍ୱିଙ୍କିଲ ବିଶ୍ଵାଳ ଙ୍କ ସମତେ ଶତାଧିକ କାର୍ଯ୍ୟକର୍ତ୍ତା ଓ ସ୍ଵେଛା ସେବୀ ଉପସ୍ଥିତ ରହିଥିଲେ ସେହିପରି ଜୁନାଗଡ ଓ କୋକସରା ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ର ରେ ମଧ୍ୟ ରକ୍ତଦାନ ଶିବିର ଅନୁଷ୍ଠିତ ହୋଯାଇଅଛି।

( ମ ନି ସ ) 

Related posts

ପ୍ରଥମ ଥର ପାଇଁ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ତରଫରୁ ମୃତ ଶିକ୍ଷକଙ୍କ ପତ୍ନୀଙ୍କୁ ଗ୍ରାଚ୍ୟୁଇଟି ଏବଂ ଫ୍ୟାମିଲି ପେନସନ ପ୍ରଦାନ

Sunil Chandra Nayak

ମଣ୍ଡି ରେ କୃଷକ ମାନଙ୍କ ଠାରୁ ଖରିଫ ଧାନ କ୍ରୟ କରିବା ପାଇଁ ଟାର୍ଗେଟ ଓ ଟୋକନ ବୃଦ୍ଧି ନିମନ୍ତେ ଦାବୀ ପତ୍ର ପ୍ରଦାନ 

masiha

କୋଶାଗୁମୁଡ଼ା ଠାରେ ଜିଳ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!